Breaking News
15-Feb-2024
ଭୁବନେଶ୍ୱର ତା ୧୫.୨.୨୪ ରିଖ(ଭାରତ ପ୍ରସାରଣ):-ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଆମ ରାଜ୍ୟ ଓଡ଼ିଶାରେ ଏକ ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ।
ଏହି ପରିପେକ୍ଷିରେ ଭାରତ ର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ୩ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି।ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାରଙ୍କ ସହିତ ନିର୍ବାଚନ କମିଶନର ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ, ଉପ ନିର୍ବାଚନ ଅଧିକାରୀ ମନୋଜ କୁମାର ସାହୁ, ନିର୍ବାଚନ ଅଧିକାରୀଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଓଡିଶା ଗସ୍ତରେ ଆସି ଆସନ୍ତାକାଲି ପୂର୍ବାହ୍ନରେ ପ୍ରଥମେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ନିର୍ବାଚନ ସମ୍ପର୍କୀତ ଆଦର୍ଶ ଆଚରଣ ବିଧୂର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବେ ।
ରାଜ୍ୟ ମୁଖ୍ୟ ଶାସନ ସଚିବ, ଡିଜିପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିର୍ବାଚନ ପ୍ରସ୍ତୁତି, ତାଲିମ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିବେ।ସେହିପରି ମୁଖ୍ୟ ନିର୍ବାଚନ କମିଶନର ଆସନ୍ତା କାଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ସମର୍କିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ସେହିପରି ୧୭ ତାରିଖ ଅପରାହ୍ନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ କୁମାର ଏବଂ ତାଙ୍କ ସହିତ ଥିବା ବରିଷ୍ଠ ପଦାଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବ।