ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଦେଶ-ବିଦେଶ

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁରରେ ଉପ-ମୁଖ୍ୟମନ୍ତ୍ରୀ

ପଦ୍ମପୁର ବ୍ଲକରେ ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥା ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁରରେ ଉପ-ମୁଖ୍ୟମନ୍ତ୍ରୀ

ପଦ୍ମପୁର ଗସ୍ତରେ ଅଛନ୍ତି ପ୍ରଭାତୀ

ରାୟଗଡା, ୨୮/୧୦(ଭାରତ ପ୍ରସାରଣ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ସୃଷ୍ଟି ହେବାକୁ ଥିବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ରାୟଗଡ ଜିଲ୍ଲାର ପଦ୍ମପୁର ବ୍ଲକ ଗସ୍ତ କରି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଗସ୍ତ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ୨୬ ଜଣ ଆଶ୍ରିତଙ୍କୁ ଶୁଖିଲା ରାସନ ପ୍ୟାକେଟ୍ ବଣ୍ଟନ କରିଥିଲେ।

ଆଶ୍ରୟସ୍ଥଳରେ ପ୍ରସ୍ତୁତ ଖାଦ୍ୟର ମାନ ନିଜେ ଯାଞ୍ଚ କରିବା ସହ ଆଶ୍ରିତମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଆଶ୍ରୟସ୍ଥଳରେ ଥିବା ଶିଶୁମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଖିଥିବା ଗୀତ ଗାଇବାକୁ କହିଥିଲେ। CDPOଙ୍କ ସହ ଆଲୋଚନା କରି ମୁଟୁକୁଣି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି, କେନ୍ଦ୍ରର ସ୍ଥିତି ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଉପଲବ୍ଧତା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

ପରବର୍ତ୍ତୀ ସମୟରେ ଉପ-ମୁଖ୍ୟମନ୍ତ୍ରୀ ହରଭଙ୍ଗୀ ଜଳସେଚନ ଡିଭିଜନ ଅନ୍ତର୍ଗତ ବଡ଼ନାଳ ଜଳଭଣ୍ଡାର ପରିଦର୍ଶନ କରି ବର୍ତ୍ତମାନର ଜଳସ୍ତର ଏବଂ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ଏଥିସହ ଜଳଭଣ୍ଡାର ନିକଟରେ ଏକ ନିରୀକ୍ଷଣ ବଙ୍ଗଳା ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଶେଷ ଅପଡେଟ୍: 29 ଅକ୍ଟୋବର 2026, 12:38 ପୂର୍ବାହ୍ନ

← ପୂର୍ବ ଖବରନଭେମ୍ବର ୧୮ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନପର ଖବର →ଜୌହର ବିଶ୍ୱବିଦ୍ୟାଳୟର ୧୧୭୦ କୋଟିର ସମ୍ପତ୍ତି ଜବତ କଲା ଇଡି