+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME    ଅନ୍ୟାନ୍ୟ

ଓଡ଼ିଆ ଭାଷାପ୍ରେମୀ ତଥା ସାମାଜିକ କର୍ମୀ ବିଜୟ ପରିଡ଼ା ରାଜ୍ୟ ସରକାରଙ୍କୁ ପ୍ରଥମ ଵିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଧନ୍ୟବାଦ୍ ଜଣାଇବା ସହ ନିଜର ଦାବୀ ଉପସ୍ଥାପନା କରିଛନ୍ତି।

04-Feb-2024



 

ଭୁବନେଶ୍ୱର ତା ୪/୨/୨୪ ରିଖ(ଭାରତ ପ୍ରସାରଣ ନିଉଜ) :-
ରାଜ୍ୟ ସରକାର ପ୍ରଥମ ଵିଶ୍ବ ଓଡିଆ ଭାଷା ସମ୍ମିଳନୀ ଆୟୋଜନ କରୁଥିବାରୁ ଓଡ଼ିଆ ଭାଷାପ୍ରେମୀ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ବିଜୟ ପରିଡ଼ା ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇବା ସହ ସରକାରଙ୍କ ନିକଟରେ ନିଜର ଦାବୀ ଉପସ୍ଥାପନା କରିଛନ୍ତି। ତାହାକୁ ନିମ୍ନରେ ପ୍ରଦତ୍ତ କରାଯାଇଛି।

   ୧-ଆଜି ଫେବୃଆରୀ ୪ ତାରିଖ ଭାରତ ଗୌରବ ମଧୁସୂଦନଙ୍କ ୯୦ ତମ ଶ୍ରାଦ୍ଧଦିବସ ।  ପ୍ରଥମ ଵିଶ୍ବ ଓଡିଆ ଭାଷା ସମ୍ମିଳନୀ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ଉତ୍ସର୍ଗୀକୃତ ହେବା ଆବଶ୍ୟକ, କାରଣ ସେ ହିଁ ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ ଏବଂ ସ୍ବତନ୍ତ୍ର ପ୍ରଦେଶ ଗଠନ ଅଭିଯାନର ମହାନାୟକ । ଅତଏବ ସମ୍ମିଳନୀ ମଣ୍ଡପ " ମଧୁସୂଦନ ମଣ୍ଡପ" ନାମରେ ନାମିତ ହେବା ଯଥାର୍ଥତା ପ୍ରତିପାଦନ କରିବ ।
  ୨- ଏହି ଅବସରରେ  ୧୯୫୭ ମସିହାରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ " କୋଣାର୍କ"  ଧାରାବାହିକ ଭାବେ ପ୍ରକାଶ ପାଉ ଏବଂ  ବିଗତ ୬୫ ବର୍ଷ ତଳୁ  ଧାରାବାହିକ ଭାବେ ବିଭିନ୍ନ ସଂଖ୍ୟା ମାନଙ୍କରେ ମହାନ୍ ଭାଷା ସାହିତ୍ୟ ସଂସ୍କୃତିପ୍ରାଣ ମାନଙ୍କ ଭାଷା ସାହିତ୍ୟ ସମ୍ପର୍କିତ ଆଲେଖ୍ୟ ସମୂହର ଏକ ସଙ୍କଳନ ପ୍ରକାଶ ପାଉ । ୧୯୩୯ ମସିହାରେ ଓଡ଼ିଶାର  ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାଶଙ୍କ ସରକାରଙ୍କ ଦ୍ୱାରା ଓଡିଆ ବର୍ଣର ଶୁଦ୍ଧାଶୁଦ୍ଧତ୍ବ ବିଚାର ପାଇଁ ଗଠିତ କମିଟିର ନିର୍ଣ୍ଣୟକୁ ଉପଜିବ୍ୟ କରି ସାମ୍ପ୍ରତିକ ପରିବର୍ତ୍ତିତ, ବିଶେଷ କରି ବୈଷୟିକ,  ଐନ୍ଦ୍ରଜାଲିକ,ନଭବାର୍ତ୍ତିକ ବିକାଶ ସ୍ଥିତି ଅନୁଧ୍ୟାନ ଆଧାରିତ ପ୍ରେକ୍ଷାପଟ୍ଟକୁ ଉପଜିବ୍ୟ କରି ଏକ ବିଶାରଦ ପରିଷଦ ( କମିଟି) ଗଠନର ଘୋଷଣା କରାଯାଉ ।
  ୩- ଯେହେତୁ ତେଲଗୁ ଓ ତାମିଲ ଭାଷାର ବିଶ୍ବ ଭାଷା ସମ୍ମିଳନୀ ପରେ ଆମ ସରକାର  ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କରୁଛନ୍ତିି, ତାହା ପୁଣି ଓଡିଆ ଜାତିର ଚିର ବନ୍ଦନୀୟ ମହାତ୍ମା ଭାରତ ଗୌରବ ମଧୁସୁଦନ ଙ୍କ ୯୦ ତମ ଶ୍ରାଦ୍ଧଦିବସ ଅବସରରେ, ସେହେତୁ " ବର୍ଣ୍ଣ ସଂସ୍କାର"  ପ୍ରକ୍ରିୟା ସମୟରେ " ବର୍ଣ୍ଣବୋଧ" ପ୍ରକାଶନ ପୂର୍ବରୁ ଓଡ଼ିଶାର ମହାନ ସ୍ବାଧିନତା ସଂଗ୍ରାମୀ , ପ୍ରଥମ ପ୍ରକାଶକ, କାଳଜୟୀ ସାରସ୍ବତ ସ୍ରଷ୍ଟା ଚିର ବନ୍ଦନୀୟ ଗୋବିନ୍ଦ ରଥଙ୍କ " ବର୍ଣ୍ଣବୋଧକ" ପୁନଃ ପ୍ରକାଶ କରାଯାଇ, ତାହାକୁ ଉପଜିବ୍ୟ କରି   ସଂସ୍କାର କରାଯିବାର ନିଷ୍ପତ୍ତି ନିଆଯାଉ  । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ ଯେ  ବିଶ୍ବ ତାମିଲ ଭାଷା ସମ୍ମିଳନୀରେ ଦ୍ରାବିଡ଼ ଆନ୍ଦୋଳନର ପ୍ରତିଷ୍ଠାତା , ପ୍ରଚଣ୍ଡ ତାମିଲ ଭାଷା ପ୍ରାଣ ଇ ଭି ରାମସ୍ବାମୀ ପେରିୟାର ( ୧୮୭୯-୧୯୭୩) ଙ୍କ ଲିପି ସଂସ୍କାରକୁ ସମ୍ମିଳନୀ ଗ୍ରହଣ କରିଥିଲା ।
  ୪- ଏହା ନିର୍ବିବାଦୀୟ ସତ୍ୟ ଯେ " ପରିବର୍ତ୍ତନଶୀଳ ଦୁନିଆରେ ପରିବର୍ତ୍ତନ ହିଁ ଅପରିବର୍ତ୍ତନୀୟ ନିୟମ" । ଅତଏବ ଆମ ଭାଷାକୁ ବିଶୁଦ୍ଧ ଧ୍ବନି ସମ୍ମତ  କରିବା ବର୍ତ୍ତମାନ ସମୟର ଆବଶ୍ୟକତା 
 ଏ ସଂପର୍କରେ ସମ୍ମିଳନୀ ନିଷ୍ପତ୍ତି ନେଉ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ୟାକରଣକୁ ଅନୁକରଣ କରି ଉଚ୍ଚାରଣ ହୁଏ ନାହିଁ, ଉଚ୍ଚାରଣକୁ ଅନୁକରଣ କରି ବ୍ୟାକରଣ ଲେଖା ହୁଏ ।
  ୫ - ବିଗତ ୭୦ ବର୍ଷ ଧରି ଓଡ଼ିଶାର ମହାନ୍ ସଙ୍ଗୀତଜ୍ଞ,ଗୀତିକାର, ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ମାନେ  ଆମର ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ନିମନ୍ତେ ଆବେଦନ, ନିବେଦନ ଓ ଦାବି କରି ଆସୁଥିବାବେଳେ କେନ୍ଦ୍ର ସରକାର ଙ୍କ ଅମୂଳକ ଯୁକ୍ତି କୁ ସଠିକ୍ ଜବାବ୍ ଦିଆଯାଉ । ଯେତେବେଳେ ଆମ ଭାଷା ଶାସ୍ତ୍ରୀୟ, ଯେତେବେଳେ ଆମ ନୃତ୍ୟ ଶାସ୍ତ୍ରୀୟ, ସେତେବେଳେ ଆମ ସଙ୍ଗୀତ କିପରି ଅଶାସ୍ତ୍ରୀୟ ?  ସରକାର, ବିଶେଷ କରି ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏହି ଆଧାରରେ କେନ୍ଦ୍ର ନିକଟରେ ଦାବି କରୁ ।
  ୬- ଆମ ସଭାପତିତ୍ବରେ  ଗଠିତ ଭାଷା ଆନ୍ଦୋଳନର ଦାବି ,  ସମଗ୍ର ରାଜ୍ୟରେ ୮୭୮  ଦିନ ଧରି  କଳାପତାକା ଅଭିଯାନ ଆଧାରରେ ସରକାର  ଓଡିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ବିଧିବଦ୍ଧ ଆଇନ ପ୍ରଣୟନ କଲେ ଏବଂ ଆଇନ ଉଲଘଂନ ଅଭିଯୋଗରେ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ବିଧାନସଭାରେ ଗୃହୀତ କରାଇଥିଲେ ମଧ୍ୟ ବିଗତ ଛଅ ବର୍ଷ ଭିତରେ ଓଡିଆ ଭାଷା ରେ ନଥିପତ୍ର କରୁନଥିବା ଅଧିକାରୀ ବା ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରାନଯିବା ଫଳରେ ବିଧି ବ୍ୟବସ୍ଥା ମୂଲ୍ୟହୀନ ହୋଇଛି । ଅତଏବ ଏହି ସମ୍ମିଳନୀ ଭାଷା ଆଇନ୍ ଉଲଘଂନକାରୀଙ୍କ ପ୍ରତି କଠୋର ହେବା ସମ୍ପର୍କରେ ଉଦଘୋଷଣା କରୁ ।  ସେହିପରି ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ଅନୁଷ୍ଠାନ ସମୂହକୁ ସରକାର ବାରମ୍ବାର ଚେତାବନୀ ଦେଲେ ମଧ୍ୟ ଓଡିଆ ଭାଷାରେ ନାମଫଳକ ଲେଖା କାର୍ଯ୍ୟକ୍ରମ ସଫଳ ହୋଇପାରି ନାହିଁ । ଅତଏବ କଠୋର ଦଣ୍ଡାଦେଶ ପ୍ରଦାନ କରିବାକୁ ଏହି ସମ୍ମିଳନୀ ଘୋଷଣା କରୁ ।
  ୭-  ଆମର ଦୀର୍ଘ ୩୦ ବର୍ଷର ଦାବି ପୂରଣ କରି ସରକାର " ବନ୍ଦେ ଉତ୍କଳ ଜନନୀ" କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିବାରୁ ଆମେ କୃତଜ୍ଞତା ଜ୍ଞାପନ କରିବା ସମୟରେ ସରକାର ପ୍ରତିଶ୍ରୁତିବଦ୍ଧ ଥିଲେ ଯେ ଏହା ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନିତ ହେବା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ଏହା ପ୍ରତ୍ୟହ ପ୍ରାର୍ଥନା କାର୍ଯ୍ୟକ୍ରମରେ ଉଚ୍ଚାରିତ ହେବ । ପ୍ରତିଶ୍ରୁତି ପାଳନ କରାଯିବାର ଘୋଷଣା କରାଯାଉ 

  ୮- ଭାଷା ଆନ୍ଦୋଳନ ସମୟରେ ଆମେ ସରକାରଙ୍କୁ କହିଥିଲୁ ଯେ " ଭାଷା କୌଣସି ସମୟରେ ଭାବପ୍ରବଣତାରେ ବଞ୍ଚେ ନାହିଁ , ଏହା ପେଟପାଟଣାର ଭାଷା ହେଲେ, ଅର୍ଥାତ୍ ନିଯୁକ୍ତିର ଭାଷା ହେଲେ ହିଁ ଭାଷା ବଞ୍ଚିବ " । ଆମେ କୃତଜ୍ଞତା ଜ୍ଞାପନ କରିଥିଲୁ ଯେତେବେଳେ ସରକାର ନିଷ୍ପତ୍ତି ଗ୍ରହଣ କଲେ ଯେ ଓଡ଼ିଶା ସରକାର ଙ୍କ ଅଧୀନରେ ପରିଚାଳିତ ସମସ୍ତ କାର୍ଯ୍ୟାଳୟର ନିଯୁକ୍ତି ଚୟନ ପରୀକ୍ଷା ଓଡିଆ ଭାଷାରେ ହିଁ ହେବ । ଏହାକୁ ସରକାର ଲାଗୁ ମଧ୍ୟ କରିଛନ୍ତି ସତ୍ୟ ମାତ୍ର ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତ କର୍ତ୍ତା ଚୟନ କରିଆସୁଛନ୍ତି, ଯେଉଁ ମାନଙ୍କ ଭାଷା ଜ୍ଞାନ ସନ୍ଦେହାଛନ୍ନ ବୋଲି ବାରମ୍ବାର ପ୍ରମାଣିତ ହୋଇଆସିଛି । ଅତଏବ ଓଡିଆ ଭାଷା ସାହିତ୍ୟର ଧୂରିଣ ପ୍ରଜ୍ଞଦୀପ୍ତ ମାନଙ୍କୁ ଚୟନ କରାଯିବା ଉଚିତ ଏବଂ ପ୍ରତ୍ୟେକ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନରେ ଓଡିଆ ଭାଷା ସାହିତ୍ୟ ଶିକ୍ଷକ/ ଶିକ୍ଷୟିତ୍ରୀ ନିଯୁକ୍ତି ହେବା ସହିତ ପ୍ରାଥମିକ ବିଦ୍ୟାଳୟସ୍ତରର ପାଠ୍ୟକ୍ରମରେ ନୈତିକ ଶିକ୍ଷା ବିଷୟବସ୍ତୁ ଭାବେ ରହିବା ସହିତ ଓଡ଼ିଶାର ମହାପୁରୁଷମାନଙ୍କ ଜୀବନୀ ସ୍ଥାନ ପାଇବାର ଘୋଷଣା ସରକାର ଙ୍କ ଦ୍ବାରା ଏହି ସମ୍ମିଳନୀ ଘୋଷଣା କରୁ। 
   ଉପରୁକ୍ତ ଦାବି ପ୍ରତି  ରାଜ୍ୟ ସରକାର ଧ୍ୟାନ ଦେବେ ବୋଲି ଶ୍ରୀଯୁକ୍ତ ପରିଡା ଆଶାବ୍ୟକ୍ତ କରିଛନ୍ତି।

ଶ୍ରୀଯୁକ୍ତ ବିଜୟ ପରିଡା,ସାମାଜିକ କର୍ମୀ





Advertisment

You Might Also Like