Breaking News
24-Mar-2024
ଭୁବନେଶ୍ୱର,୨୪.୩.୨୪(ଭାପ୍ର):- ପଞ୍ଚମ ପର୍ଯ୍ୟାୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ୧୧୧ ଜଣ ଲୋକସଭା ପାର୍ଥିଙ୍କ ନାମ ଘୋଷଣା କରିଛି। ସେଥିରେ ଓଡ଼ିଶାର ୨୧ ଲୋକସଭା ମଧ୍ୟରୁ ୧୮ଜଣ ଲୋକସଭାର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରୁ ଲୋକସଭା ପାର୍ଥି କରାଯାଇଛି। ସେହିପରି ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରୁ ସଙ୍ଗୀତା ସିଂଦେଓ,ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣିଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି । ବିଜେଡି ରୁ ବହିସ୍କୃତ ହୋଇ ବିଜେପି ରେ ଯୋଗ ଦେଇଦେଇଥିବା ଚର୍ଚ୍ଚିତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲୋକସଭାରୁ ପାର୍ଥି କରାଯାଇଛି।ତେବେ ମୟୁରଭଞ୍ଜରୁ ଗତଥର ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ପ୍ରାର୍ଥୀ କରାଯାଇ ନ ଥିବା ବେଳେ ସାଂସଦ ସୁରେଶ ପୂଜାରୀ,ନୀତିଶ ଗଙ୍ଗଦେଓ ମଧ୍ୟ ଲୋକସଭା ପାର୍ଥି ହୋଇନାହାନ୍ତି। ମୟୁରଭଞ୍ଜକୁ ମିଶାଇ ୬ ଆସନରେ ପ୍ରାର୍ଥୀ ବଦଳିଛନ୍ତି । କଟକ, ଯାଜପୁର ଏବଂ କନ୍ଧମାଳ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।
ରାଜ୍ୟର ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ପାର୍ଥି ଘୋଷଣା କରିନଥିବା ବେଳେ ବିଜେପି ପ୍ରଥମେ ପାର୍ଥି ଘୋଷଣା କରିଛି।
ଓଡିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା
ବରଗଡ – ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର – ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡା- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ – ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ – କାଲେରାମ ମାଝୀ