+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କଂଗ୍ରେସର ବଡ ବିଜୟ, କେନ୍ଦ୍ରାପଡାକୁ ରେଳ ଗଡିବ

04-Mar-2024



କେନ୍ଦ୍ରାପଡ଼ା ୪.୩.୨୪(ଭାପ୍ର): ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ନିଷ୍ପତ୍ତି କଂଗ୍ରେସର ଏକ ବଡ ବିଜୟ । ଏହି ବିଜୟ ପାଇଁ ସେ କେନ୍ଦ୍ରାପଡାବାସୀ ଓ ସମସ୍ତ ସହଯୋଗୀ କଂଗ୍ରେସ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ବେହେରା ଆହୁରି କହିଛନ୍ତି ଯେ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇବା ନିମନ୍ତେ କଂଗ୍ରେସ ତା୨୩.୦୯.୨୦୨୦ରିଖଠାରୁ ଯେଉଁ ଦିନ ହରିଦାସପୁର-ପାରାଦ୍ୱୀପ ରେଳପଥରେ ମାଲ୍‌ବାହି ଟ୍ରେନ୍    ଗଡିଲା ନିରବଚ୍ଛିନ୍ନ ଭାବେ କଂଗ୍ରେସ ଆନ୍ଦୋଳନ କରିଚାଲିଛି । ଆନ୍ଦୋଳନର ବିବରଣୀ ଦେଇ ସେ କହିଛନ୍ତି ଯେ, ତିନି ତିନି ଥର ଇଷ୍ଟକୋଷ୍ଟ ରେଲୱେର ମହା ପ୍ରବନ୍ଧକଙ୍କୁ ଭେଟ କରି ଦାବିପତ୍ର ଦିଆଯାଇଛି । ରେଳମନ୍ତ୍ରୀଙ୍କୁ ତିନିଖଣ୍ଡ ଚିଠି ଲେଖାଯାଇଛି । ବର୍ତ୍ତମାନର ରେଳମନ୍ତ୍ରୀଙ୍କୁ ଗତ ତା୩୦.୦୧.୨୦୨୪ରିଖରେ ଶେଷ ଚିଠି ଲେଖାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଗତ ତା୦୨.୦୩.୨୦୨୪ରିଖରେ ଚିଠି ଲେଖି ଅନୁରୋଧ କରାଯାଇଛି । ଏଥି ସାଙ୍ଗକୁ ନଭେମ୍ବର ୨୦୨୧ରେ କେନ୍ଦ୍ରାପଡାର ଗୋପଠାରେ ରେଳରୋକ ଆନ୍ଦୋଳନ ଓ ତା୦୨.୦୧.୨୦୨୩ରେ ଇଷ୍ଟକୋଷ୍ଟ ରେଲୱେର ସଦର ମହକୁମା ଭୁବନେଶ୍ୱରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 
   କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡାରେ ବିଗତ ୨ ବର୍ଷ ମଧ୍ୟରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ “ମାଟି ପାଇଁ ପାଟି ଖୋଲ”, “ମାଟି ପାଇଁ ମାଡି ଚାଲ” ଓ “ମାଟି ପାଇଁ ଜେଲ ଚାଲ” ମହାଆନ୍ଦୋଳନ କରାଯାଇଛି । ଶ୍ରୀ ବେହେରା ଦାବି କରିଥିଲେ ଯେ ଯାତ୍ରୀବାହୀ ରେଳ ଚଳାଚଳର ଶ୍ରେୟ କେବଳ କଂଗ୍ରେସର ପ୍ରାପ୍ୟ । ସେ ପ୍ରଧାନମନ୍ତ୍ରୀଙ୍କ ପାଖରେ କେନ୍ଦ୍ରାପଡାକୁ କଲିକତା ସହ ରେଳ ସଂଯୋଗ କରିବା ପାଇଁ କେନ୍ଦ୍ରାପଡାବାସୀଙ୍କ ତରଫରୁ ଦାବି ଜଣାଇଛନ୍ତି । 
   ଏହି ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ହିବଜୁର ରହେମାନ,  ଜିଲ୍ଲା କଂଗ୍ରେସ ଉପସଭାପତି ସୌମେନ୍ଦ୍ର ପୃଷ୍ଟି, ପିସିସି ପୂର୍ବତନ ସମ୍ପାଦକ ମୁକ୍ତାର ଖାଁ, କାଉନସିଲର ଚାନ୍ଦ ବାବୁ, ଡିସିସି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଜେନା, ଡିସିସି ସାଧାରଣ ସମ୍ପାଦକ ମୀର ମୁରସିଦ୍‌, ଡିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପୂର୍ବତନ ସରପଞ୍ଚ ତଥା ସମବାୟ ସଭାପତି ପ୍ରଦ୍ୟୁମ୍ନ ଜେନା ଓ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ହିମାଂଶୁ ବେହେରା, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ବେହେରା, ଦୀପକ ଭଦ୍ର, ପ୍ରଶାନ୍ତ ରାଉତ, ପୂର୍ବତନ ସରପଞ୍ଚ ବାବାଜୀ ମଲ୍ଲିକ, ପଞ୍ଚାୟତ କଂଗ୍ରେସ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ସୟଦ ଇସ୍ମାଇଲ ହୁସେନ, ବିଚିତ୍ର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।





Advertisment

You Might Also Like