Breaking News
08-Feb-2024
● ଓଡିଶା ବିଧାନସଭାର ସରକାରୀ ଅନଲାଇନ ପୋର୍ଟାଲ ତ୍ରୁଟି ପୂର୍ଣ୍ଣ
ଭୁବନେଶ୍ୱର ତା ୮.୨.୨୪ ରିଖ(ଭାରତ ପ୍ରସାରଣ):-ଓଡିଶା ବିଧାନସଭାର ସରକାରୀ ଅନଲାଇନ ପୋର୍ଟାଲ ତ୍ରୁଟି ପୂର୍ଣ୍ଣ ବୋଲି ଆମେ କହୁନାହୁଁ। www.odishaassembly.nic.in ଅନଲାଇନ ରେ ଦେଖିଲେ ଦେଖିବାକୁ ପାଇବେ ବହୁତ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଛି।ଏପରିକି ଓଡ଼ିଶାର ବିଧାନସଭା ସିଟ ସଂଖ୍ୟା ୧୪୮ ବୋଲି ଦର୍ଶାଇଛନ୍ତି(୧୩୦+୧୮=୧୪୮)।ସବିଶେଷ ତଥ୍ୟ କ୍ରମାନୟରେ ଦିଆଯାଇଛି।
୧- ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗ ପରେ ସେଠାରେ ନିର୍ବାଚନ ହୋଇନଥିବାରୁ ଗୋଟେ ବିଧାୟକ ସିଟ ଖାଲିଆଛି।କିନ୍ତୁ ସରକାରୀ ୱେବସାଇଟ ରେ ୧୪୭ ବିଧାୟକ ଅଛନ୍ତି ବୋଲି ଦର୍ଶାଯାଇଛି।
୨-ବିଜେଡି ଦଳରୁ ୪ ଜଣ ବିଧାୟକ କୌଣସି କାରଣରୁ ବହିଷ୍କାର ହୋଇଛନ୍ତି।ଦଳ ରୁ ବହିଷ୍କୃତ ଲେଖା ଯାଇଛି ସତ କିନ୍ତୁ କେଉଁ ପାର୍ଟିରୁ ଲେଖା ଯାଇନାହିଁ।
୩-ଦଳରୁ ବହିଷ୍କାର ହେଲାପରେ ଉକ୍ତ ବିଧାୟକ ମାନଙ୍କୁ ସ୍ୱାଧୀନ ବିଧାୟକ ଭାବେ ଧରାଯାଏ। କିନ୍ତୁ ୱେବ ପୋର୍ଟାଲ ରେ ସ୍ୱାଧୀନ ବିଧାୟକ ଙ୍କ ସଂଖ୍ୟା ୧ ଲେଖାଯାଇଛି।
୪-ଏହା ବାଦ ବଡ଼ ଗୁରୁତର କଥା ହେଉଛି ଏବେ ଓଡିଶା ବିଧାନସଭା ସିଟ ସଂଖ୍ୟା ୧୪୮ ବୋଲି ସରକାରୀ ୱେବ ପୋର୍ଟାଲ ରେ ଦର୍ଶାଇଛନ୍ତୁ(୧୩୦+୧୮=୧୪୮) ।ପ୍ରକୃତରେ ୧୪୭ ହେବା କଥା।
ଓଡିଶା ର ଇତିହାସ ଯାହାକୁହେ ୧୯୩୭ ମସିହାରେ ଓଡିଶା ବିଧାନସଭାର ସିଟ ସଂଖ୍ୟା ୬୦ ଥିବା ବେଳେ ପରବର୍ତ୍ତୀ ସମୟରେ ଭାରତ ସ୍ୱାଧୀନ ହେଲାପରେ ୧୯୫୨ ମସିହାରେ ପ୍ରଥମ ବିଧାନସଭାରେ ସିଟ ସଂଖ୍ୟା ୬୦ ରୁ ବୃଦ୍ଧି ପାଇ ୧୪୦ ଆସନ ବିଶିଷ୍ଟ ହୋଇଥିଲା।ସେହିପରି ୧୯୭୪ ମସିହାରେ ଷଷ୍ଠ ବିଧାନସଭା ନିର୍ବାଚନ ପରେ ବିଧାନସଭା ସିଟ ସଂଖ୍ୟା ୧୪୦ ରୁ ବୃଦ୍ଧି ପାଇ ୧୪୭ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ ଷୋଡଶ ବିଧାନସଭା ରେ ବଳବତ୍ତର ରହିଛି।ତେବେ ଉକ୍ତ ସରକାରୀ ୱେବ ପୋର୍ଟାଲ ରେ ବିଧାନସଭା ସିଟ ସଂଖ୍ୟା ଲିଙ୍ଗ ଅନୁସାରେ ଗଠନ(structure) ଲେଖାଯାଇଛି ୧୪୮। ସେଥିରେ ପୁରୁଷ ବିଧାୟକଙ୍କ ସଂଖ୍ୟା ୧୩୦ ଲେଖା ଯାଇଥିବା ବେଳେ ମହିଳା ବିଧାୟକଙ୍କ ସଂଖ୍ୟା ୧୮ ଲେଖାଯାଇଛି।
ଯାହା ଜଣାପଡୁଛି କି ଉକ୍ତ ୱେବ ପୋର୍ଟାଲ କୁ ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ(୨ ସେପ୍ଟେମ୍ବର ୨୦୨୩) ପରେ ଆଉ ଅପଡେ଼ଟ କରାଯାଇନାହିଁ।
ଏହା ପରେ ଅର୍ଥାତ ୧୯ ସେପ୍ଟେମ୍ବର ୨୦୨୩ ରେ ବିଂଝାରପୁର ବିଧାୟକ ବାଚସ୍ପତି ମାନ୍ୟବର ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ଶପଥ ନେବା ପରେ ଉକ୍ତ ସରକାରୀ ୱେବ ପୋର୍ଟାଲ କୁ ଅପଡେ଼ଟ କରାଯାଇ ନୂତନ ବାଚସ୍ପତିଙ୍କ ଫଟୋ ଦିଆଯାଇଛି।ଉପରୁକ୍ତ ତ୍ରୁଟି ପ୍ରତି ଧ୍ୟାନ ଦିଆ ଯାଇନାହିଁ ବୋଲି ଜଣାପଡୁଛି।
ସରକାର ଉପରୁକ୍ତ ତ୍ରୁଟି ବିଷୟରେ ଧ୍ୟାନ ଦେଇ ଅତିଶୀଘ୍ର ଉକ୍ତ ସରକାରୀ ୱେବ ପୋର୍ଟାଲ(www.odishaassembly.nic.in) କୁ ତ୍ରୁଟି ଶୂନ୍ୟ କରିବେ ବୋଲି ଆଶା ଓ ବିଶ୍ବାସ।
ସ୍ୱତନ୍ତ୍ର ପ୍ରତିନିଧି