+91-7008748499 / 9438844229

dkm3773@gmail.com / bpindialive@gmail.com

Sunday 22nd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ଅନ୍ୟାନ୍ୟ

ପ୍ରିୟ ଖବର ସମ୍ମାନରେ ସମ୍ମାନିତ ହେଲେ ସୋମ୍ୟଜିତ

22-Feb-2024



ଭୁବନେଶ୍ୱର, ୨୨.୨.୨୪(ଭାପ୍ର) ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା । ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା । ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍‍ । ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗରେ କେଉଁ ବର୍ଗଙ୍କ ପାଇଁ କ'ଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍‍ । ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍‍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

    ସ୍ଥାନୀୟ ଜୟଦେବ ଭବନରେ ପ୍ରିୟ ଖବରର ଦଶମ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ଯୋଗଦେଇ ସତ୍ୟ ଖବର ପ୍ରସାରଣ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଯେଉଁ ସତ୍ୟ ଖବର  ସମାଜକୁ ହଲ୍‍ଚଲ୍‍ କରିଦେବ ଓ ତାହାଦ୍ୱାରା ଲୋକଙ୍କର କ୍ଷତି ହେବ ତାହା ସତ୍ୟ ହେଲେ ବି ପ୍ରସାରଣ ହେବା ଉଚିତ୍‍ ନୁହେଁ । ଖବର ପ୍ରସାରଣ ବେଳେ ସବୁ ବର୍ଗଙ୍କୁ ସ୍ଥାନ ଦିଆଯିବା ଉଚିତ୍‍ । ଓଡ଼ିଆ ଭାଷା ମହାନ୍‍ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀର ଆୟୋଜନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟି ଭାଷାକୁ ଜୀବିତ ରଖିବା ସହିତ ଓଡ଼ିଆ ଭାଷା ଓ ଓଡ଼ିଆ ଜାତି କିଭଳି ଆଗକୁ ବଢ଼ିବ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରିୟଖବର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉ ଏବଂ ଏହାର ଉତରୋତ୍ତର ଉନ୍ନତି ହେଉ ପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରୁଛି ବୋଲି ଡ. ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଥିଲେ ଯେ, ପ୍ରିୟ ଖବର ସମସ୍ତଙ୍କର ପ୍ରିୟ ହେଉ । ଏଥିରେ ଅନୁସନ୍ଧାନମୂଳକ ଓ ସତ୍ୟ ଖବର ଉପସ୍ଥାପନା କରାଯାଉ । କାରଣ ସାମ୍ବାଦିକମାନଙ୍କ କାମ ହେଲା- ସତ୍ୟ, ନିର୍ଭିକ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିବା । ଏହାଦ୍ୱାରା ସମାଜର ମଙ୍ଗଳ ହେବ । ବିଶେଷ ଅତିଥି ଭାବେ ଯୋଗଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ ଯେ, ଗୋଟିଏ ଖବର କାଗଜକୁ ବଞ୍ଚାଇ ରଖିବା ଏବେ କଷ୍ଟକର ବ୍ୟାପାର । ପ୍ରିୟ ଖବର ଦୀର୍ଘ ୧୦ବର୍ଷ ହେଲା ତା'ର ପ୍ରସାର ଜାରି ରଖିଛି । ମୁକ୍ତ କଣ୍ଠରେ ମୁକ୍ତ କଲମ ଚାଳନାରେ ସେ ତାଙ୍କର ଖବର ପରିବେଷଣ କରୁଛନ୍ତି । ହେଲେ ସତ୍ୟ ଖବର ପରିବେଷଣ ସମୟରେ ନଜର ରଖିବା ଉଚିତ୍‍ । ସମାଜର କ୍ଷତି କଲାଭଳି ସମ୍ବାଦ ପରିବେଷଣ କରିବା ଉଚିତ୍‍ ନୁହେଁ । ସମାଜର ହିତ ଓ ବ୍ୟବସ୍ଥାର ସୁଧାର ପାଇଁ ଖବର ପ୍ରସାରଣ ହେବା ଉଚିତ୍‍ । ବହୁଳ ପ୍ରସାରିତ ଖବର କାଗଜ ଯେଉଁ ଖବରକୁ ଗୁରୁତ୍ୱ ଦିଏନାହିଁ, କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ତାକୁ ଗୁରୁତ୍ୱ ଦେଇ ସମାଜର ହିତ ସାଧନ କରିଥାଏ ବୋଲି ଶ୍ରୀ ମୁଦୁଲି କହିଥିଲେ ।
     ସମ୍ମାନୀତ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷ ଲେନିନ୍‍ ମହାନ୍ତି ଯୋଗଦେଇ ଖବର କାଗଜର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରିୟ ଖବର ସବୁବେଳେ ପାଠକଙ୍କ ରୁଚିକୁ ଗୁରୁତ୍ୱ ଦେଉଥିବାବେଳେ ଦୀର୍ଘ ବର୍ଷ ହେଲା ନିରବିଚ୍ଛିନ୍ନ ଭାବେ ପ୍ରସାରିତ ହେଉଛି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜେଡି ମୁଖପାତ୍ର ଡାକ୍ତର ହରିଶ୍‍ ଚୌଧୁରୀ ଯୋଗଦେଇ ପ୍ରିୟ ଖବର କିଭଳି ଛୋଟରୁ ଆଜି ଦଶବର୍ଷରେ ପହଞ୍ଚି ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣୁଛି, ତା ଉପରେ ମତବ୍ୟକ୍ତ କରିବା ସହ ଗଠନମୂଳକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ । ଏହାସହିତ କହିଥିଲେ ଯେ, ପଢ଼ିବାର ସ୍ଫୃହା ଏବେ କମିଗଲାଣି । ତେଣୁ ଯୁବପିଢ଼ୀ ସମ୍ବାଦପତ୍ର ପଢ଼ିବା ଉପରେ ନିଜର ରୁଚି ରଖିବା ଆବଶ୍ୟକ । ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ହର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ଲୋକକଳା, ଘୋଡ଼ାନାଚ ଓ ପାଇକ ଆଖଡ଼ା ପରିବେଷଣ କରାଯାଇଥିଲା ।ସାମ୍ୱାଦିକତା କ୍ଷେତ୍ରରେ ସାମ୍ୱାଦିକ  ସୋମ୍ୟଜିତ ସିହ୍ନା  ଙ୍କୁ ପ୍ରିୟ ଖବର ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।





Advertisment

You Might Also Like