+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   

‘ଇଟିଭି ଭାରତ’ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

21-Feb-2024



ଭୁବନେଶ୍ବର:୨୧.୨.୨୪(ଭାପ୍ର) ‘ଇଟିଭି ଭାରତ’ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ଆଜି  ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି ସ୍ୱର୍ଗଟ ମନୋରଞ୍ଜନ। ମାତ୍ର ୪୯ ବର୍ଷ ବୟସରେ ମନୋରଞ୍ଜନଙ୍କ ଅକାଳ ବିୟୋଗ ଘଟିଛି ।ସେ ୨୦ ବର୍ଷରୁ ଉର୍ଦ୍ଧ୍ବ  ସମୟରେ ପ୍ରମୁଖ ବୈଦ୍ୟୁତୁକ ଗଣମାଧ୍ୟରେ ଭିଡିଓ ଜର୍ଣଲିଷ୍ଟ ଭାବେ କାର୍ଯ୍ୟ କରିଛନ୍ତି।ଅଧୁନା ସେ  ଇଟିଭି ଭାରତରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ଏଭଳି ଅକାଳ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ତାହା ନୁହେଁ ରାଜନୀତି ଜଗତରେ ବି ଶୋକ ର  ଛାୟା ଖେଳିଯାଇଛି।
   ସ୍ବର୍ଗତ ମନୋରଞ୍ଜନ ଙ୍କ ବିୟୋଗ ମନୋରଞ୍ଜନଙ୍କ ବିୟୋଗ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ମନୋରଞ୍ଜନ ବାବୁ ଙ୍କ ବିୟୋଗ ତାଙ୍କୁ ଦୁଃଖ ଦେବା ସହ ମର୍ମାହିତ କରିଛି।ତାଙ୍କ ଅମର ଆତ୍ମାର ସଡଗତି କାମନା କରି ସୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
   ଅନୁରୂପ ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା,ସୁରେଶ କୁମାର ରାଉତରାୟ,ତାରାପ୍ରସାଦ ବାହିନୀପତି,ବିଜୟ ପଟ୍ଟନାୟକ,ନବଜ୍ୟୋତି ପଟ୍ଟନାୟକ,ତାରା  ବାହିନୀପତି,ମାନସ ଚୌଧରୀ,ବିଶ୍ୱଜିତ୍ ଦାସ,ରଣଜିତ ପାତ୍ର,ୟାସିର ନୱାଜ୍,ମନୋରଞ୍ଜନ ଦାସ,ଅମିୟ ପାଣ୍ଡବ,ରଜନୀ କୁମାର ମହାନ୍ତି,ସିଦ୍ଧାର୍ଥ ସ୍ୱରୂପ ଦାସ,,ସୁବ୍ରତ ମହାପାତ୍ର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ସ୍ବର୍ଗତ ମନୋରଞ୍ଜନ ବାବୁଙ୍କ ବିୟୋଗରେ ଗଭୀର ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

'√ ମନୋରଞ୍ଜନ ସାହୁଙ୍କ ଅମର ସ୍ମୃତି ଉଦେଶ୍ୟରେ ଆସନ୍ତାକାଲି ସକାଳ ୯.୩୦ ସମୟରେ ଡଟକମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି। ଏହି ଶୋକସଭାରେ ଆମର ସମସ୍ତ କ୍ୟାମେରାମ୍ୟାନ, ଫଟୋ ସାମ୍ବାଦିକ ଓ ସାମ୍ବାଦିକମାନେ ଯୋଗଦାନ କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବିନମ୍ର ଅନୁରୋଧ କରାଯାଉଛି। 

  ସୂଚନାଯୋଗ୍ୟ ବିଗତ ଦୁଇଦିନ ହେବ ଶରୀର ଅସୁସ୍ଥ ଥିବା ଅନୁଭବ କରିଥିଲେ ମନୋରଞ୍ଜନ । ଆଜି ହଠାତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ମନୋରଞ୍ଜନ ସାହୁଙ୍କ ଅକାଳ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପରିବାର ବର୍ଗ । ତାଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।  ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧର୍ଯ୍ୟ ଧରିବାକୁ ସମସ୍ତେ ନିବେଦନ କରିଛନ୍ତି । ତାଙ୍କର ଅବର୍ତ୍ତମାନରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।ମନୋରଞ୍ଜନ ସାହୁ ଜଣେ ମିଷ୍ଟଭାଷୀ ମେଳାପୀ ସ୍ବଭାବର ବ୍ୟକ୍ତିତ୍ବ ଥିଲେ  । ତାଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସାମ୍ବାଦିକମାନେ ଶୋକ ବ୍ୟକ୍ତ କରିଛନ୍ତି ।

 





Advertisment

You Might Also Like