+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME    ଅନ୍ୟାନ୍ୟ

ଓଡିଶା ମ୍ୟୁଜିକ ହେରିଟେଜର ବାର୍ଷିକ ଉତ୍ସବ ପାଳନ

03-Mar-2024



 

ଭୁବନେଶ୍ୱର, ୩.୩.୨୪(ଭାପ୍ର) :- ଓଡ଼ିଶା ମ୍ୟୁଜିକ ହେରିଟେଜ୍ ୨୦୨୪ ତୃତୀୟ ବାର୍ଷିକ ଉତ୍ସବ ବେଶ୍ ଧୁମ୍ ଧାମ ରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଥିଲା। ଓଡ଼ିଶୀ ସଂଗୀତ ଓ ଗୀତଗୋବିନ୍ଦ, ପୁରାତନ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ନାଟ୍ୟାଙ୍ଗ, ଭାବାଙ୍ଗ ଆଦି ସଙ୍ଗୀତ ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀଙ୍କ ଦ୍ବାରା ଗାୟନ କରାଯାଇଥିଲା। ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ଦୋଳ ଗୋବିନ୍ଦ ରଥ (ବିଶିଷ୍ଟ ନାଟ୍ୟବିତ୍ ଓଡ଼ିଶା) ସମ୍ନାନିତ ଅତିଥି ଭାବେ ଗୁରୁ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ (ବିଭାଗୀୟ ମୁଖ୍ୟ ଓଡ଼ିଶୀ ଗବେଷଣା କେନ୍ଦ୍ର,ତଥା ବିଶିଷ୍ଟ ସଂଗୀତଜ୍ଞ) ଶ୍ରୀଯୁକ୍ତ ବିବେକାନନ୍ଦ ରାଉତ ଓଡ଼ିଶା ମ୍ୟୁଜିକ୍ ହେରିଟେଜ୍ ର ଅଧ୍ୟକ୍ଷ ତଥା (କଣ୍ଠଶିଳ୍ପୀ) ବିନୋଦ ବିହାରି ବେହେରା (କଥାକାର ଓ ସଙ୍ଗିତ ନିର୍ଦ୍ଦେଶକ) ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଳନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା । ପରେ ପରେ ସମସ୍ତ କଳାକାର ଏବଂ ବାଦ୍ୟଯନ୍ତ୍ର ରେ ସହଯୋଗ କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ରାସେ ହରିମିହ ବିହିତ ବିଳାସମ୍ ଶ୍ରିଗୀତ ଗୋବିନ୍ଦ...(ବିବେକାନନ୍ଦ ରାଉତ), ଛାନ୍ଦ (ସୁଭଙ୍କରୀ ଦାସ), ଦ୍ଵେତ ଓଡିଶୀ ସଙ୍ଗୀତ (ପୂର୍ଣାସା ପାଣି) ଓ (ସ୍ମୃତି ମହାପାତ୍ର) , ନାଟ୍ୟାଙ୍ଗ ନ ଯା ଯମୁନା.. (ସ୍ବଦେଶ ମହାନ୍ତି) ସମବେତ ଓଡ଼ିଶୀ କଣ୍ଠ ସଙ୍ଗୀତ ପରିଚାଳନା (ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାସ୍) ପରିଶେଷରେ ଚମ୍ପୁ (ଶ୍ରୀମତୀ ସ୍ପନ୍ଦନିକା ପଟ୍ଟନାୟକ) ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ।


ବାଦ୍ୟଯନ୍ତ୍ର ରେ ବିବେକ ରାଉତ (ହାର୍ମୋନୀୟମ), ସଞ୍ଜୟ ରାଉତ୍ (ତବଲା), ରାଜେନ୍ଦ୍ର ଦାସ (ମଞ୍ଜିରା), ସୌମ୍ୟ ରଞ୍ଜନ ନାୟକ (ମର୍ଦ୍ଦଳ), ବଳରାମ ବଳ (ସିନ୍ଥେସାଇଜର) ପ୍ରମୁଖ ସହଯୋଗ କରିଥିଲେ। ଗୁରୁ ଶ୍ରୀ ଧୀରେନ୍ଦ୍ର ନାଥ ବେହେରା, ଗୁରୁ ଶ୍ରୀ ଉମେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ବିନୋଦ ବିହାରୀ ବେହେରା ମଞ୍ଚ ପରିଚାଳନା କରିଥିଲେ।





Advertisment

You Might Also Like