+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଆସନ୍ତା ୨୧ ରେ ବିଶାଳ ମହିଳା ସମାବେଶ କରି ନବୀନ ନିବାସ ଘେରିବ ମହିଳା କଂଗ୍ରେସ

19-Feb-2024



ଭୁବନେଶ୍ୱର ତା. ୧୯.୨- ବିଜେଡ଼ି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ନବୀନ ସରକାରରେ ରାଜ୍ୟର ମହିଳାମାନେ ଚରମ ଅବହେଳାର ଶିକାର ହୋଇଛନ୍ତି ଏବଂ ଏହାର ପ୍ରତିକାର ପାଇଁ ସରକାର ସଂପୂର୍ଣ୍ଣ ଭାବରେ ଉଦାସୀନ ଅଛନ୍ତି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି । 
    ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା କଥା କହି ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ ସର୍ବସ୍ୱ ରାଜନୀତିର ଏକ ଅଂଶବିଶେଷ ରୂପେ ବିବେଚନ କରୁଥିବାରୁ ତାଙ୍କୁ କଟୁ ସମାଲୋଚନା କରିଥିଲେ । 

http://youtu.be/1Pj5MZENcqU?si=aiQCtLRPxQTe7jpg

 

ଯୋଗଦେବେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବା

   ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ଦୀର୍ଘ ୨୪ ବର୍ଷ ଧରି ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେବା ସହିତ ଚଳିତ ଫେବୃଆରୀ ମାସ ୨୧ ତାରିଖରେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା  ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା ସମାବେଶର ଆୟୋଜନ କଥା ଘୋଷଣା କରିଛନ୍ତି ।ସେହିଦିନ ରାଜ୍ୟର ମହିଳା ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ନବୀନ ନିବାସ ଘେରାଉ କରାଯିବ।ସେ ଆହୁରି କହିଛନ୍ତି କି   ସରକାରଙ୍କ ଉଦାସୀନତା ବିରୁଦ୍ଧରେ ଓଡ଼ିଶାର ପୂରପଲ୍ଲୀରେ ବଡ଼ ଧରଣର ମହିଳା ଆନ୍ଦୋଳନ କରାଯିବ । ଆଜି ଓଡ଼ିଶାରେ ପ୍ରତ୍ୟେକ ଦିନ ୭ ଜଣ ମହିଳା ଦୁର୍ଷ୍କମର ଶିକାର ହେଉଛନ୍ତି । ରକ୍ତହୀନତା ଓ ଅପପୃଷ୍ଟିରେ ମହିଳା ଓ ଶିଶୁମାନଙ୍କ ସଂଖ୍ୟା ୬୪ ପ୍ରତିଶତରୁ ଅଧିକା ।ଏ ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ନିଜର ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରିବା ବ୍ୟତିତ ସେମାନଙ୍କର ସାମଗ୍ରିକ ବିକାଶ ପ୍ରତି ସଂପୂର୍ଣ୍ଣ ଭାବରେ ଉଦାସୀନ ରହିବା ଅତ୍ୟନ୍ତ ନିନ୍ଦନିୟ ବୋଲି ଶ୍ରମତୀ ବାହିନୀପତି କହିଥିଲେ । ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ଉତ୍କଟ ଦରବୃଦ୍ଧି ହେତୁ ହାଣ୍ଡିଶାଳ ଉପରେ ହେଉଥିବା କୋରଡ଼ାମାଡ଼କୁ ନେଇ ସାଧାରଣ ଗୃହିଣୀଟିଏ ତ୍ରସ୍ତ ଅବସ୍ଥାରେ ଅଛନ୍ତି ବୋଲି ଶ୍ରୀମତୀ ବାହିନୀପତି କ୍ଷୋଭ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ରାଜ୍ୟର ମହିଳା ମାନଙ୍କୁ ନିବେଦନ କରିଛନ୍ତି ଶ୍ରୀମତୀ ବାହିନୀପତି ।





Advertisment

You Might Also Like