+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ

24-Mar-2024



ଭୁବନେଶ୍ବର,୨୪.୩.୨୪(ଭାପ୍ର):- ଘରୋଇ ଚିକିତ୍ସାଳୟ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ଆଜି ପୁଣି କ୍ଷୋଭ ଝାଡ଼ିଛି ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟସ ଫୋରମ (ଏଓପିଏମଇଏଫ)।୧୯୯୨ର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଆସିବା ପରଠାରୁ ଘରୋଇ ଡାକ୍ତରଖାନା କ୍ଷେତ୍ରରେ ବାରମ୍ବାର ଲାଗୁ ହେଉଥିବା ପରିବର୍ତିତ ନୀତି ଫଳରେ ଘରୋଇ ମେଡିକାଲର ପଞ୍ଜୀକରଣରେ ଦୁରୂହ ବ୍ୟାପାର ପାଲଟିଛି।

ଅଗ୍ନିଶମ ନିୟମ ଓ ପ୍ରଦୂଷଣ ନିୟମ କେବଳ ଘରୋଇ ଡାକ୍ତରଖାନା ଉପରେ ଲାଗୁ କରୁଛନ୍ତି। ବିଲ୍‌ଡିଂ ପ୍ଲାନ ଅନୁମୋଦନ ନହେଲେ ଫାୟାର କ୍ଲିୟରାନ୍ସ ମଧ୍ୟ ମିଳୁନାହିଁ। ଏଣେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର କେତେକ ନିର୍ଦିଷ୍ଟ ରୋଗ ପାଇଁ ଯେତିକି ଚିକିତ୍ସା ରାଶି ଧାର୍ଯ୍ୟ କରିଛନ୍ତି ସେଥିରେ ସ୍ବାସ୍ଥ୍ୟ ସେବା ଯୋଗାଇବା ଘରୋଇ ହସ୍ପିଟାଲ ଚଳାଇବା କଷ୍ଟସାଧ୍ୟ ହେଲାଣି ବୋଲି ଫୋରମ ପକ୍ଷରୁ ଅଭିଯୋଗ ହୋଇଛି।


ଫୋରମର ସଭାପତି ଡାକ୍ତର ସୁବ୍ରତ ଜେନା କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ବହୁ ସଂଖ୍ୟକ କାଗଜପତ୍ରର ଆବଶ୍ୟକ ପଡ଼ୁଛି। ଯାହା ସ୍ବାସ୍ଥ୍ୟ ସେବାକୁ ଜଟିଳ କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅପରେସନ ଓ ଅନ୍ୟ ଜଟିଳ ଚିକିତ୍ସା ପାଇଁ ଦିଆଯାଉଥିବା ସ୍ବାସ୍ଥ୍ୟ ସେବା ରାଶିରେ ଅପରେସନ ସମ୍ଭବ ହେଉନାହିଁ। ଏଥିରେ ତୁରନ୍ତ ପରିବର୍ତନ ଆବଶ୍ୟକ। ପୂର୍ବରୁ ସରକାରୀ ବୀମା ନିୟମରେ ବେସରକାରୀ ଡାକ୍ତରଖାନାଗୁଡ଼ିକର ଲକ୍ଷଲକ୍ଷ ଟଙ୍କାର ଅର୍ଥ ଅଦ୍ୟାବଧି ମିଳିନାହିଁ। ଅଥଚ ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଉନାହିଁ।

ଏଣେ ସରକାରୀ ହସ୍ପିଟାଲରୁ ରେଫର ହେବା ପରେ (ବିଏସ୍‌କେୱାଇ) ଯୋଜନାରେ ସ୍ବାସ୍ଥ୍ୟ ସେବା ପାଇବାର ବ୍ୟବସ୍ଥା ମଧ୍ୟ ପରିବର୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଫୋରମର ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା କହିଛନ୍ତି, ଯେତେବେଳେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ତଥା କୋଭିଡ ମହାମାରୀ ଓ ଅନ୍ୟ ମହାମାରୀ ଦେଖା ଦେଉଛି ସେତେବେଳେ ଘରୋଇ ଡାକ୍ତରଖାନାକୁ ସରକାର ଆଦରି ନେଉଛନ୍ତି। ମାତ୍ର ପଞ୍ଜୀକରଣ ବେଳକୁ ଜଟିଳ ନିୟମର ଅଡ଼ୁଆରେ ପକାଇ ଦହଗଞ୍ଜ କରୁଛନ୍ତି।

ବିଏସ୍‌କେୱାଇ ଯୋଜନା ସରକାର ନିଜ ସରକାରୀ ଡାକ୍ତରଖାନା ଭିତରେ ସୀମିତ ରଖିପାରିବାର କ୍ଷମତା ରଖିଛନ୍ତି। ତେବେ ପୁଣି ଘରୋଇ ଡାକ୍ତରଖାନାଗୁଡ଼ିକ ସହିତ ଏମଓୟୁ କରୁଛନ୍ତି କାହିଁକି? ଯଦି ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଏହା କରାଗଲା, ତେବେ ରେଫରାଲ ଭଳି ଏକ ଅଡ଼ୁଆ ସର୍ତ ରଖିବାର ଅର୍ଥ କ’ଣ? ସରକାରୀ ଡାକ୍ତରଖାନାର ସିଡିଏମଓ ରେଫର କଲେ ହିଁ ଘରୋଇ ହସ୍ପିଟାଲରେ ରୋଗର ଚିକିତ୍ସା ହେବାର ନିୟମ ଉଠାଇ ଦିଆଯାଉ। ରେଫର ନକରି ସରକାରୀ ଡାକ୍ତରଖାନାରେ ଜରୁରୀ ଚିକିତ୍ସା କରାନ୍ତୁ।

ଘରୋଇ ଡାକ୍ତରଖାନାର ସହଜ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ସହ ତୁରନ୍ତ ବକେୟା ଅର୍ଥ ସମ୍ବନ୍ଧୀୟ ଫଇସଲା କରିବାକୁ ଫୋରମ ପକ୍ଷରୁ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ମଧ୍ୟରେ ଫୋରମର ଉପଦେଷ୍ଟା ଡାକ୍ତର ଅଜୟ କୁମାର ମିଶ୍ର ଏବଂ ଡାକ୍ତର ରବୀନ୍ଦ୍ର କୁମାର ପ୍ରଧାନଙ୍କ ସମେତ ରାଜ୍ୟର ଘରୋଇ ହସ୍ପିଟାଲର ସ୍ବତ୍ତ୍ବାଧିକାରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।





Advertisment

You Might Also Like