+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର

15-Dec-2024



ଭୁବନେଶ୍ୱର ୧୫/୧୨/୨୪ ( ଭାରତ ପ୍ରସାରଣ ) ;-

ସାଂସ୍କୃତିକ ଅନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ ଆନୁକୂଲ୍ୟରେ ରେ ଦେବଗଡ଼ ର ଟାଉନ ହଲଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୨୦ ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ଯ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଗୁରୁବାର ଲୋକପ୍ରିୟ ପଞ୍ଚମବେଦ ନାଟ୍ୟନୁଷ୍ଟାନର ବହୁ ଚର୍ଚ୍ଚିତ ସାମାଜିକ ଓଡିଆ ନାଟକ "ଅବସର" ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟକାର ହର ବାରିକଙ୍କ ରଚିତ ଓ ହରେନ ସାହୁଙ୍କ ନିର୍ଦ୍ଦେଶିତ ଓଡିଆ ନାଟକ ‘ଅବସର ଦର୍ଶକଙ୍କୁ ବିମୋହିତ କରିବା ସହ ନାଟକ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା।

ଏହି ନାଟକ ଟି ସମ୍ପୁର୍ଣ୍ଣ ପାରିବାରିକ ହୋଇଥିବା ବେଳେ କାହାଣୀଟି ଆଜିକାଲି ପରିବାର ମଧ୍ୟରେ ଥିବା ବୟସ୍କ ବ୍ୟକ୍ତିଙ୍କୁ କିପରି ଅଣଦେଖା,ହତାଦାର କରାଯାଇଛି ତାହା ନାଟକ ମାଧ୍ୟମରେ ଦର୍ଶାଯାଇଛି ଏବଂ ତାର ପ୍ରତିକାର ସ୍ବରୂପ ବରିଷ୍ଠ ନାଗରିକ ମାନଙ୍କୁ ପରିବାରରେ ଓ ସମାଜରେ ଉପଯୁକ୍ତ ସମ୍ମାନ ଦେବାପାଇଁ ବାର୍ତ୍ତା ପ୍ରେରଣ କରାଯାଇଥିଲା।

ସେହିପରି ସଙ୍ଗୀତରେ ବିନୟ ଦାଶ,ସଂଯୋଜନା ଏବଂ ମୁଖ୍ୟ ବ୍ୟବସ୍ଥାପକ ଭାବେ ପ୍ରକାଶ ମହାରଣା,ଆଲୋକରେ ଜଗନ୍ ମାଝୀ,ମଞ୍ଚ ପରିଚାଳନା କରିଥିଲେ ପ୍ରଶାନ୍ତ ସ୍ୱାଇଁ,ସୁରେନ୍ଦ୍ର ଗୌଡ଼(ବୁଲୁ ଭାଇ) ଏବଂ ଅଭିମନ୍ୟୁ ସେଠି। ବିଭିନ୍ନ ଭୂମିକାରେ ମୁକ୍ତିକାନ୍ତ ମହାପାତ୍ର,ନଟବର ଆଚାର୍ଯ୍ୟ,ରଘୁନାଥ ବେହେରା,ଜ୍ଞାନେନ୍ଦ୍ର ଶତପଥୀ,ମହେନ୍ଦ୍ର ଶତପଥୀ, ଦୀପକ ମହାପାତ୍ର,ବ୍ୟାସଦେବ ଚୌହାନ,ଅଭିମନ୍ୟୁ ସେଠି,ତାପସ ଦାଶ,ମମତା ମହାନ୍ତି,ଶ୍ବେତା ରଥ,ରାଜଲକ୍ଷ୍ମୀ ମିଶ୍ର ଓ ଶିଶୁ କଳାକାର ଅଭିମାନ ସାଇ ସ୍ୱରୂପ ନିଖୁଣ ଅଭିନୟ କରିଥିଲେ।

 

ଦ୍ବିତୀୟ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ସାମ୍ବାଦିକ ଅଶୋକ କୁମାର ନନ୍ଦଙ୍କ ସଭାପତିତ୍ବରେ ଓ ଜନ୍ମଜୟ ନାୟକଙ୍କ ସଂଯୋଜନାରେ ଆୟୋଜିତ ମହୋତ୍ସବ ର ସଭାରେ ଅନୁଷ୍ଠାନର ଉପ ସଭାପତି ପ୍ରକାଶ ଦେବତା ମଞ୍ଚାସୀନ ଥିଲେ।ଅତିଥୁ ଭାବେ ଜିଲ୍ଲା ଭାଜପା ସଭାପତି ଅରୁଣ କୁମାର ସାହୁ, ତିଲେଇବଣି ବ୍ଲକ ଉପାଧ୍ଯକ୍ଷା ଆରତୀ ପ୍ରଧାନ, ଦେବଗଜ ପୌର ପରିଷଦ ଉପାଧ୍ଯକ୍ଷ ପ୍ରଜିତ କୁମାର ଭୋଳ, ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଇଂ. ସୁଜିତ କୁମାର ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ କରିଥିଲେ । ଶେଷରେ ସମ୍ପାଦକ ସୁଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅବସର ନାଟକ ଶେଷରେ ନାଟକରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ପରିଚୟ ପ୍ରଦାନ କରିଥିଲେ ସଂଯୋଜକ ପ୍ରକାଶ ମହାରଣା।ଏହି ଅବସରରେ ପଞ୍ଚମବେଦ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ସଂଯୋଜକ ଶ୍ରୀଯୁକ୍ତ ମହାରଣା। ସମସ୍ତ କାର୍ଯ୍ୟକ୍ରମ କୁ କାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

 

ରିପୋର୍ଟ :- ଦୀପକ କୁମାର ମହାପାତ୍ର





Advertisment

You Might Also Like