Breaking News
19-Feb-2024
ଭୁବନେଶ୍ଵର - ତ ୧୯.୨.୨୪ ରିଖ(ଭାପ୍ର):-ଆଉ ଦିନ କେଇଟା ପରେ ରାଜ୍ୟରେ ସାଧାରଣ ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ।ସମସ୍ତ ଦଳ ନିର୍ବାଚନ ବିଗୁଲ ବଜେଇ ସାରିଛନ୍ତି।ପ୍ରମୁଖ ତିନିଦଳ ଉପଯୁକ୍ତ ପ୍ରାର୍ଥୀ ଚୟନ ନେଇ ପ୍ରସ୍ତୁତ ହେଲେଣି।
ଆଉ ଗୋଟିଏ ପାଦ ଆଗକୁ ଯାଇ କଂଗ୍ରେସ ମାର୍ଚ୍ଚ ପ୍ରଥମ ସପ୍ତାହରେ ପର୍ଯାୟ ଟିକେଟ ଘୋଷଣା କରିବ ବୋଲି ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି ପ୍ରଥମ ପର୍ଜାୟରେ ୭୦ ଟି ବିଧାନସଭା ଓ ଏହାର ଅନର୍ଗତ ୧୦ ଟି ଲୋକସଭା ଆସନ ପାଇଁ ପ୍ରଦେଶ ନିର୍ବାଚନ କମିଟି ବୈଠକ ବସିଛି।ପ୍ରଗମନ ଅନଲାଇନ୍ ଟିକେଟ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇଛି।ବିଧାୟକ ପାଇଁ ୩୦୦୦ ରୁ ଉର୍ଦ୍ଧ ଏବଂ ସାଂସଦ ପାଇଁ ୭୦୦ ବ୍ୟକ୍ତି କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି।ଉପଯୁକ୍ତ ପ୍ରାର୍ଥୀ ଚୟନ ଆଲୋଚନା କରାଯିବ। ଉକ୍ତ ତାଲିକାକୁ ଏଆଇସିସି ପଠାଯିବ।ଏଆଇସିସି ତର୍ଜମା କରି ପ୍ରାର୍ଥୀ ନାମ ଘୋଷଣା କରିବ।
ସୂଚନାଯୋଗ୍ୟ ୨୦୧୯ ମସିହାରେ ଟିକେଟ ଘୋଷଣାରେ ବହୁ ବିଳମ୍ବ ହେବାରୁ କିଛି ନେତୃବୃନ୍ଦ କଂଗ୍ରେସ ଟିକେଟ ଫେରେଇଥିଲେ।ପ୍ରଚାର ପାଇଁ ପ୍ରଜ୍ୟାପ୍ତ ସମୟ ନଥିବାରୁ ଟିକେଟ ଫେରେଇଥିବା ସେମାନେ ପ୍ରକାଶ କରିଥିଲେ।