Breaking News
18-Feb-2024
ଭୁବନେଶ୍ୱର ତା୧୮.୩.୨୪ ରିଖ(ଭାପ୍ର):- ଦିନକୁ ଦିନ ଅସାମାଜିକବ କାର୍ଯ୍ୟ କଳାପ ରାଜ୍ୟର ବିଭିନ୍ନ ସହର ଏବଂ ଗାଁ ଗହଳି ଛକ ଓ ବଜାର ବୃଦ୍ଧି ପାଉଛି।କଟକରେ ବୃଦ୍ଧି ପାଉଥିବା ଅସାମାଜିକ କାର୍ଯ୍ୟକଳାପ ସଚେତନ ନାଗରିକ ଙ୍କ ସାହାଯ୍ୟ ଲୋଡିଛି ପୋଲିସ।
ଏହି ଅବସରରେ ଆଜିଠାରୁ କଟକ ର ଜନ ସାଧାରଣ ଙ୍କ ପାଇଁ କଟକ ଡି ସି ପି ହେଲ୍ପ ଲାଇନ୍ ନମ୍ବର୍ ଜାରି କରିଛନ୍ତି।ଯଦି ଆପଣଙ୍କ ଘର ପାଖରେ କେହି ଅସାମାଜିକ କାର୍ଯ୍ୟକଳାପ କରୁଛି, କେହି ମଦୁଆ ଉତ୍ପାତ କରୁଛି ,ରାସ୍ତାରେ କିଛି ଅପରାଧିକ କାର୍ଯ୍ୟକଳାପ ଆପଣଙ୍କ ନଜର କୁ ଆସୁଛି ତେବେ ଆପଣ ପୋଲିସ ଦେଇଥିବା ହେଲ୍ପ ଲାଇନ ନମ୍ବର ୭୯୭୮୮୯୪୪୦୫ ରେ ଯୋଗାଯୋଗ କରିପାରିବେ।ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସିଧସଳଖ ଡିସିପି ଙ୍କ କଣ୍ଟ୍ରୋଲ ରୁମ୍ ଓ ଡି ସି ପି ଙ୍କ ତତ୍ବାବଧାନରେ ରହିବ। ଏହା ସହ ଅଭିଯୋଗ କାରୀ ଙ୍କ ନାମ ଗୋପନ ରଖାଯିବ।