+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ବିକାଶ ପାଇଁ ଦେଇଛନ୍ତି ପ୍ରାଥମିକତା

27-Feb-2024



ଭୁବନେଶ୍ୱର, ୨୭.୨.୨୪(ଭାପ୍ର):-  ଓଡ଼ିଶାର ବାର୍ଷିକ ଖାଦ୍ୟ ଶସ୍ୟ ଉପ୍ତାଦନ ୨୪୧.୩୬ ଲକ୍ଷ ଟନରେ ପହଂଚିଛି, ଯାହା ୨୦୦୦-୨୦୦୧ ମସିହାରେ ମାତ୍ର ୫୫.୩୫ ଲକ୍ଷ ଟନ ଥିଲା। ଯାହା ଫଳରେ ଓଡିଶା ଏକ ଖାଦ୍ୟ ଅଭାବୀ ରାଜ୍ୟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଫୁଡ଼ କର୍ପୋରେସନ ଅଫ ଇଣ୍ଡିଆକୁ ଧାନ ଯୋଗାଇବା ତାଲିକାରେ ଓଡିଶା ଆଜି ଚତୁର୍ଥ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇପାରିଛି । ୨୦୦୦ ମସିହାରେ ଓଡ଼ିଶାରେ ଧାନ ଉତ୍ପାଦନ କ୍ଷମତା ୧୦୪୧ ପ୍ରତି ହେକ୍ଟର ହୋଇଥିବା ବେଳେ ଏହା ୨୯୩୬ ଟନକୁ ବୃଦ୍ଧି ପାଇଛି । ସେହିପରି ପନିପରିବା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ୨୦୦୦-୨୦୦୧ ମସିହାରେ ରାଜ୍ୟରେ ୩୩.୩୭ ଲକ୍ଷ ଟନ ପନିପରିବା ଚାଷ ହେଉଥିବା ବେଳେ ଏହା ୯୮.୫୨ ଲକ୍ଷ୍ୟକୁ ବୃଦ୍ଧି ପାଇଛି ।
କୃଷି ଯାନ୍ତ୍ରୀକିକରଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ଅଗ୍ରଗତି ହୋଇଛି। ୨୦୨୩ ମସିହାରେ ରାଜ୍ୟର ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇଛି ।

ଓଡ଼ିଶାର କୃଷି ଯନ୍ତ୍ରାଂଶ ଉପଲବ୍ଧି କ୍ଷମତା ମଧ୍ୟ ୨୦୦୦-୦୧ ମସିହାରେ ଥିବା ୦.୬୧ ଳଡ ରୁ ୨.୨୩ ଳଡକୁ ବୃଦ୍ଧି ପାଇଛି । ଏହାକୁ ୨.୨୫ ଳଡ ପର‌୍ୟ୍ୟନ୍ତ, ଆସନ୍ତା ୨ ବର୍ଷ ମଧ୍ୟରେ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ ସବଡିଭିଜନ ସ୍ତରରେ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି।


୨୦୧୭-୧୮ ମସିହାରେ ମିଲେଟ ଚାଷକୁ ଆନ୍ତର୍ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଥିବା ବେଳେ ଓଡ଼ିଶାରେ ଏହାର ସଫଳ ରୂପାୟନ ମାଧ୍ୟମରେ ଖୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର, ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଚାଷୀ ମାନଙ୍କର ଉନ୍ନତି ହୋଇପାରିଛି । ଏହି କାର‌୍ୟ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ ବ୍ଳକରେ କାର‌୍ୟ୍ୟକାରୀ ହୋଇ ପ୍ରାୟ ୬.୦୩ ଲକ୍ଷ ମିଲେଟ ଉତ୍ପାଦନ ହୋଇଛି, ଯାହା ମିଲେଟ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି କରିବାରେ ସକ୍ଷମ ହୋଇଛି । ଓଡ଼ିଶାର ଏହି ଉଦ୍ୟମକୁ ନୀତି ଆୟୋଗ, ୟୁନାଇଟେଡ଼ ନେସନ ଓ ୠଇଙ ଭଳି ସଂସ୍ଥାମାନେ ପ୍ରଶଂସା କରିଛନ୍ତି।


କୃଷି କ୍ଷେତ୍ରରେ ଉପଲବ୍ଧି ପାଇଁ, ଓଡିଶାକୁ ପାଞ୍ଚ ପାଞ୍ଚ ଥର କୃଷି କର୍ମଣ ପୁରସ୍କାର ମିଳିଛି । ତାଛଡା, ଶ୍ରେଷ୍ଠ ମିଲେଟ ଉତ୍ପାଦନ ରାଜ୍ୟ ଭାବେ ମଧ୍ୟ ଓଡିଶା ପୁରସ୍କୃତ ହୋଇଛି । ସେହିପରି, ଓଡିଶା କାଜୁ ଡେଭଲପମେଣ୍ଟ କର୍ପୋରେସନ ମଧ୍ୟ ଶ୍ରେଷ୍ଠ ନର୍ସରି ପୁରସ୍କାର ହାସଲ କରିଛି ବୋଲି ଡଃ ମିଶ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

 





Advertisment

You Might Also Like