+91-7008748499 / 9438844229

dkm3773@gmail.com / bpindialive@gmail.com

Monday 13th January 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଆସନ୍ତାକାଲିଠୁ ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

05-Feb-2024



● ରାହୁଲଙ୍କୁ ଭବ୍ୟ ସ୍ୱାଗତ ପାଇଁ ଚଳଚଞ୍ଚଳ କଂଗ୍ରେସ ଶିବିର

● ମୋଦିଙ୍କ ଏକଛତ୍ରବାଦ ବିରୋଧରେ ଓ ଗରିବ ଜନସାଧାରଣଙ୍କ ଅଧିକାର ପାଇଁ କଂଗ୍ରେସର ଭାରତ ଜୋଡ ନ୍ୟାୟ ଯାତ୍ରା

● କେନ୍ଦ୍ରରେ ମୋଦିଙ୍କ ଏକଛତ୍ରବାଦ ଓ ଓଡ଼ିଶାରେ ତାମିଲ ଶାସନର ଅନ୍ତ ଘଟାଇ ଶାସନକୁ ଫେରିବ କଂଗ୍ରେସ

● ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ  ଉତ୍ସାହିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କ ସମେତ ରାଜ୍ୟର ସାଧାରଣ ଜନତା ଓ ଯୁବବର୍ଗ

ଭୁବନେଶ୍ୱର-ତା ୫.୨.୨୪ ରିଖ(ଭାରତ ପ୍ରସାରଣ):-ଆସନ୍ତା କାଲି ମଙ୍ଗଳବାର ଓଡିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରାରେ ଓଡିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ କଂଗ୍ରେସ ସାଂସଦ । ସୋମବାର ଝାଡଖଣ୍ଡରୁ ଆସି ବୀରମିତ୍ରପୁର ରାମପାଳ ଛକ ଦେଇ ଓଡିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇଛି।ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଅଧ୍ୟକ୍ଷ ରହିଥିବା ବେଳେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକଙ୍କୁ ଉପାଧ୍ୟକ୍ଷ ଏବଂ ଗତ ୨୯ ତାରିଖ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକର୍ଜୁନ ଖର୍ଗେଙ୍କ ଲୋୱର ପିଏମଜି କାର୍ଯ୍ୟକ୍ରମର ମୁଖ୍ୟ ଦାଇତ୍ୱ ବହନ କରିଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଆବାହକ ରହିଛନ୍ତି। ଶୁକ୍ରବାରଠୁ ରାଉରକେଲାରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସମେତ ରାଜ୍ୟ ପ୍ରଭାରୀ ଡ଼ ଅଜୟ କୁମାର,ସହ ପ୍ରଭାରୀ ଶ୍ରୀ ଖ୍ରୀଷ୍ଟଫର ତିଳକ,ମହମ୍ମଦ ସହାନବାଜ ଚୌଧୁରୀ,ଏଆଇସିସି ଗଣମାଧ୍ୟମ ସଂଯୋଜକ ଶ୍ରୀମତୀ ବବିତା ଶର୍ମା, ପ୍ରବୀଣ ପାଠକ,ଡ଼ ସୁମିତ ଦୁବେ,ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ,ଶ୍ରୀ ଜୟଦେବ ଜେନା,ଶ୍ରୀ ପ୍ରସାଦ ହରିଚନ୍ଦନ,ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସ,ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ବିଶ୍ୱ ରଞ୍ଜନ ମହାନ୍ତି  ଙ୍କ  ସମେତ ଛାତ୍ର ସଭାପତି ୟାଶୀର ନୱାଜ,ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି, ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର,ସମସ୍ତ ବିଧାୟକ,ସାଂସଦ,ସମସ୍ତ ଜିଲ୍ଲା ସଭାପତି ଏବଂ ବରିଷ୍ଠ ନେତା,ସମସ୍ତ ବିଭାଗ ଓ ପ୍ରକୋଷ୍ଠ ର ମୁଖ୍ୟ ଏବଂ କର୍ମୀ ରାଉରକେଲାରେ ଉପସ୍ଥିତ ରହି ନିଜ ନିଜ ଡାଇତ୍ୱକୁ ସୁଚାରୁରୂପେ ପାଳନ କରି କାର୍ଯ୍ୟକ୍ରମ କିପରି ସଫଳ ହେବ ରାତି ଦିନ ଏକ କରିଦେଇଛନ୍ତି। ରାହୁଲ ଗାନ୍ଧୀ ଙ୍କ ଓଡିଶା ଗସ୍ତ  ପ୍ରଚାର ପରେ କଂଗ୍ରେସ ନେତୃବୃନ୍ଦ ଓ  କର୍ମୀ ମହଲରେ  ଆନନ୍ଦ ଖେଳିଯାଇଛି।ସମସ୍ତେ ଅପେକ୍ଷା କରିଛନ୍ତି ଭାରତର ଜନନାୟକ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବାପାଇଁ ।
    ଏହି ଅବସରରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଉରକେଲା ରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ନ୍ୟାୟ ଯାତ୍ରାର ଓଡିଶା ଗସ୍ତ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ନ୍ୟାୟ ଯାତ୍ରା ଝାଡ଼ଖଣ୍ଡ ଅତିକ୍ରମ କରି ଆସନ୍ତାକାଲି  ଫେବୃଆରୀ ୬ ତାରିଖ (ମଙ୍ଗଳବାର) ଅପରାହ୍ଣ ୨ଟା ୩୦ରେ ଝାଡଖଣ୍ଡ-ଓଡ଼ିଶା ସୀମାରେ ପହଂଚିବ। ରାହୁଲ ଗାନ୍ଧିଜୀ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶା ଝାଡ଼ଖଣ୍ଡ ସୀମା ବାସଜୋଲ ଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଞ୍ଚିବା ପରେ ସେଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତାଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ । ପରେ ସେଠାରେ ଆମକୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପତାକା ହସ୍ତାନ୍ତର କରିବେ । ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧି ରାମପାଲର ବିଜାବାହାଲ ଠାରେ ରାତ୍ରିଯାପନ କରିବେ । ସେଠାରେ ରାତ୍ରି ରହଣୀ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ହୋଇଛି । ପରଦିନ ଭାରତ ଯୋଡ ନ୍ୟାୟ ଯାତ୍ରାର ୨୫ ତମ ଦିବସରେ ଫେବୃଆରୀ ଅର୍ଥାତ ୭ ତାରିଖ  ସକାଳ ୮.୪୫ରେ ରାହୁଲ ଗାନ୍ଧି ଶିବିର ଛାଡ଼ିବେ । ସକାଳ ୯ଟା ୩୦ରେ ରାଉରକେଲା ଉଦିତ୍‌ନଗର (ଏସ୍‌ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହେବ । ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ ।  ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଂଚିବ । ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲି ଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ ।ପରଦିନ ଅର୍ଥାତ୍ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ୨୬ତମ ଦିବସ ଫେବ୍ରୁଆରୀ ୮ ତାରିଖ ସକାଳ ୮ଟାରୁ ଝାରସୁଗୁଡ଼ା, ମହାତ୍ମା ଗାନ୍ଧି ଛକ ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହେବ । ଝାରସୁଗୁଡ଼ା ଟାଉନ ବେହେରାମାଳ କିଷାନ ଛକ ହୋଇ ମଧ୍ୟାହ୍ନ ୧୨ଟାରେ ୪୫ କିମି ଦୂର ଗୋବିନ୍ଦପୁର ନିକଟ ମଧୁବନ ଢାବା ନିକଟରେ ଯାତ୍ରା ପହଂଚିବ । ସେଠାରୁ ୭କିମି ଦୂର କୁରେଇମାଳଠାରେ ମଧ୍ୟାହ୍ନଭୋଜନ କରିବେ । ପୁଣି ଅପରାହ୍ଣ ୨ଟାରେ ପଦଯାତ୍ରା ଆରମ୍ଭ ହୋଇ୧୮କିମି ଦୂର ଝାରସୁଗୁଡ଼ାର କନକତୋରା ଠାରେ ପହଂଚିବ । ଅପରାହ୍ଣ ୩ଟା ୪୫ରେ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଯାତ୍ରା ପହଂଚିବା ପରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତାମାନଙ୍କୁ ପତାକା ହସ୍ତାନ୍ତର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।ଆମେ ଶନିବାର ବୀରମିତ୍ରପୁର ରାମପାଳ ଛକକୁ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିଛୁ ।
  ସୋମବାର ସନ୍ଧ୍ୟାରେ ଝାଡଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରି ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର, ବଡଗାଁ ଓ କୁତ୍ରା ଠାରେ ମଧ୍ୟ ରୋଡ ସୋ କରି ସୁନ୍ଦରଗଡରେ ଆୟୋଜିତ ବିଶାଳ ସମାବେଶରେ ରାହୁଲ ସାମିଲ ହେବେ ।
    ଲୋକସଭା ନିର୍ବାଚନ ପୂର୍ବରୁ ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ଓ ଏବେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ନେଇ କଂଗ୍ରେସ ଶିବିର ଚଳ ଚଂଚଳ ହୋଇ ଉଠିଛି ବୋଲି ସେ ପ୍ରକାଶ କରିଛନ୍ତି।
  ମୋଦି ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଲଢ଼େଇ କରି ଗରିବ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ, କୃଷକଙ୍କୁ ସେମାନଙ୍କ ଅଧିକାର, ଯୁବବର୍ଗଙ୍କୁ ରୋଜଗାର ଓ ମହିଳାଙ୍କୁ ସାମାଜିକ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ପାଇଁ ଗତ ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । 
    ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଓଡ଼ିଶା ଦେଇ ଯିବା ଫଳରେ ରାଜ୍ୟରେ ଦଳୀୟ କାର୍ଯ୍ୟକର୍ତା, ଜନସାଧାରଣ ଓ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଦେଶର ଜନସାଧାରଣଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ ନିମନ୍ତେ ଏ ଲଢ଼େଇ ଜାରି ରହିବ । ଆଗାମୀ ଦିନରେ ଦୁର୍ନୀତିଗ୍ରସ୍ତ ବିଜେପି ଓ ବିଜେଡି ସରକାରକୁ ହଟେଇ କଂଗ୍ରେସ ପୁଣି ଦେଶରେ ଓ ରାଜ୍ୟରେ ସରକାର ଗଠନ କରିବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । 





Advertisment

You Might Also Like