Breaking News
18-Feb-2024
ଭୁବନେଶ୍ୱର-ତା ୧୮.୨.୨୪ ରିଖ(ଭାପ୍ର):-ଆପଣଙ୍କ ପରିବାର, ଶ୍ରମିକ ସଂଗଠନ, ସରକାରୀ କାର୍ଯ୍ୟ ତଥା କାର୍ଯ୍ୟସ୍ଥଳଳେ ମହିଳାମାନଙ୍କର ପ୍ରସ୍ତାବକୁ ଗୁରୁତ୍ବ ଦେବା ଆବଶ୍ୟକ। ଆମ ଦେଶରେ ତଥା ପୃଥିବୀରେ ମହିଳା ମାନଙ୍କର ସଂଖ୍ୟା ୫୦ ପ୍ରତିଶତ। ଏଣୁ ୫୦ ପ୍ରତିଶତ ଲୋକ ସଶକ୍ତିକରଣ ନହେଲେ, ସ୍ଵାବଲମ୍ବୀ ନ ହେଲେ ଘର, ୟୁନିଅନ, ସରକାର ନିଷ୍ପତିରେ ଭାଗୀଦାର ନ ହେଲେ କୌଣସି ଦେଶରେ ଗଣ ସଫଳ ରୁପେ କାର୍ଯ୍ୟ କରିପାରିବ ନାହିଁ । ଆମ ଦେଶରେ ମହିଳାମାନେ ୫୦ ପ୍ରତିଶତ ରୋଜଗାର କିମ୍ବା କାର୍ଯ୍ୟସ୍ଥଲିରେ ନାହାନ୍ତି। ଅଧୂକାଂଶ ଶିଳ୍ପ କଳକାରଖାନା ଖଣି ଓ ସରକାରୀ କ୍ଷେତ୍ରରେ ମହିଳା ମାନଙ୍କର ଭାଗୀଧାରୀ ଯଥେଷ୍ଟ କମ୍, ଅନ୍ୟପକ୍ଷରେ ପରିବାରର ଦାୟିତ୍ଵ, ଗର୍ଭଧାରଣ, ଶିଶୁପାଳନ, ସାମାଜିକ ପ୍ରଥା ଓ ପୁରୁଷ ପ୍ରଧାନ ସମାଜର ସଂସ୍କାର ଓ ସଂରକ୍ଷଣ ବ୍ୟବସ୍ଥାରେ ମହିଳାମାନେ କେବଳ ଏହି କାର୍ଯ୍ୟକ୍ଷେତ୍ରରେ ସଂପୃକ୍ତ ହେଉଛନ୍ତି।
ଏପରିକି ସଂପ୍ରତି ଆମ ଦେଶର ର ମହିଳା ରାଷ୍ଟ୍ରପତି, ଇନ୍ଦିରାଗାନ୍ଧୀଙ୍କ ପରି ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ, ଅନ୍ୟ ରାଷ୍ଟ୍ର ନେପାଳ, ପାକିସ୍ଥାନ, ବାଙ୍ଗଲାଦେଶ ଓ ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ହୋଇଥୁବା ସହିତ ଆମ ଦେଶର ଗ୍ରାମ ପଂଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ,ବିଧାନସଭା, ବିଧାନ ପରିଷଦ ଓ ଲୋ ଲାକସଭା ଓ ରାଜ୍ୟସଭାରେ ମଧ୍ୟ ମଧ୍ୟ ମହିଳାମାନେ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ବିଡ଼ମ୍ବନା ଏହା ଯେ ସମସ୍ତ କ୍ଷେତ୍ରରେ ୫୦ ପ୍ରତି ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ଉଦ୍ଦିଷ୍ଟ ଥିଲାବେଳେ ତାହା କାର୍ଯ୍ୟକାରୀ ହେଉନାହିଁ ବରଂ ମହିଳାମାନେ ନିର୍ଯ୍ୟାତନାରେ ଶୀକାର ହେଉଛନ୍ତି। ଏହାର ମୁଖ୍ୟ କାରଣ ଅଧୂକାଂଶ ମହିଳା ରୋଜରାଜଗାରକ୍ଷମ ଯୋଗ୍ୟତା ହାସଲ କରିନାହାନ୍ତି।କରିନାହାନ୍ତି। ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ଵାବାଲମ୍ବୀ ହୋଇ ନଥିବାରୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତୋଳନ କରିବା ପାଇଁ ସକ୍ଷମ ହେଉନାହାନ୍ତି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ତଥା ନିର୍ମାଣ ଓ ଜଙ୍ଗଲ ମଜଦୁର ଫେଡ଼େରେସନର ସଭାପତି ଡଃ ରାମଚନ୍ଦ୍ର ଙ୍ଖୁଟିଆଙ୍କ ଦ୍ବାରା ଏକ ଆୟୋଜିତ ମହିଳା ଶ୍ରମିକ ସ୍ଵାଧୀନତା ସମ୍ବନ୍ଧୀୟ କାର୍ଯକ୍ରମରେ ବହୁମତ ପ୍ରକାଶ ପାଇଛି। ଯଦି ଏହାର ପରିବର୍ତନ ନ ହୁଏ ମହିଳାମାନେ ସଶକ୍ତିକରଣ ହୋଇପାରିବେ ନାହିଁ ବରଂ ଦେଶର ଅର୍ଥନୈତିକ ମାନଦଣ୍ଡ ଦୃବଳ ହେବ ବୋଲି ଡ. ଖୁଣ୍ଟିଆ ମତପୋଷଣ କରିଛନ୍ତି ବୋଲି ବି.ଡବ୍ଲୁଆଇ ସଂଯୋଜିକା ପ୍ରେରଣା ପ୍ରସାଦ ଓ ଡ. ରାଜୀବ ଶର୍ମା, ଚନ୍ଦ୍ରପ୍ରକାଶ ସିଂ, ପ୍ରମୋଦ ପଟେଲଙ୍କ ସହ ନେପାଳର କାର୍ଯ୍ୟରତ ମହିଳା ଓ ପୁରୁଷ ଶ୍ରମିକ ପ୍ରତିନିଧିମାନେ ଯୋଗ ଦେଇଥିଲେ