+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ଅନ୍ୟାନ୍ୟ

ରାଜଧାନୀ ମୁଖ୍ୟ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ଗଲାଣି,ଦୁର୍ନୀତି ବାରି ହେଇପଡୁଛି

16-Feb-2024



ଭୁବନେଶ୍ୱର ତା ୧୬.୨.୨୪ ରିଖ(ଭାପ୍ର): ଭୁବନେଶ୍ୱରର ସବୁଠୁ ବଡ ସରକାରୀ ହସ୍ପିଟାଲ କହିଲେ ରାଜଧାନୀ ଚିକିତ୍ସାଳୟକୁ ବୁଝାଏ. ଏଠାକୁ ଦୈନଦିନ ସହସହ ରୋଗୀ ଆସନ୍ତି।ଏବେ ଏହି ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ଭୁଷୁଡ଼ିଯାଇଛି। ଚିକିତ୍ସାଳୟ ପରିସର ଦୁର୍ଗନ୍ଧ ଫାଟିଡୁଛି। ଚିକିତ୍ସାଳୟ ପରିସର ଠିକ ସେ ସଫେଇ ହେଉନି କି ଠିକଭାବେ ଫିନାଇଲ ପଡୁନି ବୋଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରୁଛନ୍ତି
    ପରିଚାଳନା ଦାୟିତ୍ୱ ନେଇଥିବା କ୍ୟୁଏସ କମ୍ପାନୀକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରମ୍ବାର ତାଗିଦ କଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ନିର୍ଦେଶକୁ ଖାତିର କରୁନାହାନ୍ତି। କାହାଛତ୍ର ଛାୟା ତଳେ ସମ୍ପୃକ୍ତ ଘରୋଇ ସଂସ୍ଥା ଅଛି, ତାକୁନେଇ ସମସ୍ତେ ଚିନ୍ତାରେ। ଘରୋଇ ସଂସ୍ଥା କ୍ୟୁଏସ କମ୍ପାନୀ ମାସକୁ ୩ କୋଟି ଟଙ୍କା ନେଉଛି।     
    ସଫେଇ ଓ ସୁରକ୍ଷା ଦାୟିତ୍ୱ ନେଇ ତାହାକୁ କାର୍ଯ୍ୟକାରୀ ଠିକସେ କରୁନଥିବା ଅଭିଯୋଗ ହେଉଛି।ଏହି କ୍ୟୁଏସ କର୍ପ ସଂସ୍ଥା ରାଜଧାନୀ ଚିକିତ୍ସାଳୟରେ ବିଗତ ୪ ମାସ ହେଲା ସିଏଫଏମଏସ କାର୍ଯ୍ୟ କରୁଥିବା ବେଳେ ଏହି ସମୟ ମଧ୍ୟରେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। 
     ଯଦି ଦେଖାଯାଏ ୨୦୨୨ ମସିହା ଜୁନ ମାସରେ OBCC ପକ୍ଷରୁ ରାଜଧାନୀ ଚିକିତ୍ସାଳୟରେ CFMS କାମ ପାଇଁ ଟେଣ୍ଡର ଡକା ଯାଇଥିଲା। ସେହି ଟେଣ୍ଡରରେ ଦକ୍ଷିଣ ଭାରତୀୟ ସଂସ୍ଥା କ୍ୱେସ କର୍ପକୁ ସରକାରୀ ହସ୍ପିଟାଲରେ କୌଣସି ସମାନ କାର୍ଯ୍ୟ ପାଇଁ ଅଭିଜ୍ଞତା ନ ଥାଇ ମଧ୍ୟ କାର୍ଯ୍ୟ ମିଳିଥିଲା। 

● ସରକାରୀ ନିର୍ଦେଶକୁ ହେୟ ଜ୍ଞାନ 
● କାହା ଛାତ୍ରଛାୟା ତଳେ ଘରୋଇ ସଂସ୍ଥା 
● ସିଏଫଏମଏସ କାମ ନା' ରେ ମହାଦୁର୍ନୀତି
● ରାଜଧାନୀ ଚିକିତ୍ସାଳୟରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ଗଲାଣି
● ଦୁର୍ନୀତିର ଗନ୍ଧ ବାରିହେଉଛି

    ସୂଚନା ଥାଉ କି ଉକ୍ତ ସଂସ୍ଥା ଝାଡ଼ଖଣ୍ଡ ରାଜ୍ୟର ସ୍ୱାସ୍ଥ୍ୟ ମିଶନରୁ ୧୫.୦୩.୨୦୨୧ ରେ କଳା ତାଲିକାଭୁକ୍ତ ହେଇ ଥିଲା। ଯାହାକି ଟେଣ୍ଡର ନିୟମର ଖୋଲାଖୋଲି ଉଲଂଘନ।ସେହିପରି  ସୂଚନା ଅନୁଯାଇ ୨୨.୧୧.୨୦୨୨ ରିଖ ଦିନ କାର୍ଯ୍ୟ ମିଳିବା ସତ୍ତ୍ୱେ ମଧ୍ୟ ନିଜର ଅପାରଗତା କାରଣରୁ ସଂସ୍ଥା ଦୀର୍ଘ ୧୦ ମାସ ପରେ କାର୍ଯ୍ୟ ଆରମ୍ଭ କରିଥିଲା। ସରକାରୀ ହସ୍ପିଟାଲ ଓ ଓଡ଼ିଶାର ଶ୍ରମ ବିଭାଗର ନିୟମ ନ ଜାଣି ଟେଣ୍ଡରରେ ଫାଇନାନ୍ସିଆଲ୍ ବିଡରେ ଭୁଲ ରେଟ ପକାଇ ଟେଣ୍ଡର ପାଇଥିଲା।
   ତଥାପି OBCC ଓ ପୂର୍ତ୍ତ ବିଭାଗର ଉକ୍ତ ସଂସ୍ଥା ପ୍ରତି ବିଶେଷ ଅନୁକମ୍ପା ଥିବାରୁ ୧୦୦ ସଫେଇ କର୍ମଚାରୀକୁ ୨୪୪ କରି ବର୍ଦ୍ଧିତ ରେଟରେ କାମ ଦିଆଯାଇଥିବା ଅଭିଯୋଗ ହେଇଛି , ଯାହାକି ସଂପୂର୍ଣ୍ଣ ଭାବରେ ଟେଣ୍ଡର ନିୟମର ଖୋଲାଖୋଲି ଉଲଂଘନ। ଏଥି ସହିତ ପ୍ରତ୍ୟେକ ମାସରେ ପୂର୍ତ୍ତ ବିଭାଗର ଉପରସ୍ଥ ଅଧିକାରୀ ଓ ହସ୍ପିଟାଲ ଅଧିକାରୀମାନଙ୍କୁ ମୋଟା ପି. ସି ଦେଇ ଫୁଲ ବିଲ କରି ସରକାରଙ୍କ କୋଟି କୋଟି ଟଙ୍କା ହରିଲୁଟ କରୁଛି। 
    ଆଜି ପର୍ଯ୍ୟନ୍ତ ସକାଳ ସିଫ୍ଟ ରେ କୌଣସି ଦିନ ମଧ୍ୟ ୮୦ ଉପରକୁ ପିଲା କାମ କରିନାହାନ୍ତି ବୋଲି କିଛି କର୍ମଚାରୀ ଅଭିଯୋଗ କରିଛନ୍ତି. ସର୍ବଦା ହସ୍ପିଟାଲରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହୁଛି। ସିଡି, ବିଭିନ୍ନ ୱାର୍ଡ, କରିଡ଼ର, ଏପରିକି ଅଫିସ ସମ୍ମୁଖରେ ମଧ୍ୟ ଦୀର୍ଘ ଦିନ ଧରି ପାନଛେପ ପଡ଼ି ରହୁଛି।ଏହି ୪ ମାସ ମଧ୍ୟରେ ହସ୍ପିଟାଲ ପକ୍ଷରୁ ସଂସ୍ଥାର ଖରାପ ପ୍ରଦର୍ଶନ ପାଇଁ ୩ ଥର କାରଣ ଦର୍ଶାଅ ନୋଟିସ୍  ଜାରି ହୋଇଥିଲେ ମଧ୍ୟ ସଂସ୍ଥା ପକ୍ଷରୁ କାମରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। 
    ନିୟମ ମୁତାବକ ସଂସ୍ଥା କାହାକୁ ସବ୍ ଲିଜରେ କାମ ଦେବା କଥା ନୁହେଁ। କିନ୍ତୁ ସମସ୍ତ ସରକାରୀ ନିୟମକୁ ବେଖାତୀର କରି ଟେରିଅର୍ ନାମକ ସଂସ୍ଥାକୁ ସେକ୍ୟୁରିଟୀ କାମ ସବ୍ ଲିଜରେ  ଦେଇଥିବା ଅଭିଯୋଗ ହେଉଛି. ହସ୍ପିଟାଲରେ କ୍ୱେସ କର୍ପର ସୁରକ୍ଷା କର୍ମଚାରୀଙ୍କ ଖରାପ ଓ ଦୁର୍ବ୍ୟବହାର ପାଇଁ ସମସ୍ତ ରୋଗୀ ଓ ତାଙ୍କ ସମର୍କୀୟମାନେ ସର୍ବଦା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। 
   ଅନେକ ସୁରକ୍ଷା କର୍ମଚାରୀ କାର୍ଯ୍ୟ ସମୟରେ ନିଜ ସ୍ଥାନରେ ନ ରହି ଏଣେ ତେଣେ ବୁଲୁଛନ୍ତି। ଯାହାର ପରିଣାମ ସ୍ୱରୂପ ବିଗତ କିଛି ଦିନ ତଳେ କ୍ୱେସ କର୍ପର କିଛି କର୍ମଚାରୀ ହସ୍ପିଟାଲରୁ ଜିନିଷ ଚୋରି ଘଟଣାରେ ଗିରଫ ହେଇଥିଲେ। 
   ଏ ସବୁ ଘଟଣା ସତ୍ତ୍ୱେ OBCC ଓ ପୂର୍ତ୍ତ ବିଭାଗର କ୍ୟୁଏସ ସଂସ୍ଥା ପ୍ରତି ବିଶେଷ ଅନୁକମ୍ପା ସମସ୍ତଙ୍କୁ ଚକିତ କରୁଛି। ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ ୫-ଟି ମାଧ୍ୟମରେ ସାରା ରାଜ୍ୟରେ ସମସ୍ତ ହସ୍ପିଟାଲର ରୂପାନ୍ତିକରଣ କାର୍ଯ୍ୟ ଦିନରାତି ଚାଲୁଛି, ସେଠାରେ ପୂର୍ତ୍ତ ବିଭାଗର କିଛି ଉଚ୍ଚପଦସ୍ଥ ଅଧିକାରୀମାନେ କିଛି ମୋଟା ଟଙ୍କା ପାଇବା ଆଶାରେ ଦକ୍ଷିଣ ଭାରତୀୟ କମ୍ପାନୀ ପ୍ରୀତି ଛାଡ଼ୁ ନାହାନ୍ତି ଏବଂ ସମସ୍ତ ସରକାରୀ ନିୟମକୁ କାଗଜକଲମରେ ସୀମିତ ରଖିଦେଉଛନ୍ତି। 
    ଏବେ ଦେଖିବା କଥା କି ପୂର୍ତ୍ତ ବିଭାଗ ଓ ସ୍ବାସ୍ଥ୍ୟ ବିଭଗର ବାବୁମାନଙ୍କୁ ସରକାର କେତେ ଦିନ ପର୍ଯ୍ୟନ୍ତ ଘଣ୍ଟ ଘୋଡାଇ ଲୁଚାଉଥିବେ। ଆବଶ୍ୟକତା ଠାରୁ କମ କର୍ମଚାରୀ ଏବଂ ଅଣ କୁଶଳୀକୁ ଅର୍ଦ୍ଧ କୁଶଳୀ ରେଟରେ କାମ ଦିଆଗଲାବିଭାଗୀୟ ଅଧିକାରୀ କିପରି ଦେଲେ ଯାହାକି ସଂପୂର୍ଣ୍ଣ ଭାବରେ ଟେଣ୍ଡର ନିୟମର ଖୋଲାଖୋଲି ଉଲଂଘନବୋଲି ଅଭିଯୋଗ ହେଉଛି ।
   ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଏଥିପ୍ରତି ଧ୍ୟାନ ଦେବାସହ ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।ତେବେ ଏସମ୍ପର୍କରେ ସମ୍ପୃକ୍ତ କମ୍ପାନୀ ତଥା କ୍ୟୁଏସ ସଂସ୍ଥା ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।





Advertisment

You Might Also Like