ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ରାଜନୀତି

ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟରଶକ୍ତି ପ୍ରଦର୍ଶନ
ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟରଶକ୍ତି ପ୍ରଦର୍ଶନ

ଭୋଟ୍ ଚୋରି ଅଭିଯୋଗକୁ ନେଇ ଦିଲ୍ଲୀର ରାମଲୀଳା ମୈଦାନରେ ଇଣ୍ଡିଆ ମେଣ୍ଟର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ ,ନଭେମ୍ବର ୧(ଏଜେନ୍ସୀ): ରବିବାର ଦିନ ଦିଲ୍ଲୀର ରାମଲୀଳା ମୈଦାନରେ INDIA ମେଣ୍ଟର ବିଭିନ୍ନ ଦଳର ନେତାମାନେ ଏକ ବିଶାଳ ରାଲିରେ ଏକତ୍ରିତ ହୋଇଥିଲେ। ନିର୍ବାଚନରେ ଅନିୟମିତତା ଏବଂ କଥିତ 'ଭୋଟ୍ ଚୋରି' ଅଭିଯୋଗ ଉଠାଇ ସେମାନେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରିବା ସହିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।

କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଆଜି ରାମଲୀଳା ମୈଦାନରେ ଏକ ଐତିହାସିକ ସମାବେଶ ହେଉଛି। ମୋଦୀଜୀ ଏବଂ ଅମିତ ଶାହ ଯୁବକ, ମହିଳା ଓ ଦଳିତମାନଙ୍କ ଭୋଟ ଅଧିକାର ଛଡ଼ାଇ ନେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାହାର ପ୍ରତିବାଦରେ ଆମେ ଏକାଠି ହୋଇଛୁ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ଆମର ଏହି ଲଢ଼େଇ। ଯେପର୍ଯ୍ୟନ୍ତ ସେ ପଦରେ ରହିବେ, ସେପର୍ଯ୍ୟନ୍ତ ଆମେ ଚୁପ୍ ହୋଇ ବସିବୁ ନାହିଁ। ଆମର ସଂଘର୍ଷ ଜାରି ରହିବ।

ମୋଦୀଜୀ ଭାବୁଛନ୍ତି ଯେ ପୋଲିସ, ସିବିଆଇ, ଇଡି ଏବଂ ସରକାରୀ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ବିରୋଧୀଙ୍କୁ ଭୟଭୀତ କରିପାରିବେ। କିନ୍ତୁ ଆମେ କାହାକୁ ଭୟ କରିବୁ ନାହିଁ। ଇଣ୍ଡିଆ ମେଣ୍ଟର ନେତାମାନେ ସଂଘର୍ଷ କରିବାକୁ ପ୍ରସ୍ତୁତ। ଆଜି ଦେଶରେ ବିଭାଜନ ସୃଷ୍ଟି କରିବା ଏବଂ ଲୋକଙ୍କ ଭୋଟ ଅଧିକାର ଛଡ଼ାଇ ନେବାର ଉଦ୍ୟମ ହେଉଛି। କେନ୍ଦ୍ର ସରକାର ସମେତ ମହାରାଷ୍ଟ୍ର, ବିହାର ଓ ଉତ୍ତରପ୍ରଦେଶର ସରକାରଙ୍କ ବିରୋଧରେ ମଧ୍ୟ ଆମର ରାଜନୈତିକ ଲଢ଼େଇ ଜାରି ରହିବ। ମୋଦୀଙ୍କୁ ହଟାଇଲେ ହିଁ ଗଣତନ୍ତ୍ର ବଞ୍ଚିବ, ଗଣତନ୍ତ୍ର ବଞ୍ଚାଇବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ଶେଷରେ ମୁଁ କହିବି, ଆମେ ଏକାଠି ହୋଇ ଲଢ଼ିବା, ସମ୍ବିଧାନକୁ ବଞ୍ଚାଇବା, ଗଣତନ୍ତ୍ରକୁ ମଜବୁତ କରିବା ଏବଂ ଦେଶର ଏକତାକୁ ଅକ୍ଷୁଣ୍ଣ ରଖିବା। ମୋଦୀ ହଟାଅ, ଦେଶ ବଞ୍ଚାଅ!

ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ମଲ୍ଲିକାର୍ଜୁନ ଖଡ଼ଗେଜୀ, ସୋନିଆ ଗାନ୍ଧୀଜୀ, ମମତା ବାନାର୍ଜୀଜୀ, ଅଖିଳେଶ ଯାଦବଜୀ, ତେଜସ୍ୱୀ ଯାଦବଜୀ, ଫାରୁକ ଅବଦୁଲ୍ଲାଜୀ, ଇଣ୍ଡିଆ ମେଣ୍ଟର ସମସ୍ତ ନେତା, ସାମାଜିକ କର୍ମୀ, ମୋର ଭାଇ ଓ ଭଉଣୀମାନେ ଏବଂ ଗଣମାଧ୍ୟମର ବନ୍ଧୁମାନଙ୍କୁ ମୋର ଅଭିନନ୍ଦନ। ଆଜି ଏଠାକୁ ଲକ୍ଷ ଲକ୍ଷ ଲୋକ ଆସିଛନ୍ତି। ଆପଣମାନେ ଏକାଠି ହୋଇ ନରେନ୍ଦ୍ର ମୋଦୀ, ଅମିତ ଶାହ ଏବଂ ଜ୍ଞାନେଶ କୁମାରଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।ବିଜେପି ଉପରେ ଭୋଟର ତାଲିକାରେ ହେରଫେର କରିବାର ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନ ପରେ ଦେଶର ୧୫ ପ୍ରତିଶତ ଭୋଟରଙ୍କ ନାମ ତାଲିକାରୁ ହଟାଯାଇଛି। ସେ ଚେତାବନୀ ଦେଇ କହିଥିଲେ ଯେ ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ହଟାଯିବ ଏବଂ ଜେଲ୍ ଯିବାକୁ ପଡ଼ିବ। ଦେଶର ସମ୍ବିଧାନକୁ ନଷ୍ଟ କରିବାକୁ ବିରୋଧୀ ମେଣ୍ଟ କେବେବି ଦେବ ନାହିଁ ବୋଲି ସେ କହିଥିଲେ।  ଏହା କେବଳ କୌଣସି ଗୋଟିଏ ରାଜନୈତିକ ଦଳର ସ୍ୱର ନୁହେଁ। ଏହା ଦେଶର ଯୁବକ, କୃଷକ ଓ ଶ୍ରମିକମାନଙ୍କର ସ୍ୱର। ଏହି ସ୍ୱର କହୁଛି ଯେ ଆମେ ଭାରତରେ ଗଣତନ୍ତ୍ରକୁ ଶେଷ ହେବାକୁ ଦେବୁ ନାହିଁ। ଆମେ ସମ୍ବିଧାନକୁ ନଷ୍ଟ ହେବାକୁ ଦେବୁ ନାହିଁ। ଆପଣ ନିଜକୁ ଯେତେ ବଡ଼ ଭାବନ୍ତୁ, ଆପଣଙ୍କ ପାଖରେ ଯେତେ ଅର୍ଥ ଓ କ୍ଷମତା ଥାଉ, ଆପଣ ସମ୍ବିଧାନଠାରୁ ବଡ଼ ନୁହନ୍ତି। ସମ୍ବିଧାନ ଆପଣଙ୍କଠାରୁ ବଡ଼।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆରଯେଡି ନେତା ତେଜସ୍ୱୀ ଯାଦବ ଏବଂ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ମଧ୍ୟ ବିଜେପି ଓ ନିର୍ବାଚନ ଆୟୋଗଙ୍କ ବିରୋଧରେ ନିଜ ନିଜର ମତ ରଖିଥିଲେ। ମମତା ବାନାର୍ଜୀ ଏସଆଇଆର୍ ପ୍ରକ୍ରିୟା ବିରୋଧରେ ଲଢ଼େଇ ଜାରି ରଖିବାକୁ ଘୋଷଣା କରିଥିବା ବେଳେ ଅଖିଳେଶ ଯାଦବ ୨୦୨୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପିର ପରାଜୟ ହେବ ବୋଲି ଦାବି କରିଥିଲେ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ , ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏବଂ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସମେତ ଅନେକ ବିରୋଧୀ ନେତା ମଧ୍ୟ ଏହି ରାଲିରେ ଉଦ୍‌ବୋଧନ ଦେଇଥିଲେ।

ଶେଷ ଅପଡେଟ୍: 01 ନଭେମ୍ବର 2026, 11:52 ଅପରାହ୍ନ

← ପୂର୍ବ ଖବରବୁରୁଖାଟ-ଗଞ୍ଜାମ ସୀମା ରାସ୍ତାରୁ ହଟିଲା ପାହାଡ଼ ଅଳିଆପର ଖବର →ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ରାମଲୀଳା ମୈଦାନ ରାଲିରେ ଯୋଗଦେଲେ