+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ନବଜ୍ୟୋତି ପଟ୍ଟନାୟକ

13-Mar-2024



ଭୁବନେଶ୍ୱର,୧୩.୩.୨୪(ଭାପ୍ର):- ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି
ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅବହେଳିତ ଜିଲା ଗୁଡ଼ିକର ସନ୍ତୁଳିତ ବିକାଶ ସହ ଆଞ୍ଚଳିତ ବୈଷ୍ୟମତା ଦୂର ହୋଇପାରିବ । ପ୍ରାୟ ଏକ କୋଟି ଜନତା ବସବାସ କରୁଥିବା ଉତ୍ତର ଓଡ଼ିଶାର ଏହି ଚାରି ଜିଲା ଖଣି ଖାଦାନରେ ପରିପୂର୍ଣ୍ଣ । ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜକୋଷକୁ ଉତ୍ତର ଓଡ଼ିଶାର ଯୋଗଦାନ ସର୍ବାଧିକ ରହିଛି । ତଥାପି ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶା ଉପେକ୍ଷିତ ହୋଇରହିଯାଇଛି ।

ଦୀର୍ଘ ସମୁଦ୍ରତଟ, ଖଣିଜ ସଂପଦ, ବିସ୍ତୀର୍ଣ୍ଣ କୃଷିଜମି ଏବଂ ଅନ୍ୟାନ୍ୟ ଆର୍ଥିକ ବିକାଶ ନିମନ୍ତେ ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ସ୍ଥାନୀୟ ଯୁବପୀଢ଼ି ରୋଜଗାର ଅନ୍ୱେଶଣରେ ପଳାୟନ କରୁଛନ୍ତି । ଭିତ୍ତିଭୂମିର ଅଭାବ, ଦକ୍ଷତା ବିକାଶ ଓ ତାଲିମ ଅଭାବ ଏବଂ କମ୍‍ ପୁଞ୍ଜିନିବେଶ ସ୍ଥାନୀୟ ଆର୍ଥିକ ବିକାଶକୁ ରୋକିଛି । ଯଦ୍ୱାରା ବେକାରୀ ବୃଦ୍ଧି ସହ ଜନତାଙ୍କ ଜୀବନମାନ ପ୍ରଭାବିତ ହେଉଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଉଦାହରଣ ହେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ପଶ୍ଚିମ ଓଡ଼ିଶାର ଆର୍ଥିକ ଗତିବିଧି ଏବଂ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଡବ୍ଲୁଓଡିସି ଗଠନ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ୨୫୦୦ କୋଟି ଟଙ୍କା ବ୍ୟୟରେ ୪୨୮୨୦ଟି ପ୍ରକଳ୍ପ ନିର୍ମାଣ ହୋଇଛି । ଏହାର ସିଧାସଳଖ ଲାଭ ପଶ୍ଚିମ ଓଡ଼ିଶାବାସୀ ପାଇଛନ୍ତି । ଠିକ୍‍ ସେହିଭଳି ସ୍ୱତନ୍ତ୍ର ଉତ୍ତର ଓଡ଼ିଶା ବିକାଶ ଗଠନ ଦ୍ୱାରା ପଛୁଆ ଅଞ୍ଚଳ ଗୁଡ଼ିକୁ ଫୋକସ କରାଯାଇ ସ୍ଥାନୀୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ।

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା କୃଷି କ୍ଷେତ୍ରର ବିକାଶ ଓ କୃଷକଙ୍କ କଲ୍ୟାଣ, ଡିଜିଟାଲ କାପାବିଲିଟି ବିଲ୍ଡିଂ, ନୂତନ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହନ, ବୟନ ଶିଳ୍ପ ସଂସ୍ଥାକୁ ସ୍ୱତନ୍ତ୍ର ଗୁରୁତ୍ୱ, ପର୍ଯ୍ୟଟନ ଶିଳ୍ପର ବିକାଶ, ଶିକ୍ଷା ସହ ତାଲିମକୁ ଯୋଡ଼ିବା, ଖଣି କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ମ୍ୟାନୁଫ୍ୟାକଚରିଂ ଶିଳ୍ପକୁ ପ୍ରୋତ୍ସାହନ, ସୌର ଓ ପବନ ଶକ୍ତି ବିନିଯୋଗ ଦ୍ୱାରା ଅକ୍ଷୟଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେହିପରି ଉଡ଼ାଣ ଯୋଜନାରେ ରାସଗୋବିନ୍ଦପୁର ଠାରେ ନୂତନ ବିମାନବନ୍ଦର ନିର୍ମାଣ ଦ୍ୱାରା ଯାତାୟତ କ୍ଷେତ୍ରରେ ବ୍ୟାପକ ଉନ୍ନତି ଘଟିବ ବୋଲି ସେ ଦର୍ଶାଇଛନ୍ତି । ମଧ୍ୟ ଓଡ଼ିଶାର ଭୁବନେଶ୍ୱର ଓ କଟକ, ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲା ଠାରେ ମହାନଗର ନିଗମ ଗଠନ ହୋଇଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବାଲେଶ୍ୱରକୁ ଏପର୍ଯ୍ୟନ୍ତ ମହାନଗର ନିଗମ ମାନ୍ୟତା ମିଳିପାରିନାହିଁ । ଓଡ଼ିଶା ସରକାରଙ୍କ ଦ୍ୱାରା ଉତ୍ତର ଓଡ଼ିଶାର ବାଲେଶ୍ୱର ସହରକୁ ଉପେକ୍ଷା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । 

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସମୟର ଆବଶ୍ୟକତା ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଗଠନ କରିବା ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଦାବି କରିଛନ୍ତି ।





Advertisment

You Might Also Like