Breaking News
04-Feb-2024
ଭୁବନେଶ୍ୱର-ତା ୪/୨/୨୪ ରିଖ(ଭାରତ ପ୍ରସାରଣ ନିଉଜ):-ଆଜି ରବିବାର ଭୂବନେଶ୍ୱର ଏକ ନମ୍ବର ବାଳକ ଉଚ୍ଚ ବାଳକ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ମାନଙ୍କର ବାର୍ଷିକ ବନ୍ଧୁ ମିଳନ ବିଦ୍ୟାଳୟରେ ପାଳନ କରାଯାଇଛି। ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲି ଥିଲା l ଏହି ଅବସରରେ ଏକ ବାର୍ଷିକ ସମ୍ମିଳନୀ ବା ସଭା ଅନୁଷ୍ଠିତ ହୋଇଥିଲା । ଶୀର୍ଷକ ଥିଲା ଆମ ସ୍କୁଲ ଆମ ଗର୍ବ।ଆଜିର ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍କୁଲ଼ ର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପିଲ୍ ଟ୍ରିବ୍ୟୁନାଲ୍ ର ଅଧ୍ୟକ୍ଷ ମାନ୍ୟବର ନ୍ୟାୟ ମୂର୍ତ୍ତି ଶ୍ରୀ ପ୍ରମଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ପ୍ରାକ୍ତନ ଛାତ୍ର ସଂଘ ର ସଭାପତି ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନା,ଏବଂ ବିବରଣୀ ପାଠ କରିଥିଲେ ସଂଘର ସମ୍ପାଦକ ଡଃ ସୌର୍ଯ୍ୟ ରଞ୍ଜନ ପରିଜା,ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରିନା ମଲ୍ଲିକ ସ୍କୁଲ ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ନାୟମୁତ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍କୁଲରେ ତାଙ୍କ ସମୟର ସ୍କୁଲ, ଶିକ୍ଷକ ଏବଂ ଶିକ୍ଷାଦାନ ବିଷୟରେ ଅନେକ୍ ବିଷୟରେ ଆଲୋକପାତ କରି କହିଲେ ଏବେ ଛାତ୍ରମାନେ ସ୍କୁଲରେ ଦିଆ ଯାଇଥିବା ଆଧୁନିକ ସୁବିଧା ସୁଯୋଗକୁ ଉପଯୋଗ କରି ଭଲ ପାଠ ପଢିବା ସହ ବିଦ୍ୟାଳୟର ସୁନାମ ବଢାଇ ବାକୁ ଚେଷ୍ଟା କରନ୍ତୁ l ଆଜିର ବାର୍ଷିକ ସମ୍ମିଳନୀ ରେ ପୁରାତନ ଛାତ୍ରମାନଙ୍କ ତରଫରୁ ସ୍କୁଲର ପ୍ରାକ୍ତନ ଓ ବର୍ତ୍ତମାନ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଶିଷ୍ଟ ପୁରାତନ ଛାତ୍ର ଏହି ସମ୍ମିଳନୀରେ ଯୋଗ ଦେଇ ଥିଲେ l ସଭାକାର୍ଯ୍ୟ ପରେ ୧୯୮୫ ମସିହାର ଛାତ୍ର ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା 'ଅନ୍ୱେଷଣ' ସଂସ୍ଥା ଦ୍ଵାରା ଆଯୋଜିତ ସାସ୍କୃତିକ କାର୍ଯ୍ୟକ୍ରମ ରେ ବର୍ତ୍ତମାନ ସ୍କୁଲ ପିଲାଙ୍କ ଦ୍ଵାରା 'ଡାକ ମୁନସୀ' ନାଟକ ପରିବେଷଣ ହୋଇଥିଲା ଏବଂ ତା ପରେ ପ୍ରାକ୍ତନ ଛାତ୍ର ମାନେ ନିଜେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ,କାର୍ଯ୍ୟକ୍ରମକୁ ଅମର କୁମାର ଦାସ,କାର୍ତିକ ସାହୁ, ଲିଙ୍ଗରାଜ ସେଠି,ରାଜୀବ ମହାପାତ୍ର,ଦିଲୀପ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ,କାର୍ଯ୍ୟକ୍ରମ ଶେଷରେ ପ୍ରାକ୍ତନ ଛାତ୍ର ସଂଘର ଉପସଭାପତି ତଥା ଆଇନଜୀବୀ ଶିଳା ଭଦ୍ର ଶାସ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବାର୍ଷିକ ସମ୍ମିଳନୀ ପ୍ରତ୍ୟେକ ବର୍ଷ ହେବ ବୋଲି ଘୋଷଣା କରିଥିଲେ।
ବି ମହାପାତ୍ର,ଭୁବନେଶ୍ୱର