+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ପଦ୍ମ ଧରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

21-Feb-2024



ଭୁବନେଶ୍ୱର,୨୧.୨.୨୪(ଭାପ୍ର):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଓ ଓଡିଶାର ବିକାଶ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ଶଙ୍ଖ ଛାଡି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱ ଓ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟଠାରେ ପଦ୍ମ ଧରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ । 
     ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବାର ସମୟ ଆସିଛି । ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପରେ ନିଜର ସ୍ୱାର୍ଥ ଲାଗି ବିଜେପିର ହାତ ଛାଡିଥିଲେ । ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି । ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଲୋକଙ୍କ ପାଇଁ ସମର୍ପିତ ହେବ ବିଜେପି ସରକାର । ବିଜେପି ସରକାର ହେଲେ ରାଜ୍ୟରେ ସଚିବାଳୟଠାରୁ ମନ୍ତ୍ରାଳୟ ସମସ୍ତଙ୍କ ପାଇଁ ଖୋଲା ରହିବ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । “ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଠ ସମୟ ଆସିଛି । ବର୍ତମାନ ଓଡ଼ିଶାବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ସୁଦୃଢ଼ ଭାରତ ଗଠନ ପାଇଁ ସୁଦୃଢ଼ ଓଡ଼ିଶା ଗଠନର ଆବଶ୍ୟକତା ଅଛି । ଓଡ଼ିଶାରେ ଏକଛତ୍ରବାଦୀ ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବା ଦରକାର । ସଂକୀର୍ଣ୍ଣ ବିଚାରରୁ ଊର୍ଦ୍ଧ୍ୱକୁ ଯାଇ ଜାତୀୟତାର ମୁଖ୍ୟ ସ୍ରୋତରେ ଯୋଡି ହେବାକୁ ଆହ୍ୱାନ ଦେଇଛନ୍ତି । “ଓଡ଼ିଶାରେ ଡବଲ ଇଞ୍ଜନ”ର ସରକାର ଗଠନ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷକ, ଗରିବ, ଯୁବକ ଓ ମହିଳା ଗୋଷ୍ଠୀଙ୍କ ପାଇଁ ମୋଦିଜୀଙ୍କ ପ୍ରାଥମିକତାକୁ ପ୍ରଶଂସା କରିଛନ୍ତି ଶ୍ରୀ ପାଣିଗ୍ରାହୀ ।
    ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । 

ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ରେ କହିଲେ ପ୍ରଦୀପ ପାଣିଗ୍ରାହୀ ଚିଟଫଣ୍ଡ ଚୋର ବୋଲି ତାର ପ୍ରତିଉତରରେ ପ୍ରଦୀପ ଧର୍ମେନ୍ଦ୍ରଙ୍କୁ କୋଇଲା ଚୋର କହିଥିଲେ।ଏବେ ପ୍ରଦୀପ ଓ ଧର୍ମେନ୍ଦ୍ର ଗୋଟିଏ ଦଳରେ। 
ତେବେ ସବୁ ଚୋର କଣ ବିଜେପି ରେ ବୋଲି ଆଲୋଚନା ସରଗରମ ହୋଇଛି!





Advertisment

You Might Also Like