+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ

29-Mar-2024



ଭୁବନେଶ୍ୱର, ୨୯.୩.୨୪(ଭାପ୍ର)- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀ ବାହିନୀପତି କହିଛନ୍ତିଯେ ନବୀନ ଓ ମୋଦୀ ସରକାରରେ ମହିଳା ସଂପୂର୍ଣ୍ଣ ଉପେକ୍ଷିତ, ଅତ୍ୟାଚାରିତ ଓ ଅବହେଳିତ । କଂଗ୍ରେସ ନାରୀର ଅଧିକାର ପାଇଁ ଲଢ଼େଇ ଜାରି ରଖିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମା’କୁ ସମ୍ମାନ ଏକ ଶ୍ଲୋଗାନ ମାତ୍ର । ଏଥିରେ ବାସ୍ତବତା କିଛି ନାହିଁ । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦୀଙ୍କର “ବେଟୀ ବଚାଓ, ବେଟି ପଢ଼ାଓ” ଶ୍ଲୋଗାନ ମଧ୍ୟ ନିରର୍ଥକ ।

କଂଗ୍ରେସ ଦଳ ନାରୀର ଅଧିକାର ପ୍ରାପ୍ତି ପାଇଁ ପ୍ରତିଶ୍ରୁତି ବଦ୍ଧ । ସେଥିପାଇଁ ଜନନାୟକ ରାହୁଲ ଗାନ୍ଧୀ “ନାରୀ ନ୍ୟାୟ ଗ୍ୟାରେଂଟି”  ଘୋଷଣା କରିଛନ୍ତି । ଏହି ଘୋଷଣା କଂଗ୍ରେସ ଦଳର ତଥା କଂଗ୍ରେସ ସଭାପତି ସମ୍ମାନନୀୟ ମଲିକାର୍ଜ୍ଜୁନ ଖାଡ଼ଗେଙ୍କର ନିର୍ଭର ପ୍ରତିଶ୍ରୁତି । ଏହି ଘୋଷଣାକୁ ପୁରପଲ୍ଲୀରେ ପହଂଚାଇବାପାଇଁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତର ଠାରୁ ବୁଥ ସ୍ତର ପର୍ଯ୍ୟନ୍ତ ମହିଳା କଂଗ୍ରେସରେ କାର୍ଯ୍ୟ କରୁଥିବା କର୍ମକର୍ତା ଓ କର୍ମୀମାନେ ନିଷ୍ଠାର ସହ କଂଗ୍ରେସର ଏହି ପ୍ରତିଶ୍ରୁତି ଘରେ ଘରେ ପହଂଚାଇବେ । 

● ପ୍ରତ୍ୟେକ ଗରିବ ପରିବାରର ଜଣେ ମହିଳାଙ୍କୁ ମହାଲକ୍ଷ୍ମୀ ଯୋଜନାରେ ନିଜର କର୍ମସଂସ୍ଥାନ କରିବାପାଇଁ ବର୍ଷକୁ ୧ଲକ୍ଷ ଟଙ୍କା ଦିଆଯିବ । 

● କେନ୍ଦ୍ର ସରକାରଙ୍କର ନୂତନ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯିବ ।

● ପ୍ରତି ପଂଚାୟତରେ “ଅଧିକାର ମୈତ୍ରୀ”ଙ୍କୁ ନିଯୁକ୍ତି ଦିଆଯିବ ଯେଉଁମାନେକି ମହିଳାମାନଙ୍କୁ ନିଜର ନ୍ୟାୟ ସମ୍ମତ ଅଧିକାର ପ୍ରାପ୍ତି ପାଇଁ ସାହାଯ୍ୟ କରିବେ । 

● ଆଶା, ଅଙ୍ଗନୱାଡ଼ି ଏବଂ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ମହିଳାଙ୍କର ବେତନ ଦ୍ୱୁିଗୁଣିତ କରିବାପାଇଁ କେନ୍ଦ୍ର ବଜେଟରେ ବ୍ୟବସ୍ଥା କରାଯିବ ।

● ସାବିତ୍ରୀ ବାଇ ଫୁଲେ ହସଷ୍ଟେଲର ସଂଖ୍ୟାକୁ ଦ୍ୱୁିଗୁଣିତ କରାଯିବ । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ମହିଳା ହଷ୍ଟେଲ ଖୋଲାଯିବ । 

ଯଦି କଂଗ୍ରେସ କ୍ଷମତାକୁ ଆସେ ମହିଳା ସଂରକ୍ଷଣ ଆଇନ ତୁରନ୍ତ ଲାଗୁ କରାଯିବ । ଯାହାଦ୍ୱାରାକି ୩୩ ପ୍ରତିଶତ ମହିଳା ଉଭୟ ବିଧାନସଭା ଓ ସଂସଦରେ ପ୍ରତିନିଧ୍ୱତ କରିବାରେ ସୁଯୋଗ ପାଇବେ । ବିଜେପି ଓ ବିଜେଡ଼ି ମହିଳା ଆଇନ ଆଣିଛନ୍ତି ବୋଲି ଦାବି କରୁଛନ୍ତି ତାକୁ କାହିଁକି କାର୍ଯ୍ୟକାରୀ କଲେ ନାହିଁ? ଏଥିପାଇଁ କିଏ ବାଧା ସୃଷ୍ଟି କରିଛି ଏହାର ଉତର ରଖନ୍ତୁ । 

୭୦ଲକ୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ସରକାର ଆତ୍ମ ପ୍ରଶଂସା କରୁଛନ୍ତି । ସେମାନଙ୍କର ଆର୍ଥିକ ବିକାଶ ହୋଇଛି ବୋଲି ଦାବି କରୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କର ଜଣେ ସ୍ୱୟଂସହାୟକ ମହିଳାର ଆୟ ମାତ୍ର ୧୬ଟଙ୍କା ୬୭ ପଇସା ।

ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜ୍ୟରେ ସରକାର ଗଠନ କଲେ ଗୃହଲକ୍ଷ୍ମୀ ଯୋଜନାରେ ନିମ୍ନ ସୁବିଧା ଦିଆଯିବ । 

● ମହିଳାମାନଙ୍କୁ ୫ଶହ ଟଙ୍କାରେ ରନ୍ଧନଗ୍ୟାସ ସିଲିଣ୍ଡର 

● ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼

● ମହିଳାଙ୍କୁ ମାସିକ ଭତା ୨୦୦୦ ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ଭତା ୩୦୦୦ ଟଙ୍କା 

● ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସବୁ ବ୍ୟାଙ୍କ ଋଣ ଛାଡ଼ ।

● ସ୍ୱୟଂସହାୟକ ଗୋଷ୍ଠୀ ସଭ୍ୟାମାନଙ୍କୁ ବିଭିନ୍ନ କୌଶଳର ତାଲିମ

● ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୀ ପାଇଁ ପଦକ୍ଷେପ ।

● ମହିଳା ଶିଳ୍ପ ଉଦ୍ୟୋଗୀଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧହାରରେ ଋଣ ଯୋଗାଣ ।

● ବାର୍ଷିକ ୨ ଲକ୍ଷ ଟଙ୍କାରୁ କମ ଆୟଥିବା ବ୍ୟକ୍ତିଙ୍କ ଝିଅ ବିଭାଘର ପାଇଁ ୨ଲକ୍ଷ ଟଙ୍କା ସାହାଯ୍ୟ । 

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର, ସାଧାରଣ ସଂପାଦିକା ଶ୍ରୀୟସ୍ମିତା ପଣ୍ଡା ଓ ପିସିସି ସଂପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ, ଶୁଭଦ୍ରା ମିଶ୍ର ଉପସ୍ଥିତ ଥିଲେ । 





Advertisment

You Might Also Like