Breaking News
27-Mar-2024
ଭୁବନେଶ୍ୱର,୨୭.୩.୨୪(ଭାପ୍ର):- ବିଜେଡିର ପ୍ରଥମ ଓ ଦୂତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୯ ଟି ଲୋକସଭା ଆସନ ଏବଂ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଥିବା ବେଳେ ଦୂତୀୟ ତାଲିକାରେ ଆଉ ୬ ଟି ପାର୍ଥିଙ୍କ ନାମ ପ୍ରକାଶ ପାଇଛି। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ପ୍ରାର୍ଥୀ ହୋଇଥିବା ବେଳେ କିଛିଦିନ ତଳେ ହାତ ଛାଡି ବିଜେଡି ରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କେନ୍ଦ୍ରାପଡା ଲୋକସଭା ପାର୍ଥି ହୋଇଛନ୍ତି।ସେହିଭଳି ନବାଗତ ତଥା ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ,ବିଧାୟକ ସୁର ରାଉତରାୟକଙ୍କ ସାନପୁଅ ମନ୍ମଥ ରାଉତରାୟ ଆଜି ବିଜେଡି ରେ ଯୋଗ ଦେବାପରେ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପାର୍ଥି କରିଛି ବିଜେଡି।
ସେହିପରି କଳାହାଣ୍ଡିରୁ ଲମ୍ବୋଦର ନିଆଲ,ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ,ମୟୁରଭଞ୍ଜରୁ ସୁଦାମ ମାରାଣ୍ଡି,ନବରଙ୍ଗପୁରରୁ ପ୍ରଦୀପ ମାଝୀ,କୋରାପୁଟରୁ ଶ୍ରୀମତୀ କୌଶଲ୍ୟା ହିକକା,ଆସିକାରୁ କୁମାରୀ ରଂଜିତା ସାହୁ,ପୁରୀରୁ ଅରୂପ ପଟ୍ଟନାୟକ,ଢ଼େଙ୍କାନାଳରୁ ଅବିନାଶ ସାମଲ,ଜଗତସିଂପୁରରୁ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ,କନ୍ଧମାଳରୁ ଅଚ୍ୟୁତ ସାମନ୍ତ,କଟକରୁ ସନ୍ତୃପ୍ତ ମିଶ୍ର,ଯାଜପୁରରୁ ଶ୍ରୀମତୀ ଶର୍ମିଷ୍ଠା ସେଠୀ ପ୍ରମୁଖଙ୍କୁ ବିଜେଡି ଲୋକସଭା ପାର୍ଥି କରିଛି।
ଘୋଷଣା ହୋଇଥିବା ୭୨ ଟି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଂଜିଲିରୁ ପାର୍ଥି ହୋଇଥିବା ବେଳେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଂଝାରପୁର ରୁ ପାର୍ଥି ହୋଇଛନ୍ତି।ସେହିପରି ବିଷମ କଟକରୁ ଜଗନ୍ନାଥ ସାରକା,ଗୁଣୁପୁରରୁ ରଘୁନାଥ ଗମାଙ୍ଗ,ରାୟଗଡ଼ାରୁ ଶ୍ରୀମତୀ ଅନୂସୟା ମାଝୀ,ବରଗଡ଼ରୁ ଦେବେଶ ଆଚାର୍ଯ୍ୟ,ବିଜେପୁରରୁ ଶ୍ରୀମତୀ ରୀତା ସାହୁ,ଅତାବିରାରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,ଭଟଲିରୁ ସୁଶାନ୍ତ ସିଂହ,ଜଳେଶ୍ୱରରୁ ଅଶ୍ୱିନୀ କୁମାର ପାତ୍ର,ବସ୍ତାରୁ ଶ୍ରୀମତୀ ସୁଭାସିନୀ ଜେନା,ଭଣ୍ଡାରୀପୋଖରୀରୁ ସଞ୍ଜୀବ କୁମାର ମଲ୍ଲିକ,ଭଦ୍ରକରୁ ପ୍ରଫୁଲ୍ଲ ସାମଲ,ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ,ଧାମନଗରରୁ ଡ. ସଞ୍ଜୟ କୁମାର ଦାସ,ଚାନ୍ଦବାଲିରୁ ବ୍ୟୋମକେଶ ରାୟ,ଧର୍ମଶାଳାରୁ ପ୍ରଣବ କୁମାର ବଳବନ୍ତରାୟ,ଯାଜପୁରରୁ ଶ୍ରୀମତୀ ସୁଜାତା ସାହୁ,ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼ାଇ,ଢ଼େଙ୍କାନାଳରୁ ସୁଧୀର କୁମାର ସାମଲ,କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ,ପରଜଙ୍ଗରୁ ଡ. ନୃସିଂହ ସାହୁ,ପାଲଲହଡ଼ାରୁ ମୁକେଶ କୁମାର ପାଲ,ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା,ସୋନପୁରରୁ ନିରଞ୍ଜନ ପୂଜାରୀ,ଲୋଇସିଂହାରୁ ନିହାର ରଂଜନ ବେହେରା,ପାଟଣାଗଡ଼ରୁ ସରୋଜ କୁମାର ମେହେର,ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ,ଟିଟିଲାଗଡ଼ରୁ ଶ୍ରୀମତୀ ଟୁକୁନି ସାହୁ,ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ,ଉମରକୋଟରୁ ଶ୍ରୀମତୀ ନବୀନା ନାୟକ,ଝରିଗାଁରୁ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁରରୁ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ,ଡ଼ାବୁଗାଁରୁ ମନୋହର ରାନ୍ଧାରୀ,ଲାଞ୍ଜିଗଡ଼ରୁ ପ୍ରଦୀପ କୁମାର ଦିଶାରୀ,ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର,ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ,ଭବାନୀପାଟଣାରୁ ଶ୍ରୀମତୀ ଲତିକା ନାୟକ,ଜି ଉଦୟଗିରିରୁ ସାଲୁଗା ପ୍ରଧାନ,କଣ୍ଟାମାଳରୁ ମହୀଧର ରଣା,ବୌଦ୍ଧରୁ ପ୍ରଦୀପ କୁମାର ଅମାତ,ବଡ଼ମ୍ବାରୁ ଦେବୀ ପ୍ରସାଦ ମିଶ୍ର,ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ,ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କଟକ ଚୌଦ୍ୱାରରୁ ସୌଭିକ ବିଶ୍ୱାଳ,ନିଆଳୀରୁ ଡ.ପ୍ରମୋଦ କୁମାର ମଲ୍ଲିକ,କଟକ ସଦରରୁ ଚନ୍ଦ୍ର ସାରଥୀ ବେହେରା,ପାଟକୁରାରୁ ଅରବିନ୍ଦ ମହାପାତ୍ର,ଆଳିରୁ ପ୍ରତାପ କେଶରୀ ଦେବ,ରାଜନଗରରୁ ଧ୍ରୁବ ଚରଣ ସାହୁ,ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ,ପୁରୀରୁ ସୁନୀଲ ମହାନ୍ତି,ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ,ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା,ପିପିଲିରୁ ରୁଦ୍ର ପ୍ରତାପ ମହାରଥୀ,ଜଟଣୀରୁ ବିଭୂତି ବଳବନ୍ତରାୟ,ରଣପୁରରୁ ସତ୍ୟନାରାୟଣ ପ୍ରଧାନ,ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା,ନୟାଗଡ଼ରୁ ଡ. ଅରୁଣ କୁମାର ସାହୁ,ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ,ପୋଲସରାରୁ ଶ୍ରୀକାନ୍ତ ସାହୁ,କବିସୂର୍ଯ୍ୟନଗରରୁ ଶ୍ରୀମତୀ ଲତିକା ପ୍ରଧାନ,ଛତ୍ରପୁରରୁ ସୁବାସ ବେହେରା,ସୋରଡ଼ାରୁ ଶ୍ରୀମତୀ ସଂଘମିତ୍ରା ସ୍ୱାଇଁ,ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା,ଦିଗପହଣ୍ଡିରୁ ବିପ୍ଲବ ପାତ୍ର,ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ,କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ,କୋରାପୁଟରୁ ରଘୁରାମ ପୋଡ଼ାଲ,ମାଲକାନଗିରିରୁ ମାନସ ମାଡ଼କାମୀ,ଘସିପୁରାରୁ ବଦ୍ରି ନାରାୟଣ ପାତ୍ର,ପାଟଣାରୁ ଜଗନ୍ନାଥ ନାୟକ ପ୍ରମୁଖ ବିଧାନସଭା ପାର୍ଥି ହୋଇଛନ୍ତି।