ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର, ୩/୧୧(ଭାରତ ପ୍ରସାରଣ): ସ୍ଵାସ୍ଥ୍ୟ ବିଭାଗର ବିସ୍ମୟ ବ୍ୟକ୍ତିତ୍ଵ ତଥା ଭୁବନେଶ୍ୱର ଏମସର ସୁନାମଧନ୍ୟ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଵର୍ଗତ ଆତ୍ମାଙ୍କ ଅମରତ୍ୱ କାମନା କରାଯାଇଥିଲା। ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତିରେ ସମାହିତ ଉକ୍ତ ଶ୍ରଦ୍ଧାଞ୍ଜଳି ଶୋଭାରେ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିବାରର ବରିଷ୍ଠ କର୍ମକର୍ତ୍ତା ତଥା ପରିଚାଳନା ନିର୍ଦ୍ଦେଶକ ଶିକ୍ଷାବିତ୍ ଭବାନୀ ପ୍ରସାଦ ମିଶ୍ର , ଭାରତୀୟ ମଜଦୁର ସଂଘର ପ୍ରାକ୍ତନ ସାଂଗଠନିକ ସମ୍ପାଦକ କୃଷ୍ଣ ଚନ୍ଦ୍ର ମିଶ୍ର , ଆଧ୍ୟାତ୍ମିକ ପ୍ରବକ୍ତା କୁଳମଣି ରାଉତ , ପ୍ରଜ୍ଞାନ ପତ୍ରିକାର ସମ୍ପାଦକ ଆଶୁ କବି ହେମନ୍ତ ଜେନା , ଡାକ୍ତର ପ୍ରତାପ କୁମାର ପାଣି , ବରିଷ୍ଠ ସାମ୍ବାଦିକ ହରପ୍ରସାଦ ଦାସ , ବରିଷ୍ଠ କବି ମନୋରଞ୍ଜନ ଷଡ଼ଙ୍ଗୀ , ସାମ୍ବାଦିକ ସୁରେଶ କୁମାର ସାହୁ ଏବଂ ସୁବ୍ରତ କୁମାର ନାୟକ ପ୍ରମୁଖ ସ୍ଵର୍ଗତ ମହାପାତ୍ରଙ୍କ ସମର୍ପିତ ସେବା ଜୀବନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧା ନିବେଦନ କରିଥିଲେ । ଦୀର୍ଘ ଅର୍ଦ୍ଧ ଶତାବ୍ଦୀ କାଳ ଜନତା ଜନାର୍ଦ୍ଦନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ବେଳେ ଦିଲ୍ଲୀ ଓ ଭୁବନେଶ୍ବର ଏମସ ର ନିର୍ଦ୍ଦେଶକ , ସମ୍ ହସପିଟାଲର କୁଳପତି ତଥା ଲକ୍ଷ୍ନୌ ର ଏସଜି ପିଜିଆଇ ଭାବେ ସେ ଯେଭଳି କୀର୍ତ୍ତି ଅର୍ଜ୍ଜନ କରିଥିଲେ ତାହା ଓଡ଼ିଶା ବାସୀଙ୍କୁ ଗୌରବାନ୍ଵିତ କରିଛି ବୋଲି ଶ୍ରଦ୍ଧାଳୁ ମାନେ ମତବ୍ୟକ୍ତ କରିଥିଲେ।
     ସ୍ନାୟୁ ଓ ଶୈଲ୍ୟ ବିଭାଗର ସଫଳତମ ଚିକିତ୍ସକ ଭାବେ ବହୁ ଚର୍ଚ୍ଚିତ ଜଗା ବଳିଆଙ୍କ ମସ୍ତକରେ ବିରଳ ଅସ୍ତ୍ରୋପଚାର କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତୀତ୍ଵ ପ୍ରଦର୍ଶନ କରି ଦିବଂଗତ ମହାପାତ୍ର ଯେଉଁ ଇତିହାସ ସୃଷ୍ଟି କରିଛନ୍ତି ତାହା ଦେଶବାସୀଙ୍କ ନିକଟରେ ଅବିସ୍ମରଣୀୟ । ତାଙ୍କ ଅପ୍ରତ୍ୟାଶିତ ବିୟୋଗରେ ଦେଶରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ତାହା କେବେ ବି ପୂରଣ ହୋଇ ପାରିବ ନାହିଁ ବୋଲି ବିଶ୍ଵ ଓଡ଼ିଆ ପରିବାର ପକ୍ଷରୁ ପ୍ରକାଶ ପାଇଛି । ଶେଷରେ ହେମନ୍ତ ଜେନା ସ୍ଵର୍ଗତ ଅଶୋକ କୁମାର ମହାପାତ୍ରଙ୍କ ଜୀବନାୟନ ଉପରେ କବିତା ପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ।


← ପୂର୍ବ ଖବରବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍‌ସି