Breaking News
10-Feb-2024
ଭୁବନେଶ୍ଵର: ତା ୧୦.୨.୨୪ ରିଖ (ଭରତ ପ୍ରସାରଣ):- ସାମ୍ବାଦିକ ସୁଧାଂଶୁ କୁମାର ରାଉତ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି।
ଆଜି ରାଜ୍ୟ ଅତିଥି ଭବନ ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀଯୁକ୍ତ ରାଉତ ଙ୍କୁ ଏଆଇସିସି ଓଡ଼ିଶା ପ୍ରଭାରୀ ଡ ଅଜୟ କୁମାର ପିସିସି ଶରତ ପଟ୍ଟନାୟକ,ବିଧାୟକ ରମେଶ ଜେନାଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ କଂଗ୍ରେସ ଦଳରେ ସାମିଲ କରିଛନ୍ତି।ଶ୍ରୀଯୁକ୍ତ ରାଉତ ଅଧୁନା ଓଡ଼ିଶା ଫୋକସ ପ୍ଲସ ର ସମ୍ପାଦକ ଦାଇତ୍ୱ ତୁଲାଉଛନ୍ତି।
ଶ୍ରୀଯୁକ୍ତ ରାଉତ ଦଳରେ ମିଶିବା ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ତାଙ୍କ ଯୋଗଦାନ ଅନେକ ଦୃଷ୍ଟିରୁ ଦଳକୁ ସସକ୍ତ କରିବ।
ଅନୁରୂପ ଭାବେ ଶ୍ରୀଯୁକ୍ତ ରାଉତ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି କଂଗ୍ରେସ ଦଳର ନୀତି ଆଦର୍ଶ ଏବଂ ଶରତ ପଟ୍ଟନାୟକ ନେତୃତ୍ୱ ଆସ୍ଥା ପ୍ରକଟ ଏବଂ ଜନମାନସ ର ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ରେ ଅନୁପ୍ରାଣିତ ହୋଇ କରି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ସେ ଆଶା ପୋଷଣ କରିବା ସହ ଦଳ ଯଦି ସୁଯୋଗ ଦିଏ ତେବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ଏଠାରେ ସୂଚାଇ ଦେଉଛୁ କି ଦୌଡ ରାଣୀ ଦ୍ୟୁତି ଚାନ୍ଦ ଙ୍କ ଖବର ପ୍ରସାରଣ କରି ଶ୍ରୀଯୁକ୍ତ ରାଉତ ବିବାଦୀୟ ହୋଇଥିଲେ।