+91-7008748499 / 9438844229

dkm3773@gmail.com / bpindialive@gmail.com

Thursday 10th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ରାଜ୍ୟସଭା ପାଇଁ ପ୍ରମୁଖ ଦଳର ଅଙ୍କକଷା

10-Feb-2024



ଭୁବନେଶ୍ୱର-ତା ୧୦.୨.୨୪ ରିଖ(ଭାରତ ପ୍ରସାରଣ) ରାଜ୍ୟସଭା ନିର୍ବାଚନ ପାଇଁ  ବିଜ୍ଞପ୍ତି ପ୍ରକାଶ  ପାଇସାରିଛି।  ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ।ସେଥି ନେଇ ରାଜ୍ୟ ରାଜନୀତି ଆଲୋଚନା ଏବଂ ପର୍ଯ୍ୟାଲୋଚନା  ଆରମ୍ଭ ହୋଇଗଲାଣି।ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଅଙ୍କକଷା ଆରମ୍ଭ କରିଦେଇଛନ୍ତି।
    ରାଜ୍ୟର ୧୪୭ ବିଧାନସଭା ଆସନରୁ ବର୍ତ୍ତମାନ ୧୪୬ ବିଧାୟକ ଅଛନ୍ତି।ନିକଟ ଅତୀତରେ ଗତ ବର୍ଷ ସେପ୍ଟେମ୍ବର ୨ ରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି।ସେଠାରେ ନିର୍ବାଚନ ହୋଇ ନଥିବାରୁ ଗୋଟେ ବିଧାନସଭା ଆସନ ଖାଲି ପଡ଼ିଛି।
    ଦୁଇ ରାଜ୍ୟସଭା ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ରହିଛି ଏବଂ ଅନାୟାସରେ ଦୁଇଟି ସିଟ୍ ଅକ୍ତିଆର କରିବ କିନ୍ତୁ ତୃତୀୟ  ଆସନ ପାଇଁ ଆଉ ପାଖାପାଖି ୯ ଟି ଭୋଟ ଦରକାର ପଡୁଛି ବିଜେଡିକୁ।ସେଥି ନେଇ ବିଜେଡି ତାର ରଣନୀତି ପ୍ରସ୍ତୁତ କରୁଛି।ପ୍ରତି ସଦସ୍ୟଙ୍କ ଜିତିବା ପାଇଁ ଜଣକା ପାଖାପାଖି ୩୯ ବିଧାୟକଙ୍କ ଭୋଟ ଦରକାର ପଡୁଛି।୨୦୧୯ ବିଧାନସଭା ନିର୍ବାଚନ ପରେ ବିଜେଡି ୪ ଜଣ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି।ବେଗୁନିଆ ବିଧାୟକ ସନ୍ତୋଷ ଜଗଦେବ,ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଙ୍କୁ ବିଶୃଙ୍ଖଳିତ ଆଚରଣ ସହ ଦଳ ବିରୋଧୀ କାର୍ଯ୍ୟ ନେଇ ବିଜେଡି ଦଳ ବହିଷ୍କାର କରିଛି।ସେହିପରି ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି  ପାଖରେ ବର୍ତ୍ତମାନ ଜଣେ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ସହ ମୋଟ ୧୧୦ ବିଧାୟକ  ରହିଛନ୍ତି। ବିଜେଡି ତିନୋଟି ଆସନ ହାତେଇବା ପାଇଁ ଯଦି ଦଳରୁ ବିଦା କରିଥିବା ୪ ବିଧାୟକଙ୍କୁ ଫେରେଇ ଆଣେ ତେବେ ଆଉ ତିନିଜଣ ବିଧାୟକଙ୍କ  ଭୋଟ ହାତେଇବାକୁ ପଡ଼ିବ।ବର୍ତ୍ତମାନ ସିପିଆଇଏମ ଇଣ୍ଡିଆ ଭୁକ୍ତ ମେଣ୍ଟରେ ଥିବାରୁ ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଭୋଟ ପାଇପାରିବ ନାହିଁ ବିଜେଡି।
   କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସମର୍ଥନ ଦେବାପରି ଏଥର ମଧ୍ୟ ଗୋଟିଏ ଆସନ ରେ ବିଜେଡି ବିଜେପି କୁ ଛାଡ଼ିଦେଇପାରେ।ନଚେତ   ଗୋଟିଏ ପାର୍ଥି ଙ୍କୁ ସ୍ଵାଧୀନ ଭାବେ ଘୋଷଣା କରି ଶାହାଯ୍ୟ ଲୋଡିବ କଂଗ୍ରେସର।
   ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଘୋଡ଼ା ବେପାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ନପାରେ।  ଯଦି ବହିଷ୍କାର ୪ ବିଧାୟକଙ୍କୁ ବିଜେଡି ଦଳକୁ ଫେରେଇ ଆଣିବାରେ ବିଫଳ ହୁଏ ତେବେ ବିଜେଡି ବିଜେପିକୁ ସମର୍ଥନ ଦେଇ ପାରେ ନଚେତ ସ୍ଵାଧୀନ ପ୍ରାର୍ଥୀ ଠିଆକରି ସମର୍ଥନ ଲୋଡ଼ିପାରେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମଧ୍ୟ ଗୋଟି ଚଳେଇବାରେ ଧୁରନ୍ଧର।ବିଜେଡି ସମସ୍ତ ୩ଟି ଯାକ ରାଜ୍ୟସଭା ଆସନ ଦଖଲ କରିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି।ସମୟ କହିବ ନବୀନ କିପରି ଗୋଟି ଚଳାଉଛନ୍ତି।
  ସେହିପରି କଂଗ୍ରେସ ବି ତାର ରଣକୌଶଳ ଆରମ୍ଭ କରିଛି ସତ।କିନ୍ତୁ କଂଗ୍ରେସ ଦଳ ପାଖରେ ୯ ବିଧାୟକ ଥିବାବେଳେ ଆବଶ୍ୟକୀୟ ୩୦ଟି ଭୋଟ ର  ସମର୍ଥନ ପାଇବା ପାଇଁ ଜଣେ ସ୍ଵାଧୀନ ପ୍ରାର୍ଥୀ କିମ୍ବା ଦଳୀୟ ପ୍ରାର୍ଥୀଙ୍କୁ କୁ ସିପିଆଇ ସମର୍ଥନ ରେ ଠିଆ କରିପାରେ।ତଥାପି କଂଗ୍ରେସ ତୃତୀୟ ଆସନକୁ ଅକ୍ତିଆର କରିବା ସ୍ଥିତିରେ ନାହିଁ। ଆବଶ୍ୟକୀୟ ଭୋଟ ପାଇଁ ଉଭୟ ବିଜେଡି ଓ ବିଜେପି ଦଳର ଅସନ୍ତୁଷ୍ଟ ବିଧାୟକଙ୍କୁ ଗୋଟାଇବାରେ ସମର୍ଥ ହେବନାହିଁ ବୋଲି ଜଣାପଡୁଛି।
   ଅତୀତରେ  ଆବଶ୍ୟକୀୟ ସମର୍ଥନ ନଥାଇ କଂଗ୍ରେସ ନେତା ରଞ୍ଜୀବ ବିଶ୍ଵାଳ କଂଗ୍ରେସର ରାଜ୍ୟସଭା ପାର୍ଥିଭାବେ ଜିତିଥିଲେ।ସେହିପରି ସାଂସଦ ଦିଲ୍ଲୀପ ରାୟ ଆବଶ୍ୟକୀୟ ସମର୍ଥନ ନଥାଇ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ରମନ୍ତ୍ରୀ ହୋଇପାରିଥିଲେ।
  ଅନୁରୂପ ଭାବେ ବିଜେପି ର ୨୨ ବିଧାୟକ ଥିବାବେଳେ ତୃତୀୟ ରାଜ୍ୟସଭା ଆସନ ପାଇଁ ଆବଶ୍ୟକୀୟ ୧୭ ବିଧାୟକଙ୍କ ଭୋଟ ପାଇବା ପାଇଁ ଛଳ,ବଳ ଓ କଳ ଲଗେଇଦେଇଛି।
   ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି।ସମୟ କହିବ କେଉଁ ଦଳ ତୃତୀୟ ଆସନ ଅକ୍ତିଆର କରୁଛି ନା ସ୍ଵାଧୀନ ପ୍ରାର୍ଥୀ ଜିତୁଛନ୍ତି।

ସ୍ୱତନ୍ତ୍ର ପ୍ରତିନିଧି





Advertisment

You Might Also Like