+91-7008748499 / 9438844229

dkm3773@gmail.com / bpindialive@gmail.com

Monday 13th January 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ସକାଳର ପ୍ରମୁଖ ଖବର

06-Feb-2024



ଭୁବନେଶ୍ୱର-ତା ୬.୨.୨୪ ରିଖ:-ସୁଭ ସକାଳ,ଆଜି ସକାଳର ପ୍ରମୁଖ ଖବର ଗୁଡିକ ତଳେ ପ୍ରଦତ୍ତ କରାଯାଇଛି।

➡️୧-ଆଜି ଜନମାନସର ନେତା ରାହୁଲ ଗାନ୍ଧୀ ଅପରାହ୍ନରେ ଭାରତ ଜୋଡ ନ୍ୟାୟ ଯାତ୍ରାରେ ଓଡିଶା ଗସ୍ତରେ ଆସୁଛନ୍ତି।ଓଡ଼ିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ l ଆଜି ଅପରାହ୍ନ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାସଜୋଲଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଞ୍ଚିବ।

➡️୨-ଝାରଖଣ୍ଡ-ଓଡିଶା ସୀମାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ସାଂଦଦ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବେ। 

➡️୩- ତିନି  ଦିନିଆ ଓଡିଶା ଗସ୍ତ ରେ ଆସୁଥିବା ଶ୍ରୀ ରାହୁଲ ଗାନ୍ଧୀ  ରାଉଲକେଲା,ସୁନ୍ଦରଗଡ଼,ଝାରସୁଗୁଡା ର ବିଭିନ୍ନ ସ୍ଥାନରେ ରୋଡ଼ ସୋ ,ସାଧାରଣ ସଭାରେ ଯୋଗଦେବେ।

➡️୪-ଏଣିକି ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l

➡️୫-ଏଣିକି ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
 

➡️୬-ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ।

➡️୭-ଭୁବନେଶ୍ୱର AIIMS ରେ ଲାଗିଲା ନୂଆ ମେସିନ୍-HELA, ଏଣିକି ଆହୁରି ସରଳ ହେବ କ୍ୟାନସର ଚିକିତ୍ସା l ୨୦ କୋଟି ଟଙ୍କା ମୂଲ୍ୟର ଷ୍ଟେଟ୍ ଅଫ୍ ଆର୍ଟ ଟେକ୍ନୋଲଜି ଦ୍ୱାରା ପରିଚାଳିତ ମେସିନ ଜରିଆରେ ପିନ୍ ପଏଣ୍ଟେଡ୍ ହେବ ରେଡିଓ ଥେରାପି।

➡️୮-ଏପ୍ରିଲ୍ ୧ରୁ ବଦଳିବ ଗୁଟ୍‌ଖା-ପାନ ମସାଲା ଉତ୍ପାଦନ ନିୟମ l ଏଣିକି ପାନ୍‌ମସାଲା ପାଇଁ ବ୍ୟବହାର ହେଉଥିବା ସେମାନଙ୍କ ସମସ୍ତ ନୂଆ ପୁରୁଣା ମେସିନାରୀଗୁଡ଼ିକୁ ମଧ୍ୟ ଜିଏସ୍‌ଟି ବ୍ୟବସ୍ଥା ଅନ୍ତର୍ଗତ ପଞ୍ଜୀକରଣ କରାଇବାକୁ ପଡିବ l ଏପରି ନକଲେ କମ୍ପାନୀ ବିରୋଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ ।

➡️୯-ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ l ସେ ୧୯୯୨ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।

➡️୧୦-ପ୍ୟାନ-ଆଧାର ସଂଯୋଗରେ ବିଳମ୍ବ ହେତୁ ସରକାର ଆଦାୟ କଲେ ୬୦୦ କୋଟିର ଜରିମାନା l କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଦେଲେ ଏକ ଲିଖିତ ଆକାରରେ ଉତ୍ତର l

➡️୧୧-ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ପିନିତୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ l

➡️୧୨-ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟରେ ଚଂପାଇ ସୋରେନ୍ ହେଲେ ପାସ l ସମର୍ଥନରେ ପଡିଲା ୪୭ ଭୋଟ୍ l ଏହି ବଜୟ ସହ ଝାଡଖଣ୍ଡରେ ଆରମ୍ଭ ହେଲା ଚମ୍ପାଇ ସରକାର ।

➡️୧୩-ଏଣିକି ଦିଲ୍ଲୀରେ କିନ୍ନରମାନଙ୍କ ପାଇଁ ବସଯାତ୍ରା ହେବ ମାଗଣା l ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ l

➡️୧୪-ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଆଜି  ଦିଲ୍ଲୀ ଅନୁଷ୍ଠିତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ବୈଠକ l

➡️୧୫-ବିହାର ପଶ୍ଚିମ ଚମ୍ପାରଣର ବାଁସଗାଓଁ ପରସୌନୀ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଦେଢ଼ ଶହରୁ ଅଧିକ ଛାତ୍ର ହେଲେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି l

➡️୧୬-ବିହାରରେ ଆରମ୍ଭ ହେଲା ‘ଲଘୁ ଉଦ୍ୟମୀ ଯୋଜନା’, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କା l

➡️୧୭-ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ l ଲଗାତର ଦ୍ୱିତୀୟ ମାସ ହେଲା ତୈଳ ଆମଦାନୀ ହ୍ରାସ କରି ଗତ ୧୨ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି।

➡️୧୮-ଆମେରିକୀୟ ମହାକାଶ ଏଜେନ୍ସି ନାସା ୧୩୭ ଆଲୋକବର୍ଷ ଦୂରରେ ପୃଥିବୀ ପରି ଏକ ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ‘ସୁପର-ଆର୍ଥ’ର କଲା ଆବିଷ୍କାର l ନାସା ଅନୁଯାୟୀ ଏହି ଗ୍ରହକୁ ଟିଓଆଇ-୭୧୫ବି ବୋଲି କୁହାଯାଉଛି ଏବଂ ଏହା ପୃଥିବୀଠାରୁ ପ୍ରାୟ ଦେଢ଼ ଗୁଣ ବଡ଼।

➡️୧୯-ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କଲେ ବଡ଼ ଦାବି l କହିଲେ ଇସ୍ରାଏଲ ଯୁଦ୍ଧ ଆରମ୍ଭ ପରଠୁ ହମାସର ୨୪ ବାଟାଲିୟନ ମଧ୍ୟରୁ ୧୭କୁ ନଷ୍ଟ କରାଯାଇଛି l ଲକ୍ଷ୍ୟ ହାସଲ ଯାଏ ବନ୍ଦ ହେବନି ଯୁଦ୍ଧ l
➡️୨୦- ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୧୦୬ ରନ୍‌ରେ କଲା ପରାସ୍ତ l ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ହେଲେ ଆର୍ ଅଶ୍ୱିନ। ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ l

➡️୨୧-ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆସନ୍ତା ୫ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେନି ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବମ୍‌ରା l ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍‌ରାଙ୍କୁ ତୃତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ।

➡️୨୨-ଶେଷ ୧୦ ମ୍ୟାଚ୍‌ରେ ଅପରାଜେୟ ରହି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କଲା ଓଡ଼ିଶା ଏଫ୍‌ସି l ହାଇଦ୍ରାବାଦସ୍ଥିତ ଜିଏମ୍‌ସି ବାଲାଯୋଗୀ ଷ୍ଟାଡିୟମ୍‌ରେ ଗତକାଲି ଖେଳାଯାଇଥିବା ମ୍ୟାଚ୍‌‌ରେ ଓଡ଼ିଶା ଏଫ୍‌ସି ୩-୦ ଗୋଲ୍‌ରେ ଏକତରଫା ଭାବେ ଘରୋଇ ଦଳ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରି ଏହି ସଫଳତା କଲା ଅର୍ଜନ ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ସକାଳର ଖବରକୁ  ସାମାଜିକ ଗଣମାଧ୍ୟମ ରୁ ସଂଗୃହିତ କରାଯାଇ ପ୍ରସ୍ତୁତ କରାଯାଇଛି। 

l।ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
                





Advertisment

You Might Also Like