+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ନିର୍ବାଚନୀ ବଣ୍ଡ ହେଉଛି ଉଭୟ ବିଜେପି-ବିଜେଡିର ଧନୀ ହେବାର ଜ୍ଞାନ ବା କୌଶଳ- ଡ଼ ଅଜୟ କୁମାର

16-Feb-2024



ଭୁବନେଶ୍ୱର-ତା ୧୬.୨.୨୪ ରିଖ(ଭାରତ ପ୍ରସାରଣ):-ଇଲେକ୍ଟ୍ରୋରାଲ ବଣ୍ଡ ଦେଆଇନ, ଅସାମ୍ବିଧାନିକ। ଏହାକୁ ତୁରନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହି ବଣ୍ଡକୁ ଇସ୍ୟୁ ନ‌କରିବାକୁ ଏବଂ ଏ ବାବଦରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ଦଳ ସ୍ବାଗତ କରିଛି ।ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିଷ୍ପତି କୁ ସ୍ବାଗତ କରିଛନ୍ତି।

https://twitter.com/drajoykumar/status/1758170094520127556?s=19

  ଏହି ପରିପେକ୍ଷିରେ ରେ ଓଡିଶା କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ତାଙ୍କ X (Twitter) ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ରେ କହିଛନ୍ତି  ଯେ ଧନୀ ହେବାର ଇଲେକ୍ଟ୍ରୋରାଲ ବଣ୍ଡ ହେଉଛି ବିଜେପି-ବିଜେଡିର ଜ୍ଞାନ ବା କୌଶଳ। ବଣ୍ଡ… ‘ହୀରା’ ନୁହେଁ… ଏହା ‘ଅସାମ୍ବିଧାନିକ ନିର୍ବାଚନ ବଣ୍ଡ’।
  ବିଜେପି ସହ ହାତ ମିଳାଇଥିବା ବିଜେଡି ଓଡିଶା ରାଜ୍ୟରୁ କେବେ ବି ଦାରିଦ୍ର୍ୟ ଦୂର କରିପାରିବ ନାହିଁ କିନ୍ତୁ ନବୀନ ବାବୁଙ୍କ ଦଳ ନିଶ୍ଚିତ ଭାବେ ନିଜ ପକେଟରେ ଧନ ଭରି ଧନୀ ହୋଇପାରିଛି।
ବିଜେଡିକୁ ଦିଆଯାଇଥିବା ଦାନକୁ ଭଲଭାବେ ଦେଖନ୍ତୁ ।
ବଢିଆ ନବୀନ ବାବୁ ବଢିଆ! କହି
ଏହା ଆଦୌ ଆଶ୍ଚର୍ଯ୍ୟ ଜନକ ନୁହେଁ ବୋଲି ସେ ପ୍ରକାଶ ଜରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୫ ବର୍ଷ ଭିତରେ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନେ ଯେଉଁ ଚାନ୍ଦା ପାଇଛନ୍ତି ତାହାର ସର୍ବାଧିକ କେବଳ ବିଜେପି ୫୦ ପ୍ରତିଶତ ରୁ ଅଧିକ ଅର୍ଥାତ ୫୫ ପ୍ରତିଶତ ଚାନ୍ଦା ପାଇଥିବା ବେଳେ ଅନ୍ୟ ସମସ୍ତ ଦଳ ମିଶି ୫୦ ପ୍ରତିଶତ ରୁ କମ ପାଇଛନ୍ତି।ନିର୍ବାଚନ ବଣ୍ଡ ଜରିଆରେ ୨୦୧୭- ୧୮ ଆର୍ଥିକ ବର୍ଷରୁ କେଉଁ ରାଜନୈତିକ ଦଳ କେତେ ଟଙ୍କା ଚାନ୍ଦା ପାଇଛନ୍ତି ତାହା ପ୍ରକାଶ କରାଯାଇଛି ।
   ସେହିପରି ୨୦୧୭-୨୦୧୮ ଆର୍ଥିକ ବର୍ଷରୁ ୨୦୨୨-୨୦୨୩  ଆର୍ଥିକ ୫ ବର୍ଷ ମଧ୍ୟରେ ବିଜେପି ସର୍ବାଧ‌ିକ ୬ ହଜାର ୫୬୬ କୋଟି ୧୨ ଲକ୍ଷ ଟଙ୍କା ପାଇଥିବା ବେଳେ କଂଗ୍ରେସକୁ ୧୧୨୩ କୋଟି ୩୧ ଲକ୍ଷ ଟଙ୍କା ମିଳିଛି। 
   କେବଳ ୨୦୨୨-୨୦୨୩ ଆର୍ଥିକ ବର୍ଷ ହିସାବ କୁ ଦେଖିଲେ ବିଜେପି ସର୍ବାଧୂକ ୧୨୯୪ କୋଟି ଟଙ୍କା ଚାନ୍ଦା ପାଇବାରେ ୧ ନମ୍ବର ସ୍ଥାନରେ ଥିବାବେଳେ ମମତା ବାନାର୍ଜୀଙ୍କ ଦୃଣମୂଳ କଂଗ୍ରେସକୁ ଏହି ସମୟ ମଧ୍ୟରେ ୧ ହଜାର ୯୨ କୋଟି ୯୮ ଲକ୍ଷ ଟଙ୍କା ମିଳିଛି।   ଆମ ଗରିବ ରାଜ୍ୟ ଓଡିଶାକୁ  ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଥିବା ଆଞ୍ଚଳିକ ଦଳ ବିଜେଡି ୭୭୪ କୋଟି ଚାନ୍ଦା ପାଇ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଡିଏମକେକୁ ୬୧୬ କୋଟି, ଟିଆରଏସ କୁ ୩୮୩ କୋଟି ଟଙ୍କା ୬୫ ଲକ୍ଷ ଟଙ୍କା ମିଳିଛି ।ଆନ୍ଧ୍ର ପ୍ରଦେଶ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ୱାଇଏସଆର କୁ ୩୮୨ କୋଟି ୬.୫ ଲକ୍ଷ ଟଙ୍କା ମିଳିଥିବା ବେଳେ ଚନ୍ଦ୍ରବାବୁ ନାଇଡଙ୍କ ଟିଡିପିକୁ ୧୪୬ କୋଟି ୬ ଲକ୍ଷ ଟଙ୍କା ମିଳିଛି । ଶିବସେନାକୁ ୧୦୧ କୋଟି ୩୮ ଲକ୍ଷ ଟଙ୍କା,ଆମ ଆଦମୀ ପାର୍ଟିକୁ ୯୪ କୋଟି ୨୮୫ ଲକ୍ଷ ଟଙ୍କା ମିଳିଛି।ସେହିପରି କିଛି ଆଞ୍ଚଳିକ ଦଳର ଆର୍ଥିକ ବର୍ଷ ୨୦୨୨-୨୦୨୩ ର ଦାନ ପରିମାଣ ସୁନ ବୋଲି ଦର୍ଶାଯାଇଛି। ଦର୍ଶାଯାଇଥିବା ପ୍ରାୟ ୨୦ଟି ଦଳ ୨୦୧୭-୧୮ ରୁ ୨୦୨୨-୨୩ ମଧ୍ୟରେ ସମୁଦାୟ ୮ ହଜାର ୯୭୦ କୋଟି ଟଙ୍କାରୁ ଅଧ‌ିକ ଚାନ୍ଦା ପାଇଛନ୍ତି। ଚିନ୍ତନ ଶିବିର ରେ କଂଗ୍ରେସ ନିଷ୍ପତି ନେଇଛି କି କେନ୍ଦ୍ରରେ କଂଗ୍ରେସ ସରକାରକୁ ଆସିଲେ ଜାତୀୟ ନିର୍ବାଚନ ପାଣ୍ଠି ଗଠନ କରିବ।





Advertisment

You Might Also Like