Breaking News
29-Jan-2024
● ଦେଶର ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ।
● ଓଡ଼ିଶାକୁ ଧ୍ୱଂସ କରିବାକୁ ଉଭୟ ବିଜେଡ଼ି ଓ ବିଜେପି ହାତ ମିଳାଇଛନ୍ତି ।
● କଂଗ୍ରେସ ସର୍ବଦା ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷା ଦେଇ ଆସିଛି ।
● ଧନୀମାନେ ବିଜେପି ଓ ବିଜେଡ଼ି ସହ ଥିବାବେଳେ କଂଗ୍ରେସ ସବୁବେଳେ ଗରୀବଙ୍କ ସାଥୀ ହୋଇ ରହିଛି ।
● ମୋଦୀ ଗ୍ୟାରେଂଟି ବୋଲି କିଛି ନାହିଁ । ଯାହା କଂଗ୍ରେସ କରିଛି ତାହାର ଶ୍ରେୟ ନେଉଛନ୍ତି ମୋଦୀ ।
ଭୁବନେଶ୍ୱର, ତା. ୨୯/୦୧ : ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବର୍ତମାନ ବିପଦରେ । ଏହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ଦେଶରେ ଯେପରି ଭୟର ବାତାବରଣ ସୃଷ୍ଟି ହେଉଛି ସେଥିରୁ ଦେଶକୁ ମୁକ୍ତ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଣିପୁର ରୁ ମୁମ୍ବାଇ ଅଭିମୁଖେ ଚାଲିଛି । ଆଜି ସାରା ଭାରତ ବର୍ଷରେ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ, ମଣିପୁର ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ବିଜେପି ଏବଂ ଆର.ଏସ୍.ଏସ୍. ଘୃଣା, ହିଂସା ଓ ଦ୍ୱେଷର ମଞ୍ଜି ବୁଣି ଚାଲିଛନ୍ତି । ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକୁ ଆଜିକୁ ଦୀର୍ଘ ୧୦ ବର୍ଷ ଧରି ଅତ୍ୟନ୍ତ ଦୁର୍ବଳରୁ ଦୁର୍ବଳତର କରି ଦିଆଯାଇଛି । ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଲୋପ କରିଦେବା ପାଇଁ ବିଜେପି ଓ ଆର.ଏସ୍.ଏସ୍. ରୀତିମତ ଷଡ଼ଯନ୍ତ୍ର କରିଚାଲିଛନ୍ତି ବୋଲି ଭୁବନେଶ୍ୱର ଲୋୟର ପି.ଏମ୍.ଜି ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ "ଓଡ଼ିଶା ବଞ୍ଚାଅ ସମାବେଶ" ରେ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲୀକାର୍ଜୁନ ଖର୍ଗେ ଜୀ ତାଙ୍କ ଉଦବୋଧନ ରେ ପ୍ରକାଶ କରିଥିଲେ।ଆଜି ସମାବେଶକୁ ସମ୍ବୋଧିତ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ କହିଥିଲେ ଯେ ରାଜ୍ୟରେ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରେମ ବିବାହ ଅନୁଷ୍ଠିତ ହୋଇଯାଇଛି । ସେ କହିଥିଲେ ଯେ ବିଜୁ ପଟ୍ଟନାୟକ ନେହେରୁଙ୍କ ଆଦର୍ଶକୁ ଅନୁସରଣ କରିଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଆଦର୍ଶ ଅନୁସରଣ କରୁଛନ୍ତି । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଓଡ଼ିଶା ଧ୍ୱଂସ କରିବାକୁ ଉଭୟ ବିଜେପି ଓ ବିଜେଡ଼ି ଏଠାରେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ସେମାନେ ରାଜ୍ୟର ପ୍ରାକୃତିକ ସମ୍ପଦ ଲୁଣ୍ଠନ କରି ବିକ୍ରୟ କରନ୍ତି ଓ ଏହାର ଲାଭାଂଶକୁ ଭାଗ କରିନିଅନ୍ତି । ବିଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଓଡ଼ିଶାବାସୀଙ୍କ ପାଇଁ ବହୁତ କିଛି କରିଛି । ଓଡ଼ିଶା ବିକାଶରେ ନେହେରୁଙ୍କ ସ୍ୱାକ୍ଷର ଆଜି ବି ସ୍ମୃତିଚାରଣ ହୁଏ । ପାରାଦ୍ୱୀପ ପୋର୍ଟ ହେଉ କିମ୍ବା ରାଉରକେଲା ଷ୍ଟିଲ ପ୍ଲାଂଟ ବା ଏନ୍.ଟି.ପି.ସି., ସଇଁତଳା ଗୁଳାବାରୁଦ କାରଖାନା, ମଂଚେଶ୍ୱର ରେଳଡବା କାରଖାନା, ନାଲ୍କୋ, ରାଜ୍ୟ ଜଳବିଦ୍ୟୁତ ପ୍ରକଳ୍ପ, ନଦୀବନ୍ଧ ଯୋଜନା, ହାଲ୍, ଏମ୍ସ୍, ନାଇଜର, ଆଇଜର, ଇନ୍ଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ସେଂଟ୍ରାଲ ୟୁନିଭରସିଟି ଓ ଆଂଚଳିକ ଶିକ୍ଷାନୁଷ୍ଠାନ ଆଦି ସମସ୍ତ ସଂସ୍ଥା କଂଗ୍ରେସର ଅବଦାନ । କଂଗ୍ରେସ ଦେଶର ସମ୍ବିଧାନ ଓ ଗଣନ୍ତ୍ରତକୁ ସଦାସର୍ବଦା ସୁରକ୍ଷା ଦେଇଆସିଛି । ସ୍ୱାଧୀନତା ପରେ ମହିଳାମାନଙ୍କୁ ଭୋଟ ଦେବା ଅଧିକାର କଂଗ୍ରେସ ଆଣିଥିଲା । ସ୍ୱାଧୀନତା ପରଠାରୁ କଂଗ୍ରେସ ସବୁବେଳେ ଗରୀବଙ୍କ ସହ ରହିଆସୁଥିଲାବେଳେ ବିଜେପି, ବିଜେଡ଼ି ଧନୀଙ୍କ ଶ୍ରେଣୀର ଲୋକମାନଙ୍କ ସହିତ ରହିଛି । ଓଡ଼ିଶାରେ ଥିବା ୨୯ ପ୍ରତିଶତ ଆଦିବାସୀ ଓ ୧୬ ପ୍ରତିଶତ ଅନୁସୂଚିତ ଜାତି ଜନସଂଖ୍ୟା ରହିଛି । ସେମାନଙ୍କର ସ୍ୱାର୍ଥପାଇଁ ଅଦ୍ୟାବଧି ନବୀନ ସରକାର କୌଣସି ଆଖି ଦୃର୍ଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦେଶର ଶାନ୍ତି, ସଂହତି ଓ ଅଖଣ୍ଡତା ବଜାୟ ରଖିବାକୁ ଚାହେଁ । ମାତ୍ର ଭାରତୀୟ ଜନତାପାର୍ଟି ଦେଶରେ ବିଭାଜନ ଓ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଉପରେ ବିଶ୍ୱାସ କରେ । ମଣିପୁରରେ ଘଟିଥିବା ହିଂସାକାଣ୍ଡ ସମୟରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଲା । ଅନେକ ମହିଳା ବଳତ୍କାରର ଶିକାର ହେଲେ । ଅନେକ ନିର୍ଯ୍ୟାତନା ସହିଲେ । ବହୁ ସଂପତି ଧ୍ୱଂସ ହେଲା । ମାତ୍ର ସେତେବେଳେ ନରେନ୍ଦ୍ର ମୋଦୀ ସେଠାକୁ ନ ଯାଇ ଆତ୍ମ ଗୋପନ କରି ରହିଲେ । କୌଣସି ଠାରେ ତାଙ୍କୁ ଦେଖିବାକୁ ମିଳିଲା ନାହିଁ । ଦେଶର ଏକତା ପାଇଁ ନିଜକୁ ତ୍ୟାଗ କରିବାକୁ ପଡ଼ିଥାଏ, ଯାହାକି ମୋଦୀଙ୍କ ପାଖରେ ନାହିଁ । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ତାଙ୍କ ଶେଷ ଅଭିଭାଷଣରେ ଭୁବନେଶ୍ୱର ଠାରେ କହିଥିଲେ ଯେ ଦେଶ ପାଇଁ ସେ ନିଜର ଜୀବନ ତ୍ୟାଗ କରିବାକୁ ପ୍ରସ୍ତୁତ । ତାହା ହିଁ ହେଉଥିଲା । ଦେଶର ଏକତା ପାଇଁ ସେ ଜୀବନ ଦେଇଥିଲେ । ସ୍ୱର୍ଗତ ରାଜୀବ ଗାନ୍ଧୀ ମଧ୍ୟ ସମାନ ଭାବେ ଦେଶର ଏକତା ଓ ଅଖଣ୍ଡତା ପାଇଁ ପ୍ରାଣବଳି ଦେଇଥିଲେ । ମୋଦୀ ଦେଶରେ ଇ.ଡ଼ି., ସି.ବି.ଆଇ. ଭୟ ଏବଂ ଧମକ ଦେଖାଉଥିବାବେଳେ ଆମେ ପ୍ରେମ ଓ ସହଯୋଗ ସରକାରରେ ବିଶ୍ୱାସ କରୁ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଯଦି ମୋଦୀ କ୍ଷମତାକୁ ଆସନ୍ତି ତେବେ ଏହା ଦେଶର ଶେଷ ନର୍ବାଚନ ହେବ । ଦେଶରେ ଏକଛତ୍ରବାଦ ଶାସନ ଚାଲିବ । ବର୍ତମାନ ସଂସଦରୁ ସାଂସଦମାନଙ୍କୁ ବହିଷ୍କାର କରି ଆଇନ ପାସ୍ କରାଇ ନିଆଯାଉଛି । ଯଦି ଏମିତି ଚାଲେ ତେବେ ଦେଶରେ କିପରି ଗଣତନ୍ତ୍ର ବଂଚି ରହିବ ବୋଲି ଶ୍ରୀ ଖର୍ଗେ ପ୍ରଶ୍ନ କରିଛନ୍ତି । ସ୍ୱାଧୀନତା ପୂର୍ବରୁ ଯେତେବେଳେ ଦେଶରେ ଔପନିବେଶବାଦ ଶାସନ ଅଧିନରେ ଥିଲା ସେତେବେଳ ଲୋକମାନେ ଦାସତ୍ୱ ବନ୍ଧନରେ ରହିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ଯୁବବର୍ଗଙ୍କ ପାଇଁ ଶିକ୍ଷା ଓ ସମ୍ମାନଜନକ ରୋଜଗାର ଅପହଂଚ ହୋଇ ରହିଥିଲା । ବର୍ତମାନ ସରକାରରେ ମଧ୍ୟ ସମାନସ୍ଥିତି ଦେଖିବାକୁ ମିଳୁଛି । ପଛୁଆ ବର୍ଗର ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରୀ ଦିବା ସ୍ୱପ୍ନ ହୋଇ ରହିଛି । ଏବେ ଯେଉଁ ମୋଦୀ ଗ୍ୟାରେଂଟିର କଥା କୁହାଯାଉଛି ତାହା ଏକ ଭେଳିକି । ଅତୀତରେ କଂଗ୍ରେସ ସରକାର ଦ୍ୱାରା ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି, ତା’ର ଶ୍ରେୟ ନେଉଛନ୍ତି ମୋଦୀ ।
ଓଡ଼ିଶାରେ ଆଜି ମଧ୍ୟ ଲୋକମାନେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ବେକାରୀ ସମସ୍ୟା ଉତ୍କଟ ରହିଛି । ଓଡ଼ିଶାର ଯୁବବର୍ଗ ସବୁକ୍ଷେତ୍ରରେ ଯୋଗ୍ୟ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପାଇଁ ବାହାର ରାଜ୍ୟରୁ ଲୋକଙ୍କୁ ଆଣି ଏଠାରେ ନିଯୁକ୍ତ କରୁଛନ୍ତି ବୋଲି ଶ୍ରୀ ଖର୍ଗେ ପ୍ରଶ୍ନ କରୁଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଓଡ଼ିଶାରେ ଅନେକ ଯୋଗ୍ୟ ବ୍ୟକ୍ତି ଥିବାବେଳେ ରାଜ୍ୟ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ କାହିଁକି ଜଣେ ବାହାର ଲୋକଙ୍କୁ ଆଣି ଶାସନ ଚଳାଉଛନ୍ତି । ଯେଉଁମାନେ ଡରୁଆ ସେମାନେ କଦାପି ଦେଶକୁ ବିକାଶ ଆଡ଼କୁ ନେଇପାରିବେ ନାହିଁ । ଇ.ଡ଼ି., ସିବିଆଇ ଭୟରେ ବିଜେପି ସହ ହାତ ମିଳାଉଥିବା ଦଳକୁ “ଡର୍ପୋକ” ବୋଲି ଆକ୍ଷେପ କରିଛନ୍ତି ଶ୍ରୀ ଖର୍ଗେ । ଆମେ ପୁନଃର୍ବାର ଶକ୍ତିଶାଳୀ ହେବୁ ଏବଂ ବିଜେଡ଼ି ଓ ବିଜେପିକୁ ପରାଜିତ କରିବୁ ବୋଲି ଶ୍ରୀ ଖର୍ଗେ କହିଛନ୍ତି ।
ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଲେ ଯେ ରାଜ୍ୟରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ନବଦାସ ହତ୍ୟାକାଣ୍ଡକୁ ଆଜି ଏକବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ରାଜ୍ୟବାସୀ ଜାଣିପାରିଲେ ନାହିଁ ହତ୍ୟାକାରୀ କିଏ? ତେଣୁ ରାଜ୍ୟର ସାଧାରଣ ଜନତା ସୁରକ୍ଷିତ କି ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶାର ନର୍ମାଣରେ କଂଗ୍ରେସର ଭୂମିକାକୁ ଶ୍ରେୟ ଦେଇଥିଲେ ଡ. ଅଜୟ କୁମାର । ଏହା ହେଉଛି ନବିନ ଓ ପାଣ୍ଡିଆନ ରାଜୁତି l ଆମେ କିଛିଦିନ ତଳେ ବିଜେଡି ଓ ବିଜେପି ବାହାଘର କରିଥିଲୁ କାରଣ ୨୩ ବର୍ଷ ହେଲା ଏକାଠି ରହି ଆସୁଥିଲେ ତେଣୁ ବାହାଘର କରାଇ ବିଧିବଦ୍ଧ ଭାବେ ଏକାଠି କରିଲୁ l ଓଡ଼ିଶାର ସମସ୍ତ ଯୋଜନା କଂଗ୍ରେସ ଅମଳରେ ଆରମ୍ଭ ହୋଇଛି l ହୀରାକୁଦ ଡ୍ୟାମ ଠୁଁ ଆରମ୍ଭ କରି ନାଲକୋ, ତାଳଚେର ବିଦ୍ୟୁତ,ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସବୁ କଂଗ୍ରେସ କରିଛି।ମନରେଗା,ବନ ଅଧିକାର ଆଇନ ଇତ୍ୟାଦି,ଖାଦ୍ୟ ସୁରକ୍ଷା ଆଇନ ଇତ୍ୟାଦି ବହୁ କଂଗ୍ରେସ କରିଛି।ଶ୍ରୀଯୁକ୍ତ ଖଡଗେ ଜି ଜଣେ ବ୍ଲକ ସଭାପତି ଆଜି ଏଆଇସିସି ଅଧ୍ୟକ୍ଷ ହୋଇ ପାରିଛନ୍ତି।।ଯେତେବି ଆଦିବାସୀ ଲୋକ ଅଛନ୍ତି ସମସ୍ତକ ପାଇଁ କାର୍ଯ୍ୟ କରାଯାଇଛି l ୯୯ ପ୍ରତିଶତ ଲୋକମାନଙ୍କ ପାଇଁ ଆମ ଦଳ କାର୍ଯ୍ୟ କରୁଛି lକଂଗ୍ରେସ ପାଇଁ ସବୁ ଧର୍ମ ଓ ବର୍ଗ ସମାନ ଏବଂ ସବୁ ଧର୍ମ ଓ ବର୍ଗ ପାଇଁ ଚିନ୍ତା କରେ। ୨୪ ବର୍ଷ ହେଲା ନବିନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି l ସମସ୍ତ ପ୍ରୋଜେକ୍ଟ ଅଣଓଡ଼ିଆ ମାନଙ୍କୁ ପ୍ରଦାନ କରାଯାଇଛି l ପୂର୍ତ୍ତ ବିଭାଗ ର ୩୦ ହଜାର କୋଟି ର କାମ ଓଡିଶାର ବାହାର ଲୋକ କରୁଛନ୍ତି।କୌଣସି ଓଡ଼ିଆ କଣ୍ଟ୍ରାଟର କୁ ରାଜ୍ୟରେ କାମ ମିଳୁନି।୩୦ ଲକ୍ଷ ମହିଳା,ଯୁବ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଭରଣପୋଷଣ ପାଈଁ l ୨ ଲକ୍ଷ ପଦବୀ ଖାଲି ପଡ଼ିଛି l ଇଡି,ସିବିଆଇ ତଦନ୍ତ ଓଡ଼ିଶାରେ ନାହିଁ, ନବଦାସ ମୃତ୍ୟୁ ର ତଦନ୍ତ ନାହିଁ lଇଡି-ସିବିଆଇ ଓ ବିଜେଡି ସମ୍ପର୍କ ଭାଇ ଭଉଣୀର,ରାଖୀ ବାନ୍ଧୁଛନ୍ତି। ଖୁବଶୀଘ୍ର ବିଜେଡି କୁ ହଟାଯିବ l ପଣ୍ଡିଆନଙ୍କ ଓଲଟା ଗଣନା ଆରମ୍ଭ ହୋଇ ସାରିଛି lତେଣୁ ପାଣ୍ଡିଆନ ଯାଉଛି କଂଗ୍ରେସ ଆସୁଛି।ଏହି ଅବସରରେ ଓଡିଶା ପ୍ରଭାରୀ ଶ୍ରୀଯୁକ୍ତ କୁମାର ଜି ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ଓ କର୍ମୀଙ୍କୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ର ଜଣେ ଜଣେ ଯାତ୍ରାର ଯୋଦ୍ଧା ହେବା ପାଇଁ ନିଜ ମୋବାଇଲ ନମ୍ବରରୁ ୯୮୯୧୮୦୨୦୨୪ ନମ୍ବର ମାରି ମିସକଲ କରିବା ପାଇଁ ଆହ୍ୱାନ ଦେଇଥିଲେ।
ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ ଜନବିରୋଧୀ ଉଭୟ ରାଜ୍ୟ ରେ ଶାସନ କରୁଥିବା ବିଜେଡି ସରକାର ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରକୁ ୨୦୨୪ ରେ ବରଖାସ୍ତ କରିବାକୁ ପଡିବ।ଏଆଇସିସି ଅଧକ୍ଷ ବହୁତ ପରିଶ୍ରମ ବଳରେ ପଦବୀ ରେ ଅବସ୍ଥାପିତ ହୋଇଛନ୍ତି l ସେ ଜଣେ ଦକ୍ଷ ରାଣନେତା lଲକ୍ଷ କଂଗ୍ରେସ କର୍ମୀ ବର୍ଷ ବର୍ଷ ଧରି ଦୀର୍ଘଦିନ ଧରି ଏଭଳି ସମୟରେ କଂଗ୍ରେସ ଦଳ ସହିତ ପାହାଡ଼ ଭଳି ଠିଆ ହୋଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେବା ସହ ୨୦୨୪ ନିର୍ବାଚନ ରେ ବିଜେପି ଓ ବିଜେଡି ସହ ଲଢେଇ କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ୨୩ ବର୍ଷର ବିଜେଡି ସରକାରରେ ଅନେକ ଦୁର୍ନୀତି ରହିଛି lଚାଷୀ ବିରୋଧୀ,ମହିଳା ବିରୋଧୀ,ଜନମାରଣ ନୀତି ବିରୋଧୀ ବିଜେଡି ସରକାର ଜମି,ଖଣି,ଚିଟଫଣ୍ଡ ସହ ବହୁ ଦୁର୍ନୀତି ରେ ବୁଡି ରହିଛନ୍ତି।ରାଜ୍ୟରେ ତାମିଲ ରାଜ ଚଳିବ ନାହିଁ ପାଣ୍ଡିଆନ ରାଜ ଚଳିବ ନାହିଁ l।ଜନସାଧାରଣଙ୍କ ଆଶୀର୍ବାଦରୁ ୯ ରୁ ୯୦ ମିଶନ ସଫଳ ହେବ ଏବଂ ୨୦୨୪ ରାଜ୍ୟରେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ଭୁବନେଶ୍ୱର ବିମାନ ବନ୍ଦରରେ ଶ୍ରୀଯୁକ୍ତ ଖର୍ଗେ ପହଂଚିବା ପରେ ଉଛସିତ ସ୍ୱାଗତ କରାଯିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ,ଯୁବ କଂଗ୍ରେସ ସଭାପତି ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଓ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାଶୀର ନୱାଜ ପ୍ରମୁଖଙ୍କ ତତ୍ବାବଧାନରେ ତାଙ୍କୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ଅଣାଯାଇଥିଲା । ରାଜ୍ୟ କଂଗ୍ରେସର ନେତା ଓ କର୍ମୀମାନେ ତାଙ୍କୁ ସଭା ସ୍ଥଳରେ ଉଚ୍ଛତ୍ସିତ ସମ୍ବର୍ଦ୍ଧନା ଦେଇଥିଲେ ।ଅନୁରୂପ ଭାବେ ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା ଓ ଅନ୍ୟ ମହିଳା କଂଗ୍ରେସ ନେତ୍ରୀମାନେ ଶ୍ରୀଯୁକ୍ତ ଖର୍ଗେଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶ୍ରୀଯୁକ୍ତ ଖଡଗେ ଜୀଙ୍କ ଆଜିର ଏହି ସମାବେଶରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାଶ, ପ୍ରଚାର କମିଟିର ଅଧ୍ୟକ୍ଷ-ବିଜୟ ପଟ୍ଟନାୟକ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ,ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା,ପଞ୍ଚାନନ କାନୁନଗୋ,ବିଜୟଲଷ୍ମୀ ସାହୁ, ଶୁସିଳା ତିରିଆ, ସହ ପ୍ରଭାରୀ - ସାହାନୱାଜ ଚୌଧୁରୀ, ଖ୍ରୀଷ୍ଟଫର ତିଲ୍ଲକ,ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ସାଂସଦ ସପ୍ତଗୀରି ଉଲ୍ଲାକା,ବିଧାୟକ ସନ୍ତୋଷ ସିଂ ସାଲୁଜା,ସୁରେଶ କୁମାର ରାଉତରାୟ,ତାରା ପ୍ରସାଦ ବାହିନୀପତି,ମହମ୍ମଦ ମୁକିମ,ରମେଶ ଜେନା,ଅଧିରାଜ ମୋହନ ପାଣିଗ୍ରାହୀ,ସି ଏସ ରାଜନ ଏକ୍କା,ଦାଶରଥି ଗମାଙ୍ଗ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଯୁଧିଷ୍ଠିର ଜେନା,ଚିନ୍ମୟ ବେଉରିଆ,ଅଂଶୁମାନ ମହାନ୍ତି,ନବଜ୍ୟୋତି ପଟ୍ଟନାୟକ,ଶିବାନନ୍ଦ ରାୟ,ସୁବ୍ରତ ମହାପାତ୍ର,ମୁଖପାତ୍ର ରଜନୀ ମହାନ୍ତି,ପଦ୍ମାକର ଗୁରୁ,ପ୍ରଶାନ୍ତ ଶତପଥୀ,ମନୋରଞ୍ଜନ ଦାଶ,ରଶ୍ମି ମହାପାତ୍ର,ବିଭୁତି ମିଶ୍ର,ନିଷିକାନ୍ତ ମିଶ୍ର,ସଶ୍ମିତା ବେହେରା,ଜୟଶ୍ରୀ ମହାନ୍ତି,ଶ୍ରୀୟାସ୍ମିତା ପଣ୍ଡା,ମନଶା ତ୍ରିପାଠୀ,ସଂଜୀବ ଗିରି, ମିଡ଼ିଆ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଉଭୟ ବିଜେଡି ଓ ବିଜେପି ସରକାର ଜନବିରୋଧୀ ବୋଲି ପ୍ରକାଶ କରିଥିଲେ। ପରିଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ଏବଂ ସେବାଦଳ, ବରିଷ୍ଠ ନେତୃମଣ୍ଡଳୀ କର୍ମୀ ଙ୍କ ସମେତ ଲକ୍ଷାଧିକ ଲୋକ ଯୋଗଦେଇଥିଲେ।
Deepak Kumar Mohapatra,Bhubaneswar