+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   

ଚିତ୍ତରଞ୍ଜନ ଚିରଞ୍ଜିତ ଙ୍କ ପୁସ୍ତକ ତିନି ଦଶନ୍ଧିର ଓଡିଶା ଲୋକାର୍ପିତ

28-Feb-2024



ଭୁବନେଶ୍ଵର, ୨୮.୨.୨୪ (ଭାପ୍ର) : ଜଣେ ସାମ୍ଵାଦିକ କେବଳ ଜଣେ ସାହିତ୍ୟିକ ହୋଇପାରିବ ତାହା ନୁହେଁ ସେ ଜଣେ ଶ୍ରେଷ୍ଠ ଐତିହାସିକ ମଧ୍ୟ ହୋଇପାରିବ। ଲେଖାରେ ସତ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ସହିତ ଏହାର ସଠିକ୍‌ ବିଶ୍ଲେଷଣ ଜଣେ ସାମ୍ଵାଦିକ ହିଁ କରିପାରିବ ବୋଲି ପେନ୍‌ ଇନ୍‌ ବୁକ୍ସ୍‌ ପକ୍ଷରୁ ଜୟଦେବ ଭବନରେ ଠାରେ ଅନୁଷ୍ଠିତ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଆଲୋଚନ ଗ୍ରନ୍ଥ ‘ତିନି ଦଶନ୍ଧିର ଓଡ଼ିଶା’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମତବ୍ୟକ୍ତ କରିଛନ୍ତି। 

୧୯୯୧ ମସିହାରୁ ୨୦୨୦ ପର୍ଯ୍ୟନ୍ତର ତିନି ଦଶନ୍ଧି ହେଉଛି ଓଡ଼ିଶା ରାଜନୀତିର ଏକ ଚମତ୍କାର ସମୟ। ଏହି ତିରିଶି ବର୍ଷ ମଧ୍ୟରେ ଓଡ଼ିଶାର ଅନେକ ବିକାଶ ହେବା ସହିତ ରାଜନୈତିକ ଉତ୍ଥାନ ଓ ପତନ ମଧ୍ୟ ଘଟିଛି। ଯାହାକି ଏହି ପୁସ୍ତକରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ତେଣୁ ଏହା ଉଭୟ ସାହିତ୍ୟିକ ଓ ଐତିହାସିକମାନଙ୍କ ପାଇଁ ଏକ ଉତ୍ତମ ପୁସ୍ତକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଥାକାର ଗୌରହରି ଦାସ ଯୋଗଦେଇ କେବଳ ପରୀ କାହାଣୀରେ ହିଁ ସମସ୍ୟାର  ସମାଧାନ ଥାଏ। ଓଡ଼ିଶାର ରାଜନୀତି ଏକ ଆଧୁନିକ ବାସ୍ତବତା ଯାହାର ସମାଧାନ କଷ୍ଟକର। କାରଣ ଏହି ରାଜନୀତି କ୍ଷଣିକ ମଧ୍ୟରେ ପରିବର୍ତ୍ତନ ହୁଏ। ତେଣୁ ଅନ୍ୟ କିଏ ସମସ୍ୟାର ସମାଧାନ କରିବ ତାହା ନ ଭାବି ନିଜର ରାଜ୍ୟ ପ୍ରତି ଥିବା ଦାୟିତ୍ଵ ସଠିକ୍‌ ଭାବରେ ନିର୍ବାହ କଲେ ରାଜ୍ୟର ଉନ୍ନତି ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। 

ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ଵାଦିକ ତଥା ସ୍ତମ୍ଭକାର ଶ୍ରୀରାମ ଦାଶ ଯୋଗଦେଇ ଏହି ତିନି ଦଶନ୍ଧିରେ  ରାଜ୍ୟରେ ବହୁ ଗୁରୁତ୍ଵପୂର୍ଣ ଘଟଣା ଘଟିଛି।  ଯେପରିକି  ମହିଳାମାନଙ୍କୁ ୩୦ ପ୍ରତିଶତ ସଂରକ୍ଷଣ, ଉପମୁଖ୍ୟମନ୍ତ୍ରୀଙ୍କ ଶାସନ, ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁଦୃଢ଼ ଶାସନ ଆଦି ଘଟିଛି। ଏହି ପୁସ୍ତକରେ ଘଟଣାବଳୀଗୁଡ଼ିକ ସବିଶେଷ ତଥ୍ୟ ରହିଛି ବୋଲି ସେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ତଥା ସାମ୍ଵାଦିକ ଚିତ୍ତରଞ୍ଜନ ଚିରଞ୍ଜିତ ନିଜ ପୁସ୍ତକ ଲେଖିବାର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ ପେନ୍‌ ଇନ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା।





Advertisment

You Might Also Like