Breaking News
14-Feb-2024
ନୂଆଦିଲ୍ଲୀ-ତା ୧୪.୨.୨୪ ରିଖ (ଭାରତ ପ୍ରସାରଣ):-ଆଜି ସିପିପି ଅଧ୍ୟକ୍ଷ। ତଥା କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ପୂର୍ବତନ ଏଆଇସିସି ଅଧ୍ୟକ୍ଷ। ଶ୍ରୀମତୀ ସୋନିଆ ଗାନ୍ଧୀ ରାଜସ୍ଥାନ ରୁ ରାଜ୍ୟସଭା ପାର୍ଥି ଭାବେ ପାର୍ଥିପତ୍ର ଦାଖଲ କରିଛନ୍ତୁ।
ପାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସୁପୁତ୍ର ଜନମାନସର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କନ୍ୟା ପ୍ରିୟଙ୍କା ଗାନ୍ଧୀ ଏବଂ ରାଜସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହେଲଟଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ରାଜ୍ୟସଭା ପାର୍ଥିତ୍ୱକୁ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ସ୍ୱିକୃତି ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ବେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି। ସୂଚନାଯୋଗ୍ୟ କି ଶ୍ରୀମତୀ ଗାନ୍ଧୀ ଏଆଇସିସି ର ଅଧ୍ୟକ୍ଷ। ଭାବେ ଏବଂ ୟୁ.ପି.ଏ ର ଅଧ୍ୟକ୍ଷ। ଭାବେ ସୁଚାରୁରୂପେ ଦାଇତ୍ୱ ସମ୍ପାଦନ କରିସାରିଛନ୍ତି।କଂଗ୍ରେସ ର ବରିଷ୍ଠ ନେତା ମନମୋହନ ସିଂହ ଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଅବଦାନ ରହିଥିଲା।