Breaking News
06-Feb-2024
ଭୁବନେଶ୍ୱର-ତା ୬.୨.୨୪ ରିଖ(ଭାରତ ପ୍ରସାରଣ):-ରାଜ୍ୟରେ କଂଗ୍ରେସ ସଂଗଠନ କୁ ଅଧୁକ କ୍ରିୟାଶୀଳ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟିର ସମ୍ବିଧାନର ପ୍ରସ୍ତାବକୁ ଅନୁମୋଦନ କରି ନାମ ତାଲିକା ଘୋଷଣା କରିଛନ୍ତି।ଏଥି ନେଇ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ କେ ସି ବେଣୁଗୋପାଳ ଏଜ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ପ୍ରକାଶ କରିଛନ୍ତି।
ଏଠାରେ ସୂଚାଇ ଦେଉଛୁ କି ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି କୁ ବହୁ ପୂର୍ବରୁ ଏଆଇସିସି ଘୋଷଣା କରିସାରିଛି।
ପ୍ରକାଶ ପାଇଥିବା ନାମ ତାଲିକାରେ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଅଧ୍ୟକ୍ଷ ଥିବା ବେଳେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଉପାଧ୍ୟକ୍ଷ ରହିଛନ୍ତି।ସେହିପରି ସ୍ଥାୟୀ ନିମନ୍ତ୍ରିତ ଅତିଥି ଭାବେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର,ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା,ଶ୍ରୀ ପ୍ରସାଦ ହରିଚନ୍ଦନ,ସାଂସଦ ଶ୍ରୀ ସପ୍ତଗିରି ଉଳାକା,ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧର ଗମାଙ୍ଗ,ପୂର୍ବତନ ପିସିସି ଉପ ସଭାପତି ଶ୍ରୀ ଚିରଞ୍ଜୀବ ବିଶ୍ୱାଳ ,ଶ୍ରୀ ଭକ୍ତ ଚରଣ ଦାଶ,ଶ୍ରୀ ଶରତ ରାଉତ ଏବଂ ସମସ୍ତ ବିଧାୟକକ ସମେତ ୨୪ ଜଣ ରହିଛନ୍ତି।
ଅନୁରୂପ ଭାବେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ୩୩ ଜଣ କଂଗ୍ରେସ ନେତୃବୃନ୍ଦ ରହିଛନ୍ତି।ଏହା ବାଦ ରାଜ୍ୟର ସମସ୍ତ ଛାମୁଆ ସଂଗଠନ(ଛାତ୍ର,ଯୁବ,ମହିଳା, ସେବାଦଳ),ସମସ୍ତ ବିଭାଗ ଏବଂ ପ୍ରକୋଷ୍ଟ ମୁଖ୍ୟ ଓ ୩୩ ଟି ସାଂଗଠନିକ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଉକ୍ତ କମିଟିରେ ଭାବେ ସ୍ଥାନ ପାଇଛନ୍ତି।
ଉକ୍ତ ନାମ ତାଲିକାକୁ ନିମ୍ନରେ ପ୍ରଦତ୍ତ କରାଯାଇଛି।