ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ

ଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ

ଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ

ଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ

ସାମ୍ବାଦିକମାନଙ୍କ ସମସ୍ୟାକୁ ଜାତୀୟ ସ୍ତରରେ ଉଠାଇବି : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସଦସ୍ୟ ପ୍ରସନ୍ନ ମହାନ୍ତି
ଭୁବନେଶ୍ୱର, ୨/୧୧(ଭାରତ ପ୍ରସାରଣ): ଦ୍ୱିତୀୟ ଥର ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI)ର ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତିଙ୍କୁ ରବିବାର ଦିନ ଓଡ଼ିଶା ସାମ୍ବାଦିକ ସଂଘ (OUJ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସାମ୍ବାଦିକମାନଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ଜଣାଇ OUJ ପକ୍ଷରୁ ଏହି ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ, ଦ୍ୱିତୀୟ ଥର ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସଦସ୍ୟ ଭାବେ ନିର୍ବାଚିତ ହେବା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା କେବଳ ଏକ ସମ୍ମାନ ନୁହେଁ, ବରଂ ସାମ୍ବାଦିକ ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ଦେଶର ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ମର୍ଯ୍ୟାଦା, ବୃତ୍ତିଗତ ସୁରକ୍ଷା ଏବଂ ସାମାଜିକ ନିରାପତ୍ତା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ପାଇଁ ସେ ନିରନ୍ତର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସାମ୍ବାଦିକମାନଙ୍କ ପାଇଁ ପ୍ରେସ୍ ଆକ୍ରେଡିଟେସନ୍, ପେନ୍‌ସନ୍, ରେଳଯାତ୍ରାରେ ରିହାତି ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ସୁବିଧା ଭଳି ପ୍ରସଙ୍ଗଗୁଡ଼ିକୁ ସେ ପ୍ରାଥମିକତା ଦେବେ ବୋଲି କହିଥିଲେ। ସାମ୍ବାଦିକମାନଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟାଗୁଡ଼ିକୁ ପ୍ରେସ୍ କାଉନସିଲ୍‌ରେ ଉପଯୁକ୍ତ ଗୁରୁତ୍ୱ ଦେବା ପାଇଁ ସେ ପ୍ରୟାସ କରିବେ ବୋଲି ସ୍ପଷ୍ଟ କରିଥିଲେ।

ଓଡ଼ିଶାରେ ଦୀର୍ଘ ପ୍ରାୟ ୧୯ ବର୍ଷ ଧରି ପ୍ରେସ୍ ଆକ୍ରେଡିଟେସନ୍ କମିଟି ନଥିବା ଘଟଣାକୁ ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି କମିଟି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେ ସ୍ୱୀକୃତି ପାଇବା ସହ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁରକ୍ଷାର ଲାଭ ଉଠାଇଥାନ୍ତି। କମିଟି ନଥିବାରୁ ଅନେକ ଯୋଗ୍ୟ ସାମ୍ବାଦିକ ସେମାନଙ୍କ ନ୍ୟାଯ୍ୟ ଅଧିକାର ଓ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଥିଲେ।

ନିକଟରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ଏକ ବୈଠକରେ ସେ ଏହି ପ୍ରସଙ୍ଗ ଉଠାଇଥିବା ସୂଚନା ଦେଇ ଶ୍ରୀ ମହାନ୍ତି କହିଥିଲେ ଯେ, ତାଙ୍କ ହସ୍ତକ୍ଷେପ ପରେ ଦୁଇ ମାସ ମଧ୍ୟରେ ଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟି ଗଠନ କରିବା ପାଇଁ PCI ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କମିଟି ଗଠନ ନହେଲେ ବିଳମ୍ବର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ପ୍ରେସ୍ କାଉନସିଲ୍ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ୍ କରିପାରେ ବୋଲି ସେ କହିଥିଲେ।

ଭୁବନେଶ୍ୱରସ୍ଥିତ OUJ ଭବନଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ। OUJର ରାଜ୍ୟ ସାଧାରଣ ସମ୍ପାଦକ କିଶନ ରାଉତ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସଂଘର ଉପସଭାପତି ସନ୍ତୋଷ ସିଂହ ଦେଓ, ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ଅଭୟ ପତି, ଆଇନ୍ ପ୍ରକୋଷ୍ଠ ଅଧ୍ୟକ୍ଷ ରାଜୀବ ମହାନ୍ତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଦିତ୍ୟ ମେକାପ, କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଅଶୋକ ନନ୍ଦ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ସମ୍ପାଦକ ଦେବପ୍ରସାଦ ଦାଶଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ସଭାପତି ଏବଂ ସଂଘର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବକ୍ତାମାନେ ସାମ୍ବାଦିକତା କ୍ଷେତ୍ରରେ ଶ୍ରୀ ମହାନ୍ତିଙ୍କ ଅବଦାନ ଏବଂ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରେସ୍ କାଉନସିଲ୍‌ରେ ତାଙ୍କର ନୂତନ ଦାୟିତ୍ୱ ଜାତୀୟ ସ୍ତରରେ ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱରକୁ ଆହୁରି ଶାଣିତ କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ। ଏଥିସହ ଆଗାମୀ ଦିନରେ ରାଜ୍ୟର ସାମ୍ବାଦିକମାନଙ୍କ ଏକତା ଓ ସ୍ୱାର୍ଥର ସୁରକ୍ଷା ଦିଗରେ OUJ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ରାଜ୍ୟ କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
← ପୂର୍ବ ଖବରବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକପର ଖବର →ଆଜି ବି ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ ପ୍ରଶାସନ: ବିଜେଡି