Breaking News
07-Feb-2024
ଭୁବନେଶ୍ୱର ତା ୭.୨.୨୪ ରିଖ(ଭାରତ ପ୍ରସାରଣ ନିଉଜ):ରାଜ୍ୟରେ ବଢୁଛି ବଜ୍ରପାତ ମୃତ୍ୟୁ ସଂଖ୍ୟା । ୫ ବର୍ଷରେ ବଜ୍ରପାତରେ ଗଲାଣି ୧୪୭୨ ଜୀବନ । ଏହାସହ ୧୪୫ଜଣ ଆହତ ହୋଇଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପଶ୍ନର ଉତ୍ତର ଦେବାକୁ ଯାଇ ଏହି ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିି ।ରାଜ୍ୟ ସରକାର ୨୦୧୬ ଜୁନ୍ ୧ ତାରିଖରୁ ବଜ୍ରପାତକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହସହ ଯଦି ବଜ୍ରପାତରେ କେହି ଆଖି କିମ୍ବା କୌଣସି ଅଙ୍ଗ ହରାଉଛନ୍ତି ସେମାନଙ୍କ ମଧ୍ୟ ସହାୟତା ରାଶି ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ ।