+91-7008748499 / 9438844229

dkm3773@gmail.com / bpindialive@gmail.com

Wednesday 9th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଲୋକସଭା ଲଢ଼ିବେ ଧର୍ମେନ୍ଦ୍ର

15-Feb-2024



ଭୁବନେଶ୍ଵର ତା ୧୫.୨.୨୪ ରିଖ( ଭାରତ ପ୍ରସାରଣ):- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗୁଜୁରାଟ ରୁ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡିବାର ଦିନକ ପରେ ମହାରାଷ୍ଟ୍ରରୁ ବିଜେପି ତାଙ୍କୁ ରାଜ୍ୟସଭା ପାର୍ଥି କରିଛନ୍ତି।
   ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ଲଗାତାର ଦୁଇଥର ରାଜ୍ୟସଭା କୁ ନିର୍ବାଚିତ ହୋଇଥିବା ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆସନ୍ତା ରାଜ୍ୟସଭା ବିର୍ବାଚାନରେ ପ୍ରାର୍ଥୀ ନ  କରାଯାଇ ନାହିଁ। ଏହାକୁ ନେଇ  ରାଜନୈତିକ ମହଲ ରେ ଆଲୋଚନା ସରଗରମ ହୋଇଛି।ଗତ ଥର ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
   ଆସନ୍ତା ଏପ୍ରିଲ ରେ ୫୬ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ କାଳ ସରୁଥିବା ବେଳେ ୭ ଜଣ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭା ଟିକେଟ ରୁ ବଞ୍ଚିତ ହୋଇଛନ୍ତି ।ସେଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ରହିଛି।
   ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଲୋକସଭା କିମ୍ବା ରାଜ୍ୟ ବିଧାନସଭା ସଭା ନିର୍ବାଚନ ଲଢ଼ିବେ।
   ସୂଚନାଯୋଗ୍ୟ କି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେଡି ଓ ବିଜେପି ମିଳିତ ସରକାର ସମୟରେ ୨୦୦୦ ମସିହାରେ ପାଲଲହଡା ରୁ ବିଜେପି ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।ଅନୁରୂପ  ୨୦୦୪ ମସିହାରେ ଦେବଗଡ଼ ଲୋକସଭା ରୁ ବିଜେପି ସାଂସଦ ହୋଇଥିଲେ।
୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ର ମିଳିତ ସରକାର ରାଜ୍ୟରେ ଥିଲା।
    ସେହିପରି ଏପ୍ରିଲ ୨୦୧୨ ମସିହାରୁ ଲଗାତାର ଦୁଇଥର ବିଜେପି ର ରାଜ୍ୟସଭା ସାଂସଦ ହୋଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ  ହୋଇ ଦାଇତ୍ୱ ନିର୍ବାହ କରୁଛନ୍ତି।ପ୍ରଥମ ଥର ବିହାରରୁ ରାଜ୍ୟସଭା ଯାଇଥିଲେ।ବିଜେପି ର ନୀତି ଆଧାରରେ(ଲଗାତାର ଦୁଇଥର ରାଜ୍ୟସଭା ସାଂସଦ ନେତାଙ୍କୁ ପୁନର୍ବାର ରାଜ୍ୟସଭା ଟିକେଟ ନ ଦେବାକୁ ଦଳର ନିଷ୍ପତି) ତୃତୀୟ ଥର ପାଇଁ ଧର୍ମେନ୍ଦ୍ର ଟିକେଟ ରୁ ବଞ୍ଚିତ ହେଲେ ନା ନବୀନଙ୍କ ଗୋଟି ଚାଳନାରେ ବଳି ପଡିଲେ ତାହା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।





Advertisment

You Might Also Like