+91-7008748499 / 9438844229

dkm3773@gmail.com / bpindialive@gmail.com

Thursday 10th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କଂଗ୍ରେସର ହାତ ଧରିଲେ ଅଭିନେତା ମନୋଜ ମିଶ୍ର

10-Feb-2024



ଭୁବନେଶ୍ୱର-ତା ୧୦.୨.୨୪ ରିଖ(ଭାରତ ପ୍ରସାରଣ ନିଉଜ):-ରାଜ୍ୟରେ ଆଉ କିଛିଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ପ୍ରମୁଖ ତିନି ଦଳରୁ ଏବେ କିଛି ନେତା ଦଳ ଛାଡିବା ଓ ମିଶିବା ଲାଗିରହିଛି।ତିନି ପ୍ରମୁଖ ଦଳ ବିଜେଡି ,ବିଜେପି ଓ କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଫୋକସ କରୁଛି।

  ଏହି ପରିପେକ୍ଷିରେ ଚଳଚିତ୍ର ଜଗତର ଚର୍ଚ୍ଚିତ ତଥା ପଶ୍ଚିମ ଓଡିଶାର ଅଭିନେତା ମନୋଜ ମିଶ୍ର ନୂଆକରି ରାଜନୀତିରେ ପାଦ ଥାପିଛନ୍ତି। କଂଗ୍ରେସ ଦଳ ଶ୍ରେୟ ମନେ କରି ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ଶ୍ରୀଯୁକ୍ତ ମିଶ୍ର।
  ରାଜ୍ୟ ଅତିଥି ଭବନ ରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଏଆଇସିସି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ,ପିସିସି ସଭାପତି ଶରତ ପଟ୍ଟନାୟକ  ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ପୁଷ୍ପଗୁଛ ଓ ଉତରିୟ ଦେଇ ମନୋଜ ମିଶଙ୍କୁ କଂଗ୍ରେସ ଦଳରେ ସାମିଲ କରିଛନ୍ତି।
   କଂଗ୍ରେସରେ ଯୋଗଦାନ ପରେ ମନୋଜ ମିଶ୍ର କହିଛନ୍ତି କି କଂଗ୍ରେସ ର ନୀତି,ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୁଁ  କଂଗ୍ରେସ ଦଳରେ ଯୋଗଦାନ କରିଛି।ମୁଁ ଲୋକଙ୍କ ସେବା କରିବାକୁ ଆସିଛି, ନେତା ହେବାକୁ ନୁହେଁ । ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସାଧାରଣ ଜନତାଙ୍କ ବହୁବିଧ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ନ ଦେଇ କ୍ରମାଗତ ଭାବେ ଅବହେଳା କରି ଚାଲିଛନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇ ସମସ୍ୟାର ସମାଧାନ କରିବା ପାଇଁ ମୁଁ ଆଜି କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ପ୍ରଥମେ ମୁହଁ ଖୋଲିଲି ବୋଲି  ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ହୋଇଛି । ନିର୍ବାଚନ ଲଢିବି କି ନାହିଁ ଦଳ ନିଷ୍ପତ୍ତି ନେବ ।
  ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଲିଉଡକୁ ନେଇ ଦେଖାଦେଇଥିବା ବିବାଦରେ ମନୋଜ ମିଶ୍ରଙ୍କ ସମର୍ଥନରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ବାହାରିଥିଲେ।





Advertisment

You Might Also Like