+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଭୁବନେଶ୍ୱର ରେ ଶ୍ରମିକ-କୃଷକ ମିଳିତ ଶୋଭାଯାତ୍ରା ଏବଂ ବିକ୍ଷୋଭ ସମାବେଶ

16-Feb-2024



ଭୁବନେଶ୍ୱର, ତା ୧୬.୨.୨୪ ରିଖ(ଭାପ୍ର):-
ଦିଲ୍ଲୀ-ହରିୟାଣା ର ଶମ୍ଭୁ ସୀମାରେ ମୋଦି ସରକାର ଏବଂ ହରିୟାଣା ର ବିଜେପି ସରକାର କୃଷକ ଆନ୍ଦୋଳନ ର ଦମନ ବିରୋଧ ରେ ପ୍ରତିବାଦ ସହିତ ୨୧ ଦଫା ସମ୍ବଳିତ ଦାବି ନେଇ ଦେଶଵ୍ୟାପୀ ଆହୁତ ହରତାଳ/ ଗ୍ରାମୀଣ ଭାରତ ବନ୍ଦ ରେ ଓଡିଶା ର ଶ୍ରମିକ, କୃଷକ ଏବଂ କର୍ମଚାରୀ ସଂଗଠନ ମାନେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି l
    ଓଡିଶା ର ରାଜଧାନୀ ଭୁବନେଶ୍ୱର ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ତରଫରୁ ରାଜ ମହଲ ଛକ ଠାରୁ ମିଳିତ ପଟୁଆର ବାହାରି ମହାତ୍ମା ଗାନ୍ଧୀ ମାର୍ଗ ଠାରେ ବିକ୍ଷୋଭ ସମାବେଶ ସଂଗଠିତ ହୋଇଯାଇଛି l
   ଏହି ପ୍ରତିବାଦ ବିକ୍ଷୋଭ ରେ ଉଦବୋଧନ ଦେଇ ଓଡିଶା ର ଶ୍ରମିକ-କୃଷକ ଏବଂ କର୍ମଚାରୀ ସଂଗଠନ ମାନଙ୍କର  ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ମୋଦି ସରକାର ଦେଶର ଦୁଇ ଉତ୍ପାଦନକାରୀ ପ୍ରମୁଖ ଶ୍ରେଣୀ ଶ୍ରମିକ-କୃଷକ ମାନଙ୍କ ଜୀବନ-ଜୀବିକା ଉପରେ ଆକ୍ରମଣ ଜାରି ରଖିଛନ୍ତି l ୪୪ ଟି ଶ୍ରମ କଲ୍ୟାଣ ଆଇନ କୁ ଚାରୋଟି ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରେ ପରିଣତ କରିଛନ୍ତି  l ଶ୍ରମିକ ମାନଙ୍କ ଉପରେ କାମର ଅତ୍ୟଧିକ ବୋଝ ସାଙ୍ଗକୁ ଅସ୍ଥିର ଏବଂ ଅନିୟମିତ ନିଯୁକ୍ତି, ଅତି କମ ମଜୁରୀ ଧାର୍ଯ୍ୟ କରି ଶ୍ରମ ଶକ୍ତି କୁ ନିର୍ମମ ଭାବେ ଶୋଷଣ କରାଯାଉଛି l ଶ୍ରମିକ ଏବଂ କୃଷକ ର ଆୟ ବୃଦ୍ଧି ହେଉ ନାହିଁ l ମୋଦି ଶାସନ ରେ ସମ୍ବିଧାନ ର ମୌଳିକ ସ୍ତମ୍ଭ ଗୁଡିକୁ ଯଥା ଆର୍ଥିକ ସାର୍ବଭୌମତ୍ୱ,ସାମାଜିକ ନ୍ୟାୟ, ସଂଘୀୟ ଢାଞ୍ଚା ଏବଂ ଧର୍ମନିରପେକ୍ଷତା କୁ ଖୋଲା ଉଲ୍ଲଙ୍ଘନ କରା ଯାଉଛି l ନିର୍ବାଚନୀ ବଣ୍ଡ ଜରିଆରେ ବୃହତ କମ୍ପାନୀ ମାନଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ପାଣ୍ଠି ଆଦାୟ ଆଇନ କୁ ନିକଟରେ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ଏବଂ ଅସିଦ୍ଧ ଘୋଷଣା କରି ରାୟ ଦେଇଛନ୍ତି l 
     ଦେଶରେ ଆର୍ଥିକ ବୈଷ୍ୟମ୍ୟ ତୀବ୍ରତର ହେଉଛି l
ଜନସାଧାରଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ,ସାମାଜିକ ନିରାପତ୍ତା ବିପନ୍ନ ହୋଇ ପଡିଛି l ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି,ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଇତ୍ୟାଦି ତୈଳଜାତ ଦ୍ରବ୍ୟ ଗୁଡିକର ଲଗାତାର ଦରବୃଦ୍ଧି ରେ ସାଧାରଣ ଜନତା ଅତିଷ୍ଠ ଏବଂ ସଙ୍କଟ ମଧ୍ୟ ରେ ଜୀବନ ବଞ୍ଚାଉଛନ୍ତି l
    କର୍ପୋରେଟ ଶକ୍ତି ଏବଂ ସାମ୍ପ୍ରଦାୟିକ କୂଚକ୍ରର କବଳ ରେ ଦେଶ ଗତି କରିବା ସବୁଠାରୁ ଉଦବେଗଜନକ ବିଷୟ l ଏହି ପୃଷ୍ଠଭୂମି ରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ/ସ୍ୱାଧୀନ ଫେଡେରେସନ ମାନଙ୍କ ତରଫରୁ ଦେଶର ଏବଂ ଜନଜୀବନ ଜ୍ୱଳନ୍ତ ସମସ୍ୟା ଉପରେ ଦେଶବ୍ୟାପୀ ଏହି ଆନ୍ଦୋଳନ ର ଡାକରା ଦିଆଯାଇଥିଲା l
    ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ, ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ସାରା ଦେଶ ରେ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ଧାର୍ଯ୍ୟ କରିବା,ସରକାରୀ ସମ୍ପତ୍ତି, ପ୍ରାକୃତିକ ସମ୍ପଦ ଏବଂ ରାଷ୍ଟ୍ରାୟତ ଶିଳ୍ପ ର ଘରୋଇକରଣ ବନ୍ଦ କରିବା, ସମସ୍ତ ଖାଲି ପଦବୀ ପୂରଣ କରିବା, ପୁରୁଣା ପେନସନ ଯୋଜନା ଲାଗୁ କରିବା,ମୋଟର ଚାଳକ ମାନଙ୍କ ବିରୋଧ ରେ ଆସିଥିବା କଳା କାନୁନ କୁ ପ୍ରତ୍ୟାହାର କରିବା,ଏମ ଏସ ସ୍ୱାମୀନାଥନ ଜାତୀୟ କୃଷକ କମିଶନ ର ସୁପାରିଶ ଅନୁଯାୟୀ ସି୨  ୱେବ ୫୦ ପ୍ରତିଶତ ସୂତ୍ର ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ର ଏମ ଏସ ପି ପାଇଁ ଆଇନଗତ ଗ୍ୟାରେଣ୍ଟି କରିବା,କୃଷକ ମାନଙ୍କର ସମସ୍ତ ଋଣ ଗୋଟିଏ ଥର ଛାଡ଼ କରି ଋଣରୁ ମୁକ୍ତି ଦେବା,କୃଷକ ଏବଂ କୃଷି ଶ୍ରମିକ ମାନଙ୍କ ପାଇଁ ପେନସନ,ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ,ଜମି ଉପରେ ଚାଷୀର ଅଧିକାର,ଆଦିବାସୀଙ୍କର ଜମି ସୁରକ୍ଷା ସହିତ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ କୁ କାର୍ଯ୍ୟକାରୀ କରିବା,ଇନପୁଟ ସବସିଡି, ମନରେଗା ଯୋଜନାରେ ବାର୍ଷିକ ୨୦୦ ଦିନର କାମ ଏବଂ ୬୦୦ ଟଙ୍କା ମଜୁରୀ ପ୍ରଦାନ, କାମ କରିବାର ଅଧିକାର କୁ ସମ୍ବିଧାନଭୁକ୍ତ କରିବା, ସମସ୍ତଙ୍କ ପାଇଁ ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ କୁ ସୁନିଶ୍ଚିତ କରିବା ଇତ୍ୟାଦି ଦାବି ଗୁଡିକ ନେଇ ଦେଶଵ୍ୟାପୀ ପ୍ରଚାର ଅଭିଯାନ ଜାରି ରହିବ ବୋଲି ଘୋଷଣା କରାଯାଇଛି l ଆମ ଦେଶର ସମ୍ବିଧାନ,ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା କୁ ରକ୍ଷା କରିବା ପାଇଁ ରାଜ୍ୟ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି l
   ଓଡିଶା ରେ ଏହି ଆନ୍ଦୋଳନ କୁ ସଫଳ କରିଥିବାରୁ ରାଜ୍ୟବାସୀ, ରାଜ୍ୟର  ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ଗଣସଂଗଠନ ମାନଙ୍କର ସହଯୋଗ ପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଛି l
   ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସୁରେଶ ପାଣିଗ୍ରାହୀ, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ତରଫରୁ ମହେନ୍ଦ୍ର ପରିଡାଙ୍କ ସଂଯୋଜନା ରେ ସଂଗଠିତ ହୋଇଥିବା ଏହି  ଆନ୍ଦୋଳନ ରେ ସର୍ବଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର, ବିଜୟ ଜେନା, ଦୁଷ୍ମନ୍ତ କୁମାର ଦାସ, ଜୟସେନ ମେହେର, ରାଧାକାନ୍ତ ସେଠି,ଆଶୀଷ କାନୁନଗୋ,ସୁର ଜେନା,ପୁଷ୍ପା ଦାସ, ପ୍ରଦୀପ୍ତ ନାୟକ,ପୂର୍ଣ୍ଣ ବେହେରା,କ୍ଷୀରୋଦ କୁମାର ସିଂହ ଦେଓ,ଅଭିରାମ ବେହେରା, ବଂଶୀଧର ପରିଡା,ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଶ୍ରୀକାନ୍ତ ମହାନ୍ତି,ସଦାଶିବ ଦାସ,ନରେନ୍ଦ୍ର ମହାନ୍ତି, ମହମ୍ମଦ ସୁକୁରୁ, ଯତୀନ ମହାନ୍ତି, ଚାମ୍ବୁରୁ ସୋରେନ,ଦେବ ପ୍ରସାଦ ରାୟ, ଦେବୀ ପ୍ରସାଦ ପୃଷ୍ଠି,ବିକ୍ରମ ସ୍ୱାଇଁ,ମଦନ ଧଳ, ଲକ୍ଷ୍ମୀ ଦୋରା, ଅମୀୟ ପଟ୍ଟନାୟକ,ବିଜୟ ମହାନ୍ତି,ସୁରେଶ ରାଉତରାୟ,ପ୍ରଭାତ ପାଣିଗ୍ରାହୀ ପ୍ରମିଳା,ହେନା ବାରିକ,ପ୍ରମୋଦିନୀ ସାହୁ,କାହ୍ନୁ ଚରଣ ମଲ୍ଲିକ, ଏକାଦଶୀ ବେହେରା,ନିରଞ୍ଜନ ମହାନ୍ତି,ପ୍ରମୁଖ ସଂଯୁକ୍ତ  କୃଷକ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମିଳିତ ମଞ୍ଚ / ସ୍ୱାଧୀନ ଫେଡେରେସନ ସମୁହ ତରଫରୁ ବହୁ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ ଏବଂ ବକ୍ତବ୍ୟ ରଖିଥିଲେ l 

 





Advertisment

You Might Also Like