+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଝୋଟ ବ୍ୟାଗ କିଣାରେ ୨୦୦ କୋଟିର ଦୁର୍ନୀତି ର ଅଭିଯୋଗ କଲା କଂଗ୍ରେସ

22-Feb-2024




ଭୁବନେଶ୍ୱର ,୨୨.୨.୨୪ (ଭାପ୍ର) :-  ରାଜ୍ୟରେ ନବୀନ ସରକାରଙ୍କ ଦ୍ୱାରା ସାଧାରଣ ବଂଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ପାଉଥିବା ପରିବାରକୁ ଦୁଇଗୋଟି ଝୋଟ ବ୍ୟାଗ ଦେବାପାଇଁ ନିଆଯାଇଥିବା ନିଷ୍ପତି ପଛରେ ଏକ ବଡ଼ ଧରଣର ଘୋଟାଲା ହୋଇଥିବାର ଅଭିଯୋଗ ଆଣିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ସଂପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥି ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରି କହିଥିଲେ ଯେ ରାଜ୍ୟ ସରକାର ସମୁଦାୟ ୨ କୋଟି ଝୋଟ ବ୍ୟାଗ କିଣିବାପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହା ପଛରେ ୨୦୦ କୋଟି ଟଙ୍କାର ଏକ ବଡ଼ଧରଣର ଦୁର୍ନୀତି ହୋଇଛି । ରାଜ୍ୟରେ ପାଖାପାଖି ୧ କୋଟି ପରିବାରକୁ ୨ଟି ଲେଖାଏ ବ୍ୟାଗ ଦିଆଯିବ ଏବଂ ଏଥିପାଇଁ ୩ଶହ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେଉଁ ବ୍ୟାଗ ସରକାର ଲୋକଙ୍କୁ ଦେଉଛନ୍ତି ତାହାର ବଜାର ଦର ସାଧାରଣ ଲୋକଙ୍କ ପାଇଁ ଅତିବେଶୀରେ ୧ଶହ ଟଙ୍କା ହେବ । ସାଧାରଣ ଜନତା ୧୦୦ ଟଙ୍କା ମୂଲ୍ୟରେ ସେହିଭଳି ଝୋଟବ୍ୟାଗ ମାର୍କେଟରୁ ପାଉଥିବା ବେଳେ ସରକାର କିଭଳି ଭାବରେ ଗୋଟିଏ ବ୍ୟାଗ ପିଛା ୧୫୦ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସାଧାରଣ ଭାବରେ ଗୋଟିଏ ଦୁଇଟି ବ୍ୟାଗ କିଣିବାପାଇଁ ଯେତିକି ଟଙ୍କା ଦେବାକୁ ପଡ଼େ ଏକାଦି କ୍ରମେ ଲକ୍ଷ ଲକ୍ଷ ବ୍ୟାଗ ହୋଲସେଲ ଦରରେ କ୍ରୟ କରାଗଲେ ତାହାର କ୍ରୟ ମୂଲ୍ୟ ଅଧାରୁ ବି କମ ହୁଏ । ଏଭଳି ସ୍ଥିତିରେ ସରକାର ଯେଉଁ ବ୍ୟାଗ ସ୍ୱତନ୍ତ୍ର ଭାବେ ବରାଦ ଦେଇ ଟେଣ୍ଡର କରି ରାଜ୍ୟ ବାହାରୁ କିଣୁଛନ୍ତି ତାହାର ଦାମ ଅତି ବେଶୀରେ ୫୦ ଟଙ୍କାରୁ ଅଧିକ ହେବ ନାହିଁ । ଅର୍ଥାତ ଗୋଟିଏ ବ୍ୟାଗ ପିଛା ୧୦୦ ଟଙ୍କାର ଘୋଟାଲା କରାଯାଉଛି  ଏବଂ ୨ କୋଟି ବ୍ୟାଗ ପିଛା ସରକାର ୨୦୦ କୋଟିର ଘୋଟାଲା କରିବାପାଇଁ ବ୍ୟବସ୍ଥା କରିଛନ୍ତି ।

   ଶ୍ରୀ ଶତପଥି ସରକାରଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ସରକାର ଏହି ଝୋଟ ବ୍ୟାଗ ଭାରତବର୍ଷର କେଉଁ ରାଜ୍ୟରୁ, କେଉଁ କମ୍ପାନୀରୁ ଏବଂ ବାସ୍ତବରେ କେତେ ଟଙ୍କାରେ ଆଣୁଛନ୍ତି ତାହାର ହିସାବ ସାର୍ବଜନୀନ କରିବେକି? ନବୀନ ବାବୁଙ୍କ ସମୟରେହିଁ ଓଡ଼ିଶାର ସବୁ ଝୋଟକଳ ବନ୍ଦ ହୋଇଯାଇଛି । ଏହି ଝୋଟ ବ୍ୟାଗ ଦେବା ପଛରେ ଦର୍ଶାଯାଇଥିବା କାରଣ ଗୁଡ଼ିକ ଯଥା ସବୁଜ ଓଡ଼ିଶା ଗଠନ କରାଯିବ, ପରିବେଶ ପଲିଥିନ ମୁକ୍ତ ହେବ ଏବଂ ସୁରକ୍ଷିତ ରହିବ ଓ ଅଳିଆ ଆବର୍ଜନାରୁ ମୁକ୍ତି ମିଳିବ ଯଦି ତର୍ଜମା କରାଯାଏ ତାହାହେଲେ ସରକାରଙ୍କର ଦାବି ଯେ ସଂପୂର୍ଣ୍ଣ ଡାହା ମିଛ ସେକଥା ସ୍ପଷ୍ଟ ଅନୁମେୟ । ପରିବେଶକୁ ପଲିଥିନ ମୁକ୍ତ କରିବାପାଇଁ ଦୁଇଗୋଟି ଝୋଟ ବ୍ୟାଗର ସାହାରା ନେଉଥିବା ବିଜେଡ଼ି ସରକାର ମୁଖ୍ୟମନ୍ତ୍ରୀ ଏବଂ ବିଜେଡ଼ି ଦଳର ତମାମ ନେତାଙ୍କର ଟୋ ଥିବା ଦଳୀୟ ବ୍ୟାନର, ପୋଷ୍ଟର, ପତାକା ଓ ବଡ଼ ବଡ଼ ହୋଡିଂ ଆଦି ପଲିଥିନ ଯୁକ୍ତ ନା ପଲିଥିନ ମୁକ୍ତ ବୋଲି ଶ୍ରୀ ଶତପଥି ପ୍ରଶ୍ନ କରିଥିଲେ । ଯଦି ପରିବେଶ ପାଇଁ ଏତେ ଚିନ୍ତା ତାହାହେଲେ ବିଜେଡ଼ି ତାଙ୍କର ଦଳୀୟ କାର୍ଯ୍ୟକ୍ରମ ପାଇଁ ଝୋଟ ନିର୍ମିତ ପ୍ରଚାର ପ୍ରସାର ସାମଗ୍ରୀକୁ ନିର୍ବାଚନରେ ବ୍ୟବହାର କରିବାପାଇଁ ସେ ଆହ୍ୱାନ ଦେଇଥିଲେ । 

   ଢ଼େଙ୍କାନାଳ ଜିଲ୍ଳାରେ ମଦ କମ୍ପାନୀର ନିର୍ମାଣ ପାଇଁ ହଜାର ହଜାର ଗଛ କାଟିଦିଆଯିବା, ଭୁବନେଶ୍ୱର ଶିଖରଚଣ୍ଡି ପାହାଡ଼ରେ ବିନା ଅନୁମତିରେ ହଜାର ହଜାର ଗଛ କାଟି ପଦା କରିଦେବା, ଖଣିପାଇଁ ଗଛକଟା ଏବଂ ଯାଜପୁର ଜିଲ୍ଳାରେ ଶାଳଜଙ୍ଗଲକୁ କାଟି ନଷ୍ଟ କରିବା ହେତୁ ଜାତୀୟ ସବୁଜ ପ୍ରାଧିକରଣ (ଏନ.ଜି.ଟି) ଓଡ଼ିଶା ସରକାରଙ୍କୁ ଏକ କୋଟି ଟଙ୍କାର ।ଇନ ଦେବାପାଇଁ ନିର୍ଦ୍ଦେଶ ଦେବା ଆଦି ସରକାରଙ୍କର ସବୁଜ ଓଡ଼ିଶାର ବାସ୍ତବ ଚିତ୍ରକୁ ପ୍ରତିପାଦିତ କରେ । ଏହି ଝୋଟ ବ୍ୟାଗର ଘୋଟାଲା ଆମକୁ କୋଭିଡ ସମୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅତ୍ୟଧିକ ଦାମ ଦେଇ କଟନ ମାସ୍କ କିଣିବା ଏବଂ ସେଥିରେ ହୋଇଥିବା ଦୁର୍ନୀତିକୁ ମନେପକାଇ ଦିଏ ।
     ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ଉତ୍କଟ ଦରବୃଦ୍ଧି ହେତୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ଏ କଥାକୁ ନବୀନ ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି । ଉତ୍କଟ ଦର ବୃଦ୍ଧିରୁ ଆସ୍ୱସ୍ତି ପାଇବାପାଇଁ ହଜାରେ ଟଙ୍କା ପ୍ରତି ରାସନକାର୍ଡଧାରୀ ପରିବାରକୁ  ଦିଆଯିବାର ଯେଉଁ ନିଷ୍ପତି ସରକାର ନେଇଛନ୍ତି ତାହା ସାଧାରଣ ଜନତାଙ୍କର ଗରିବି ପ୍ରତି ଉପହାସ । ଆଜିର ଦିନରେ ଗୋଟିଏ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହଜାରେ ଟଙ୍କାରୁ ଅଧିକ ଥିଲା ବେଳେ ନିର୍ବାଚନ ଦୁଇମାସ ଥାଇ ସରକାରଙ୍କର ଦରଦାମବୃଦ୍ଧି କଥା ମନେପଡ଼ିବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ଭୋଟ ହାତେଇବା ପାଇଁ ଏକ ବିଫଳ ପ୍ରୟାସ । ସବୁଠାରୁ ଆଶ୍ଚର୍ଯ୍ୟର କଥା ନିକଟରେ ଆଗତ ହୋଇଥିବା ବଜେଟରେ ଏ ସମସ୍ତ ବ୍ୟବସ୍ଥା ପାଇଁ ବ୍ୟୟବରାଦ କରାନଯାଇ ପରବର୍ତୀ ଅବସ୍ଥାରେ କ୍ୟାବିନେଟ ବୈଠକରେ ନିଷ୍ପତି କରାଯିବା ସରକାରଙ୍କର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।  ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମୀୟ ପାଣ୍ଡବ ଓ ଅନ୍ୟତମ ମୁଖପାତ୍ର ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ । 
 





Advertisment

You Might Also Like