ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନ ରାଲିରେ ଯୋଗଦେଲେ

ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନ ରାଲିରେ ଯୋଗଦେଲେ

ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନ ରାଲିରେ ଯୋଗଦେଲେ

ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନ ରାଲିରେ ଯୋଗଦେଲେ

ଭୁବନେଶ୍ୱର, ୧/୧୧(ଭାରତ ପ୍ରସାରଣ) : ଭାରତବର୍ଷର ଗଣତନ୍ତ୍ରର ସୁରକ୍ଷା ତଥା ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନର ସୁରକ୍ଷା ଏବଂ ନିର୍ବାଚରେ ଯେଉଁ ଭୋଟ ଚୋରି ଚାଲିଛି ତାହାର ଷଡଯନ୍ତ୍ରକାରୀ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବହିସ୍କାର ଦାବିରେ କଂଗ୍ରେସ ଦଳର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ "ଦିଲ୍ଲୀ ଚାଲୋ" ଡାକରାରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ରାଜ୍ୟ କଂଗ୍ରେସର ସମସ୍ତ ପୂର୍ବତନ କଂଗ୍ରେସ ସଭାପତି, ବର୍ତ୍ତମାନର ସମସ୍ତ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ କଂଗ୍ରେସର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଏବଂ ରାଜ୍ୟ କଂଗ୍ରେସର ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦ ତଥା ରାଜ୍ୟ କଂଗ୍ରେସର ଛାମୁଆ ସଂଗଠନ, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ମହିଳା କଂଗ୍ରେସର ସମସ୍ତ ବରିଷ୍ଠ ନେତ୍ରୀ ଅଂଶଗ୍ରହଣ କରିଥିଲେ । 
ଦିଲ୍ଳୀର କନୋଟପ୍ୟାଲେସର ଅନତି ଦୁରରେ ଥିବା ବାରଖମ୍ବା ରୋଡରୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଦାସଙ୍କ ସହିତ ସମସ୍ତ ନେତୃବର୍ଗ ଏକ ବିରାଟ ପଟୁଆରରେ ଜ୍ଞାନେଶ କୁମାର ହଟାଅ, ଗଣତନ୍ତ୍ର ବଞ୍ଚାଅ, ଭୋଟ ଚୋର ଯେଉଁଠି – ବିଜେପି ପାର୍ଟି ଅଫସ ଯେଉଁଠି ନାରାବାଜି କରି ଦୀର୍ଘ ୪ କି.ମି.ରୁ ଅଧିକ ରାସ୍ତା ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇ ଗେଟ ନଂ-୨ରେ ରାମଲୀଳା ମୈଦାନରେ ପ୍ରବେଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଜେଟି କୁସୁମ କୁମାର, ମୟୁରା ଏସ ଜୟକୁମାର, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସୁରେଶ କୁମାର ରାଉତରାୟ, ତାରା ବାହିନୀପତି, ରାଜନ ଏକା, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ସତ୍ୟଜିତ ଗମାଙ୍ଗ, ସନ୍ତୋଷ ସିଂ ସାଲୁଜା, ନବଜ୍ୟୋତି ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜନୀ ମହାନ୍ତି, ସିଦ୍ଧାର୍ଥ ସ୍ୱରୂପ ଦାଶ, ସାନ୍ତାୟାନ ମିଶ୍ର, ସସ୍ମିତା ବେହେରା, କୃଷ୍ଣ ଚନ୍ଦ୍ର ଶଗରିଆ, ପ୍ରଦୀପ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ପ୍ରକାଶ ମିଶ୍ର, ସୋନାଲି ସାହୁ, ମନିଷାଦାଶ ପଟ୍ଟନାୟକ, ରାଜୀବ ପଟ୍ଟନାୟକ, ପ୍ରକାଶ ଜେନା, ସଞ୍ଜୀବ ଗିରି, ତୁଷାରକାନ୍ତି ତପସ୍ୱୀ, ଜୟସ୍ମିତା ମହାନ୍ତି, ସୁନିତା ବିଶ୍ୱାଳ, ଶ୍ରିୟାସ୍ମିତା ପଣ୍ଡା, ଆକୁୃବ ଉଜାମନ ଖାନ, ଜିଆଉଲ ହକ, ବିଶ୍ୱଜିତ ଦାଶ, କାଡରକା ଆପାଲସ୍ୱାମୀ, ନଗେନ୍ଦ୍ର ପ୍ରଧାନ, ବାଙ୍କନିଧି ବେହେରା, ସଂଜୟ ତ୍ରିପାଠୀ, ସିର୍ଦ୍ଧାଥ ରାଉତରାୟ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା  ସାମିଲ ହୋଇଥିଲେ


ଶେଷ ଅପଡେଟ୍: 02 ନଭେମ୍ବର 2026, 01:53 ପୂର୍ବାହ୍ନ

← ପୂର୍ବ ଖବରଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନପର ଖବର →ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା