+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME    ଅନ୍ୟାନ୍ୟ

ମନୋରଞ୍ଜନ ସାହୁଙ୍କ ବିୟୋଗରେ ଡଟକମରେ ଶୋକସଭା

22-Feb-2024



ଭୁବନେଶ୍ୱର,୨୨.୨.୨୪(ଭାପ୍ର)ଈଟିଭି ଭାରତର ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁ  ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛି ଓଡିଶା ସାମ୍ବାଦିକ ସଂଘ । ଭୁବନେଶ୍ୱର ର ଆଜି ଏନେଇ  ଡଟକମ  ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇଥିବା ବେଳେ ତାଙ୍କର ଅମର ଆତ୍ମାର ସତଗତି  କାମନା କରିଛନ୍ତି  ଉପସ୍ଥିତ ସାମ୍ବାଦିକ,ଭିଡିଓ ଜର୍ଣ୍ଣାଲିଷ୍ଟ ବା କ୍ୟାମେରାମାନ । ଶ୍ରଦ୍ଧାଞ୍ଜଳି ଅର୍ପଣ ସହ  ତାଙ୍କ ସହ  ବିତାଇ ଥିବ ସମୟକୁ  ମାନେ ପକାଇ ଭାବ ବିହ୍ୱୋଳ ହୋଇଥିଲେ ସମସ୍ତ । ଗଣମାଧ୍ୟମ ଜଗତର ଉପସ୍ଥିତ  ସହଯୋଗୀମାନେ ତାଙ୍କର ସ୍ମୃତିଚାରଣ  କରିଥିବା ବେଳେ କାନ୍ଦି ପକାଇଥିଲେ ପୁରା ପରିବେଶ ହୋଇଥିଲା  ଶୋକାକୁଳ। କାରଣ ସେ ଜଣେ କେବଳ ଜଣେ  ଭିଡିଓ ଯର୍ଣ୍ଣାଲିଷ୍ଟ ନଥିଲେ ବ୍ୟକ୍ତିଗତ ଭାବେ ସେ ଜଣେ  ଉତ୍ତମ  ମଣିଷ  ହୋଇଥିବାରୁ  ତାଙ୍କ ସହ  ବିତାଇ ଥିବା ସେଇ ପଛ କଥାକୁ ମାନେ ପକାଇ ଦୁଖ  ପ୍ରକାଶ କରିଥିଲେ  ସମସ୍ତେ।

 

  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ ଦିବ୍ୟାଙ୍ଗତ ମନୋରଞ୍ଜନ ସାହୁଙ୍କ ଆତ୍ମାର ସଦ୍ଗତି  କାମନା କରିଛନ୍ତି। ଏହାସହ ସାମ୍ବାଦିକଙ୍କ ଏଭଳି  ଅସମୟର ମୃତ୍ୟୁକୁ ନେଇ ବିଶେଷ କରି ଅସୁସ୍ଥତା କାରଣରୁ ଏଭଳି ଅକାଳ ମୃତ୍ୟୁକୁ ନେଇ ସାମ୍ୱାଦିକ ସୁରକ୍ଷା ବ୍ୟବସ୍ଥା  ସହ  ପେନସନ ବା ଭତ୍ତା ବ୍ୟବସ୍ଥା  ଲାଗୁ କରିବା ପାଇଁ ରାଜ୍ୟସରକାରଙ୍କ ଅନୁରୋଧ କରିଛନ୍ତି। କାରଣ ଅନେକ ସମୟରେ କାର୍ଯ୍ୟ ଵ୍ୟସ୍ତତାରେ  ସାମ୍ବାଦିକ ମାନେ ଶରୀରପ୍ରତି ଯତ୍ନଶୀଳ ନ ହେବା ଯୋଗୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି ଓ କାହାର ମୃତ୍ୟୁ ହେଉଛି। ତେଣୁ ସାମ୍ବାଦିକଙ୍କ ଜୀବନର ସୁରକ୍ଷା ପାଇଁ ସାମ୍ୱାଦିକ ସୁରକ୍ଷା ବ୍ୟବସ୍ଥା  ସହ  ପେନସନ  ବ୍ୟବସ୍ଥା  ଲାଗୁ କରିବା ପାଇଁ ଦାବି କରିଛନ୍ତି ବରିଷ୍ଠ  ସାମ୍ବାଦିକ ରବି ଦାସ। 

  ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଗତକାଲି  ୨:୩୦  ସମୟରେ ୪୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ଅକାଳ ଵିୟୋଗକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଓଡ଼ିଶାର ଗଣମାଧ୍ୟମ ଜଗତରେ ବି ଶୋକର  ଛାୟା ଖେଳିଯାଇଛି। ତାଙ୍କର  ଆବର୍ତ୍ତନରେ  ସାମ୍ବାଦିକତା ଜଗତରେ ଏକ  ଅପୂରଣୀୟ  କ୍ଷତି ହୋଇଛି।





Advertisment

You Might Also Like