Breaking News
12-Feb-2024
ଭୁବନେଶ୍ୱର ତା ୧୨.୨.୨୪ ରିଖ (ଭାରତ ପ୍ରସାରଣ)- ମଣିପୁର ଇମ୍ଫାଲ ରୁ ଗତ ମାସରେ ଜନମାନସ ର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ବ ହୋଇଛି।
ଏହି ପରିପେକ୍ଷିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଗତ ୬ ତାରିଖ ରୁ ୩ ଦିନ ଓଡ଼ିଶାର ସୁନ୍ଦରଗଡ଼,ରାଉରକେଲା ଏବଂ ଝାରସୁଗୁଡା ଜିଲ୍ଲା ବିଭିନ୍ନ ଅଞ୍ଚଳ ଦେଇ ଓଡିଶାରୁ ଛତିଶଗଡ଼ ରେ ପହଁଚିଛି।
ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ,ଓଡିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ସମସ୍ତ ବରିଷ୍ଠ ନେତା ଓ ହଜାର ହଜାର କର୍ମୀ ଭାରତ ଜୋଡ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିଲେ।
ଓଡିଶା ଗସ୍ତରେ ଥିବା ବେଳେ ସୁନ୍ଦରଗଡ଼ରେ ରାହୁଲ ଗାନ୍ଧୀ ସାଇ ସ୍ପେଶାଲ ଏରିଆ ଗେମ୍ସ କେନ୍ଦ୍ରରେ (SAG) ରେ ତାଲିମ ନେଉଥିବା ହକି ଖେଳାଳିଙ୍କୁ ଭେଟିଥିଲେ।
ତାଙ୍କ ସହ ଆଲୋଚନା କରିବା ପରେ ବହୁବିଧ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।ଉକ୍ତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ଏବଂ ସୁନ୍ଦରଗଡର ସାଇ ସ୍ପେଶାଲ ଏରିଆ ଗେମ୍ସ (SAG) କେନ୍ଦ୍ର କଥା ଥରେ ଚିନ୍ତା କରିବା ବା ଦୃଷ୍ଟି ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି |
● ସୁନ୍ଦରଗଡ଼ ଜିଲ୍ଲାର ଉଦିୟମାନ ହକି ଖେଳାଳିଙ୍କ ସମସ୍ୟା ସମାଧାନ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଚିଠି ଲେଖିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କୁ
ଶ୍ରୀ ରାହୁଲ ଗାନ୍ଧୀ କହିଛନ୍ତି ପ୍ରତିକୂଳ ପରିସ୍ଥିତିରେ ସୁନ୍ଦରଗଡ଼ ହକି ଖେଳାଳୀ ଙ୍କ ହକି ଖେଳ ପ୍ରତି ଆଗ୍ରହ ଏବଂ ଭାରତ ପାଇଁ ଖେଳିବାର ଉତ୍ସାହ ଉଦ୍ଧିପନା ମୋତେ ବହୁ ପ୍ରଭାବିତ କରିଛି।
ସୁନ୍ଦରଗଡ ହକି ପାଇଁ ଏକ ପ୍ରମୁଖ ହବ୍ | ଓଡିଶାର ଖେଳାଳିମାନେ ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଓଡିଶାରେ ହକି ଭିତ୍ତିଭୂମି ବଢ଼ାଇବା ସହ କ୍ରୀଡା ପ୍ରତିଭା ଚିହ୍ନଟ ଏବଂ ଉତ୍ତମ ତାଲିମ ପାଇଁ ସାଇ ସ୍ପେଶାଲ ଏରିଆ ଗେମ୍ସ (SAG) କେନ୍ଦ୍ରରେ ଆଷ୍ଟ୍ରୋ ଟର୍ଫକୁ ବଦଳାଇବା ଏବଂ ରିଲେ କରିବାର ଆବଶ୍ୟକତା ରହିଛି।
ତେଣୁ ରାହୁଲ ଗାନ୍ଧୀ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁନ୍ଦରଗଡ଼ର ସାଇ ସ୍ପେଶାଲ ଏରିଆ ଗେମ୍ସ କେନ୍ଦ୍ରରେ ଆଷ୍ଟ୍ରୋ ଟର୍ଫକୁ ବଦଳାଇବା ଏବଂ ପୁନ ରିଲେ କରିବାକୁ କରିବା ପାଇଁ।
ଏଠାରେ ସୂଚାଇ ଦେଉଛୁ କି ସୁନ୍ଦରଗଡ଼ର ବହୁ ହକି ଖେଳାଳୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରି ଭାରତ ତଥା ଓଡ଼ିଶାର ଟେକ ରଖିଛନ୍ତି।ଭାରତର ପୂର୍ବତନ ଅଧିନାୟକ ତଥା ଦେଶ ପାଇଁ ସୁନାମ ଆଣିଦେଇଥିବା ହକି ତାରକା ପ୍ରବୋଧ ତିର୍କୀ କିଛି ଦିନ ତକେ କଂଗ୍ରେସ ଦକରେ ଯୋଗ ଦେଇଛନ୍ତି।