ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ

ବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ

ବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ

ବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ


ଭୁବନେଶ୍ୱର,୨/୧୧(ଭାରତ ପ୍ରସାରଣ): ଗତ ତିନିଦିନ ହେଲା ବନ୍ୟା ପ୍ରଭାବିତ ଗଂଜାମ ଜିଲ୍ଲା ପରିଦର୍ଶନ କରି ପିସିସିର ଅନୁଧ୍ୟାନ କମିଟି ସୋମବାର ସନ୍ଧ୍ୟାରେ ବ୍ରହ୍ପୁର ଗାନ୍ଧୀ ଆଶ୍ରମ ରୋଡ଼ସ୍ଥିତ ଡିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସି କମିଟିର ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ କହିଲେ, ସରକାର ବନ୍ୟା ପରିସ୍ଥିତି ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ ମଧ୍ୟ ନୈରାଶ୍ୟଜନକ। ଚାଷୀ ଆତ୍ମହତ୍ୟା ଘଟଣା ପ୍ରମାଣ କରୁଛି ଯେ, ସରକାର ସ୍ବାଭାବିକ ଅବସ୍ଥା ଫେରାଇ ଆଣି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଚାଷୀକୂଳର ଭରସା ନାହିଁ। ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରନ୍ତୁ; ସର୍ବଦଳୀୟ ବୈଠକ ଡାକି, ଅଭିଜ୍ଞ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଡାକି ଆଲୋଚନା କରନ୍ତୁ।

ବ୍ରହ୍ମପୁର ସାମ୍ବାଦିକ ସମ୍ମିଳନୀରେ ପିସିସି ଟିମ୍‌ର ଉଦ୍‌ବେଗ
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ଗତ ତିନିଦିନ ହେଲା ଜିଲ୍ଲାର ଏମିତି ଗୋଟିଏ ବି ଜାଗା ନାହିଁ ଯେଉଁଠାକୁ ଯାଇନାହୁଁ। ଆମେ ଭଂଜନଗର, କବିସୂର୍ଯ୍ୟନଗର, ଦିଗପହଣ୍ଡି, ହିଂଜିଳିକାଟୁ, ଚିକିଟି ପରି ସବୁ ଅଂଚଳ ଗସ୍ତ କରିଛୁ। ଘରଗୁଡ଼ିକ ଭିତରେ ୪-୫ ଫୁଟ ପାଣି ଥିବାର ମଧ୍ୟ ଦେଖିଛୁ। ଆସ୍କା, ଭଂଜନଗରର ଏପରି କୌଣସି ବସ୍ତି ନାହିଁ ଯେଉଁଠି ଘର ଭିତରକୁ ପାଣି ପଶିନାହିଁ। ଦୁର୍ଗନ୍ଧରେ ନାକ ଫାଟିଯାଉଛି, ଅଥଚ ବ୍ଲିଚିଂ ପାଉଡର ଟିକେ ପଡ଼ିବା ବି ଦେଖିଲୁ ନାହିଁ। ଯାହା କରିଛନ୍ତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ କରିଛନ୍ତି। ସରକାର ତୁରନ୍ତ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ ବୋଲି ସେ ଦାବି କରିଥିଲେ। 

ବରିଷ୍ଠ ଆଇନଜୀବୀ ତଥା ପିସିସି ପିଏସି ସଦସ୍ୟ ଶିବାନନ୍ଦ ରାୟ ଗତ ଦୁଇଦିନ ବନ୍ୟାଂଚଳ ପରିଦର୍ଶନ ସମୟରେ ଏକାଧିକ ହୃଦୟବିଦାରକ ଦୃଶ୍ୟ ଦେଖିବା ସହ ବନ୍ୟାବେଳେ ଲୋକ ଭୋଗିଥିବା କିଛି ଛାତିଥରା କାହାଣୀ ବର୍ଣ୍ଣନା କରିଥିଲେ। ଏତେବଡ଼ ବିପର୍ଯ୍ୟୟରେ ସରକାର ଲୋକଙ୍କୁ କି ସାହାଯ୍ୟ କରୁଛନ୍ତି ଆମେ ଜାଣିପାରିଲୁ ନାହିଁ। ସବୁକିଛି ନାହିଁନାହିଁରେ ଚାଲିଛି। ସରକାର ନିଜ ଉପରେ ବିଶ୍ବାସ ପ୍ରକଟ କରନ୍ତୁ, ଆମେ ମଧ୍ୟ ସହଯୋଗ କରିବାକୁ ଆସିଛୁ, ଆମକୁ ମଧ୍ୟ କନଫିଡେନ୍ସରେ ନିଅନ୍ତୁ, ପ୍ରପୀଡ଼ିତମାନଙ୍କର ଦୁଃଖ କିଛିଟା ଲାଘବ ହେବ।

  • ୫ ଦିନ ହୋଇଗଲା, ସରକାର ପହଞ୍ଚିପାରିଲେ ନାହିଁ

  • ନାହିଁନାହିଁରେ ଚାଲିଛି ବନ୍ୟା ପ୍ରଭାବିତ ଗଂଜାମ ଜିଲ୍ଲା
  • କ୍ଷୟକ୍ଷତି ଆକଳନ ନ କରି ନଗଣ୍ୟ ସହାୟତା ଘୋଷଣା କରିବା ସରକାରଙ୍କ ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି

ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରି ଡିସିସି ସଭାପତି ରଶ୍ମିରଂଜନ ପଟ୍ଟନାୟକ କହିଲେ, ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମେ ଦିଲ୍ଲୀ ରାଲି ଛାଡ଼ି ବନ୍ୟାଂଚଳର ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଫେରିଆସିଛୁ। ଗଂଜାମର ରମ୍ଭାଠୁ ଆରମ୍ଭ କରି ବଡ଼ମାଧବପୁର, ଚିକିଟି ରସୁଲପୁର, ବଡ଼ଡୁମୁଡ଼ା ଆଦି ଅଞ୍ଚଳ ବୁଲିଲୁ। ପିସିସିର ଏକ ପ୍ରତିନିଧି ଦଳ ଦୁଇଦିନ ହେଲା ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ପ୍ରଭାବିତଙ୍କୁ ରିଲିଫ ବଣ୍ଟନ କାର୍ଯ୍ୟ ତଦାରଖ କରୁଛନ୍ତି। ଆସନ୍ତାକାଲି ଦିଗପହଣ୍ଡି ଅଞ୍ଚଳକୁ ଯିବୁ। ପିସିସି ଟିମ୍ ସ୍ଥିତି ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରି ଫେରୁଛନ୍ତି। ତା’ପରେ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଆସି ରାହୁଲ ଗାନ୍ଧିଙ୍କ ତରଫରୁ ରିଲିଫ ବାଣ୍ଟିବେ। ପାଞ୍ଚଦିନ ହୋଇଗଲାଣି, ସରକାର ଏ ଯାଏ ରିଲିଫ ବାଣ୍ଟୁନାହାନ୍ତି। ଲୋକେ କ’ଣ ମରିଗଲା ପରେ ଏମାନେ ବାଣ୍ଟିବେ ବୋଲି ସେ ପ୍ରଶ୍ନ କରିଥିଲେ।
ପୂର୍ବତନ ବିଧାୟକ ରାଘବ ପରିଡ଼ା କହିଲେ, ହଜାରହଜାର ହେକ୍ଟର ଜମିରେ ଜଳ ଚରିଯାଇଛି, ଚାଷୀକୂଳର ସର୍ବନାଶ ହୋଇଚି। ଗଂଜାମର ୩୦ ଲକ୍ଷ ଲୋକଙ୍କ ଖାଦ୍ୟ ନଷ୍ଟ ହୋଇଯାଇଛି। ସରକାର ହିସାବ କରନ୍ତୁ ମୋଟ କେତେ କ୍ଷୟକ୍ଷତି ହୋଇଛି। ତାହା ନ କରି ସମୁଦ୍ରକୁ ଶଙ୍ଖ ପରି ଅତି ମାମୁଲି ସହାୟତା ଘୋଷ୍ଣା କରିବା ବୋଝ ଉପରେ ନଳିତାବିଡ଼ା ବୋଲି ସେ କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପିସିସିର ଦୁଇ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକ ଓ ଉଷାରାଣୀ ବେହେରା, ପିସିସି କାର୍ଯ୍ୟକାରିଣିୀ ସଭ୍ୟ ସୁଧାଂଶୁ ଦେଓ ପ୍ରମୁଖ ଯୋଗଦେଇଥିଲେ। ଡିସିସି ପକ୍ଷରୁ ଉପସଭାପତି ଅଶୋକ ପଟ୍ଟନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆୟୋଜନରେ ସହଯୋଗ କରିଥିଲେ।
← ପୂର୍ବ ଖବରଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବପର ଖବର →ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲ