+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ

24-Mar-2024



ଭୁବନେଶ୍ୱର,୨୪.୩.୨୪(ଭାପ୍ର):-ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆସନ୍ତା ସଧାରଣ ନିର୍ବାଚନ ପରିପେଖିରେ ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବିଜୁ ଜନତା ଦଳର ସଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ବରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ପରିଚାଳନା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଉପସ୍ଥିତ ରହି ସମସ୍ତ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।
  
ଏହି ବୈଠକରେ ଆଗାମୀ ସଧାରଣ ନିର୍ବାଚନ ପରିପେଖିରେ ବିଜୁ ଛାତ୍ର ଜନତା ଦଳର ଭୂମିକା ଏବଂ ଗୁରୁତ୍ୱ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା। ସାମାଜିକ ଗଣମାଧ୍ୟମକୁ କିପରି ଆହୁରି ଅଧିକ କ୍ରିୟାଶୀଳ କରିବା ସହ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବକୁ ପ୍ରଚୁର ଭାବେ ପ୍ରଚାର ପ୍ରସାର କରାଯାଇପାରିବ ସେଥିରେ ମୁଖ୍ୟ ଭୂମିକା ବହନ କରିବେ ଛାତ୍ର ବିଜେଡ଼ି କର୍ମକର୍ତ୍ତା।


ଆଗାମୀ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୨୦୩୬ ମସିହା ବେଳକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସଶକ୍ତ ସମୃଦ୍ଧ ନବୀନ ଓଡ଼ିଶା ଗଠନ କରିବାକୁ ବିଜୁ ଛାତ୍ର ଜନତା ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ବୈଠକରେ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ନିଜ ଅଭିଭାଷଣରେ କହିଁଥିଲେ ଯେ ଛାତ୍ର ସମାଜ ସବୁବେଳେ ଏକ ସୁସ୍ଥ ସମାଜ ଗଠନ କରିବାର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ମୋର ଦୃଢ ବିଶ୍ବାସ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନିମନ୍ତେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସଙ୍କଳ୍ପିତ ଭାବେ ଏବଂ ସଜାଗ ପ୍ରହରି ଭାବେ କାର୍ଯ୍ୟ ନିର୍ବାହ କରିବେ।

ସେହିପରି ବିଜୁ ଜନତା ଦଳର ସଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବଦିନ ରେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସମସ୍ତ ଦଳୀୟ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ଆଗାମୀ ସଧାରଣ ନିର୍ବାଚନରେ ମଧ୍ୟ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ବ୍ଲକ ଠାରୁ ଆରମ୍ଭ କରି ୱାର୍ଡ ସ୍ତରରେ ସଙ୍ଗଠନକୁ ସୁଦୃଢ଼ କରିବେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବେ। ଏବଂ ସାମାଜିକ ଗଣମାଧ୍ୟମରେ ନିଜକୁ ଅଧିକ କ୍ରିୟାଶୀଳ କରାଇ ସାମାଜିକ ଗଣମାଧ୍ୟମକୁ ଏକ ପ୍ରମୁଖ ଅସ୍ତ୍ର ରୁପେ ବ୍ୟବହାର କରିବେ ତାହା ମୋର ଆଶା ଓ ବିଶ୍ବାସ।

ଏହି ଅବସରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜୁ ଛାତ୍ର ଜନତା ଦଳ ଆଗାମୀ ସଧାରଣ ନିର୍ବାଚନ ବୈତରଣୀ ପାର କରିବାର ପ୍ରମୁଖ ସାରଥି ସାଜିବେ। ସର୍ବୋପରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ   ସମସ୍ତ କର୍ମକର୍ତ୍ତାଙ୍କୁ ଅଭିମନ୍ତ୍ରିତ କରି ଅଭିଭାଷଣ ରେ କହିଛନ୍ତି।

ଆଗାମୀ ସଧାରଣ ନିର୍ବାଚନରେ ପ୍ରମୁଖ ସାରଥୀ ସାଜିବା ସହ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନରେ ୨୦୩୬ ମସିହା ବେଳକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସସକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ବିଜୁ ଛାତ୍ର ଜନତା ଦଳର ଗୁରୁତ୍ୱପୂ୍ଣ୍ଣ ଭୂମିକା ରହିବ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ସହ ଦୀର୍ଘତମ ମୁଖ୍ୟମନ୍ତ୍ରୀ କରିବାକୁ ଆମେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସଂକଳ୍ପବଦ୍ଧ।

ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଏବଂ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ସାମାଜିକ ଗଣମାଧ୍ୟମ ମଧ୍ୟମରେ କିପରି ଅଧିକ ପ୍ରଚାର ପ୍ରସାର କରିହେବେ ସେଥିପାଇଁ ଦୃଢ଼ତା ର ସହ କାର୍ଯ୍ଯ କରିବେ ଏହା ମୋର ଆଶା ଓ ବିଶ୍ବାସ ରହିଛି।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା , ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।





Advertisment

You Might Also Like