+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

୧୧ ଟା ମାନଦଣ୍ଡକୁ ନେଇ ଉପଯୁକ୍ତ ପାର୍ଥି ଚୟନ କରିବ କଂଗ୍ରେସ

11-Feb-2024



ଭୁବନେଶ୍ୱର-ତା ୧୧.୨.୨୪ ରିଖ(ଭାରତ ପ୍ରସାରଣ):-କଂଗ୍ରେସ ଟିକେଟ୍ ଦେବାପାଇଁ ଓ ନେବାପାଇଁ  କସରତ ଆରମ୍ଭ ହୋଇଯାଇଛି। ରାଜ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼ ଜମୁଛି। ଅନଲାଇନରେ ଆବେଦନ କରିବାର ଆଜି  ଶେଷ ତାରିଖ।ଗତ କାଲି ପର୍ଯ୍ୟନ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୫୦୦ ରୁ ଅଧିକ  ଏବଂ ୨୧ ସଂସଦୀୟ କ୍ଷେତ୍ରର ଲୋକସଭା ପାର୍ଥି ପାଇଁ ୫୦୦ ରୁ ଅଧିକ ଆଶାୟୀ ପାର୍ଥି  କଂଗ୍ରେସ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି ।
   ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନ ସମେତ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ରହୁଥିବା ରାଜ୍ୟ ଅତିଥି ଭବନରେ  ଭିଡ଼ ଜମାଉଛନ୍ତି। ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । 

● ୧୪୭ ବିଧାନସଭା ଟିକେଟ ପାଇଁ ୨୫୦୦ ରୁ ଅଧିକ ଏବଂ ୨୧ ସାଂସଦ  ସାଂସଦ ଟିକେଟ ପାଇଁ ୫୦୦ ରୁ ଅଧିକ ଆବେଦନ କରିଛନ୍ତି ଆଶାୟୀ ପାର୍ଥି ।

● ଆଜି ଅନଲାଇନ ଆବେଦନ କରିବାର ଶେଷ ତାରିଖ

କିନ୍ତୁ ବିଧାୟକ ଓ ସାଂସଦ ଟିକେଟ ଆଶାୟୀ କଂଗ୍ରେସ ଆବେଦନ କାରୀଙ୍କ ପାଇଁ ସର୍ବନିମ୍ନ ୧୧ ଟି ମାନଦଣ୍ଡ ରଖାଯାଇଛି। ଉକ୍ତ ମାନଦଣ୍ଡକୁ ପରବର୍ତ୍ତୀ ୭ ଦିନ ମଧ୍ୟରେ ପାଳନ କରିବା ବାଧ୍ୟତା ମୂଳକ କରାଯାଇଛି।୧୧ ଫେବୃଆରୀ ସୁଦ୍ଧା  www.pragaman.in ଅନଲାଇନ ପୋର୍ଟାଲ ରେ ଆବେଦନ କରିଥିବେ।ଆବେଦନ କାରୀଙ୍କ ସମାଜିକ ଗଣ ମାଧ୍ୟମ ଯଥା ଏକ ଫେସବୁକ ପେଜ ଓ ଟ୍ଵିଟର ଆକାଉଣ୍ଟ  ରହିଥିବ।ଏଆଇସିସି ର ଶ୍ରୀ ଶାୟକ ଦତ୍ତା ଏବଂ ଶ୍ରୀ ଦୀପକ ପୁଭାଲା ଙ୍କୁ ଆବେଦନକାରୀ ତାଙ୍କର ଫେସବୁକ୍ ଏବଂ ଟ୍ୱିଟର ଲଗଇନ୍ ଅଂଶୀଦାର କରିବେ  ଯାହା ଦ୍ୱାରା ନିର୍ବାଚନ  ପର୍ଯ୍ୟନ୍ତ  ସାଧାରଣ ବିଷୟବସ୍ତୁ ପ୍ରତ୍ୟେକ ଆକାଉଣ୍ଟରୁ ପ୍ରଚାର ଓ ପ୍ରସାର କରାଯାଇପାରିବ। ଆବେଦନକାରୀ ନିଜ ନିର୍ବାଚନମଣ୍ଡଳୀର  ପ୍ରତ୍ୟେକ ବ୍ଲକର ହ୍ଵାଟ୍ସଆପ ଗ୍ରୁପ୍ (ପ୍ରତି ବ୍ଲକ୍ ଗ୍ରୁପ୍ ରେ ୫୦୦ ସଦସ୍ୟ) କରିବା ଆବଶ୍ୟକ ଏବଂ ଉକ୍ତ ସମସ୍ତ ବ୍ଲକ୍ର ଗ୍ରୁପରେ ନିମ୍ନଲିଖିତ ବ୍ୟକ୍ତି ଶ୍ରୀ ଶାୟକ ଦତ୍ତା ଏବଂ ଶ୍ରୀ ଦୀପକ ପୁଭାଲାଙ୍କ ନମ୍ବରକୁ ଅନ୍ତର୍ଭୂକ୍ତ କରିବା ଆବଶ୍ୟକ।ପାର୍ଥି ହ୍ଵାଟ୍ସଆପ ଗ୍ରୁପ ପ୍ରୋଫାଇଲର ନାମଟି ନିଜ ନାମ ସହ ବିଧାନସଭା ନାମ ଓ ବିଧାନସଭା ନମ୍ବର ରେ ନାମିତ କରିବେ। ଉଦାହରଣ ସ୍ୱରୂପ ତାରାପ୍ରସାଦ ବାହିନୀପତି-ଜୟପୁର-୧୪୩
 (Taraprasad Bahinipati Jeypore 143 )।ସେହିପରି କାର୍ଯ୍ୟକଳାପ କିମ୍ବା ଘଟଣା ସମ୍ପର୍କରେ କିଛି ନିୟମାବଳୀ ରଖାଯାଇଛି।ଆବେଦନକାରୀ ସେମାନଙ୍କ ବିଧାନସଭାରେ ଏକ ଯୁଦ୍ଧ କୋଠରୀ(War Room) ସ୍ଥାପନ କରିବା ସହ ଏବଂ ଏକ ଇନଚାର୍ଜ ନିଯୁକ୍ତ କରିବେ ଏବଂ ସବିଶେଷ ତଥ୍ୟ ଶ୍ରୀ ଶାୟକ ଦତ୍ତା ଏବଂ ଶ୍ରୀ ଦୀପକ ପୁଭାଲାଙ୍କୁ ଦେବେ | ଉକ୍ତ ଯୁଦ୍ଧ ପ୍ରକୋଷ୍ଠରେ ୩ ଟି ଟେଲି କଲର୍,୧ ପ୍ରଶିକ୍ଷକ,୧ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲର୍ ରଖିବେ |ସେହିପରି  ବିଜେପି-ବିଜେଡି ବିବାହ କାର୍ଯ୍ୟକ୍ରମ ଆବେଦନକାରୀଙ୍କ ବିଧାନସଭା କ୍ଷେତ୍ରରେ ବା ତାଙ୍କ ବିଧାନସଭା ମୁଖ୍ୟ କ୍ୱାର୍ଟରରେ ଆୟୋଜିତ କରିବେ ଏବଂ ସେହି ଭିଡିଓକୁ  ଶ୍ରୀ ଶାୟକ ଦତ୍ତା ଏବଂ ଶ୍ରୀ ଦୀପକ ପୁଭାଲାଙ୍କୁ ଦାଖଲ କରିବେ। ପ୍ରତ୍ୟେକ ବ୍ଲକରେ ୧ (ଗୋଟିଏ) ରାଉଣ୍ଡବ୍ୟାଟ୍ (ଗୋଲଚକ୍କର) କରି ଏବଂ ଜିଓ ଟ୍ୟାଗିଂ ସହିତ କଂଗ୍ରେସ ପତାକା ଲଗାଇବେ। ସମସ୍ତ ସାଂସଦ ଓ ବିଧାୟକ ସେମାନଙ୍କ ନିଜ ନିଜ ନିର୍ବାଚନ ମଣ୍ଡଳୀରେ   ୧୦ ଫୁଟ- ୨୦ ଫୁଟ ଆକାରର ଜିଓ ଟ୍ୟାଗିଂ ସହିତ ସର୍ବନିମ୍ନ ୧୦ ଟି ହୋର୍ଡିଂ ଲଗାଇବେ ।ଆବେଦନକାରୀ ନିଶ୍ଚିତ ଭାବରେ ସେମାନଙ୍କ ବିଧାନସଭାରେ ଅତି କମରେ ୧୦୦ ବୁଥରେ ପ୍ରତି ବୁଥରେ ୨ ଜଣଙ୍କୁ ବ୍ଲକ ସ୍ତରୀୟ ଏଜେଣ୍ଟ(BLA) ଏବଂ ଜଣଙ୍କୁ ପୋଲିଂ ଏଜେଣ୍ଟ ନ୍ୟସ୍ତ କରିବେ ଏବଂ ସେମାନଙ୍କ ନାମ, ଫୋନ୍ ନମ୍ବର, ବୁଥ୍ ନମ୍ବର ଏବଂ ଭୋଟ ପରିଚୟ ପତ୍ର (ID) ନମ୍ବର ସହିତ ତାଲିକା ଦାଖଲ କରିବେ।ସମସ୍ତ ତଥ୍ୟ ପ୍ରଗମନ ଆପ ଏବଂ 
 ଶ୍ରୀ ଶାୟକ ଦତ୍ତା ଏବଂ ଶ୍ରୀ ଦୀପକ ପୁଭାଲାଙ୍କୁ MS Excel ଫାଇଲ୍ ରେ ଦେବେ। ଉକ୍ତ ଆବେଦନ ପତ୍ରରେ ସମସ୍ତ ତଥ୍ୟ ଦେବା ପାଇଁ ଶ୍ରୀ ଶାୟକ ଦତ୍ତା ଓ ଶ୍ରୀ ଦୀପକ ପୁଭାଲା ନମ୍ବର ଜାରି କରାଯାଇଛି। ସମସ୍ତ କାର୍ଯ୍ୟକୁ ସାତଦିନ ମଧ୍ୟରେ ଅର୍ଥାତ ୧୭  ଫେବୃଆରୀ ୨୦୨୪ ସୁଦ୍ଧା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।|୧୮ ଫେବୃଆରୀ ୨୦୨୪ ରୁ ସମୀକ୍ଷା କରାଯାଇ ଉପଯୁକ୍ତ ପାର୍ଥି ଚୟନ କରି କଂଗ୍ରେସ ଟିକେଟ ବାଣ୍ଟିବ।
   ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ ବିଚାର ବିମର୍ଷ କରାଯିବ ।ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ଜଣାପଡ଼ିଛି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟନରେ ଅର୍ଥ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଚଳିତଥର କଂଗ୍ରେସର ଟିକେଟ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ଅନଲାଇନରେ ଟିକେଟ ଆବେଦନ ବ୍ୟବସ୍ଥା କରାଯାଇଥିଲା । ଯାହାକୁ ଦଳୀୟ କର୍ମୀ ବେଶ ପସନ୍ଦ କରିଥିଲେ । ଟିକେଟ ପାଇଁ କାହା ପାଖରେ ଲବି କରିବା ପରିବର୍ତ୍ତେ କିମ୍ବା ଦିଲ୍ଲୀ ଦୌଡ଼ିବା ପରିବର୍ତ୍ତେ ସିଧାସଳଖ ଟିକେଟ ପାଇଁ ଆବେଦନ କରିବାର ସୁଯୋଗ ମିଳିଥିବାରୁ ଅଧିକରୁ ଅଧିକ କଂଗ୍ରେସ କର୍ମୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଏହାଦ୍ୱାରା କଂଗ୍ରେସ ଟିକେଟ ପାଇଁ କେତେ ଜଣ ଇଚ୍ଛୁକ ଏବଂ ଯୁବବର୍ଗଙ୍କ ମଧ୍ୟରେ କଂଗ୍ରେସକୁ ନେଇ କଣ ମନୋଭାବ ରହିଛି ତାହା ସ୍ପଷ୍ଟ ସଂକେତ ମଧ୍ୟ ମିଳୁଛି ।
  ଏଠାରେ ସୂଚାଇ ଦେଉଛୁ କି ଗତ ୨୦୧୯ ନିର୍ବାଚନରେ କିଛି ପାର୍ଥି କଂଗ୍ରେସ ଟିକେଟ ପାଇଥିଲେ ବି ପରବର୍ତ୍ତୀ ସମୟରେ ଟିକେଟ ଫେରେଇଥିଲେ।
   ଦେଖାଯାଉ ଉପରୁକ୍ତ ମାନଦଣ୍ଡ  ରେ କେତେ ପ୍ରତିଶତ ଆଶାୟୀ ପାସ କରୁଛନ୍ତି ଏବଂ କାହା ନାମରେ କଂଗ୍ରେସ ଟିକେଟର ମୋହର ଲାଗୁଛି।

ସ୍ୱତନ୍ତ୍ର ପ୍ରତିନିଧି





Advertisment

You Might Also Like