ଭୁବନେଶ୍ୱର, ତା ୨୮/୧୦(ଭାରତ ପ୍ରସାରଣ): ଆସନ୍ତା ନଭେମ୍ବର ୧୮ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଓଡ଼ିଶା ୧୭ତମ ବିଧାନସଭାର ୮ମ ଅଧିବେଶନ। ଏହି ଅଧିବେଶନରେ ନଭେମ୍ବର ୨୨, ୨୪, ୨୮, ୨୯, ଡିସେମ୍ବର ୬, ଡିସେମ୍ବର ୧୨ ଓ ୧୩, ୨୦, ୨୫, ୨୬ ଓ ୨୭ ତାରିଖ ବନ୍ଦ ରହିବ। ଏହା ମଧ୍ୟରେ ନଭେମ୍ବର ୨୦, ଡିସେମ୍ବର ୪, ୧୧, ୧୮, ୨୯ ଓ ୩୧ ତାରିଖରେ ବେସରକାରୀ ସଦସ୍ୟ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ବିଧାନସଭା ସମୁଦାୟ ୩୩ ଦିନ ଚାଲିବ ଏବଂ ଏହା ମଧ୍ୟରୁ ୨୫ ଦିନ ସରକାରୀ କାର୍ଯ୍ୟ ଦିବସ ରହିଛି।
ନଭେମ୍ବର ୧୮ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ। ନଭେମ୍ବର ୨୫, ୨୬, ୨୭ରେ ବଜେଟ୍ ନେଇଆଲୋଚନା ହେବ। ନଭେମ୍ବର ୩୦ରେ ଅତରିକ୍ତ ବଜେଟ୍ ଉପରେ ବିନିଯୋଗ ବିଧେୟକ ଆଗତ ହେବ।
l





