+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ମହାନଗର

ଭୁବନେଶ୍ୱର ମହାନଗର ଦୃଷ୍ଟି ବାଧିତ ଦିବ୍ୟାଙ୍ଗଙ୍କ ଅନଶନକୁ ସମର୍ଥନ ଦେଲେ ଛାତ୍ର କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ

16-Mar-2024



ଭୁବନେଶ୍ୱର,୧୬.୩.୨୪(ଭାପ୍ର)- ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଭେଣ୍ଡିଂଜୋନ ଦୋକାନ ପାଇଁ ଅନଶନରତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗଙ୍କ ଦାବିକୁ ଛାତ୍ର କଂଗ୍ରେସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ସମର୍ଥନ ଜଣାଇ ସେଠାରେ ଆନ୍ଦୋଳନ କରାଯାଇଥିଲା । ଦୁଇ ନମ୍ବର ମାର୍କେଟ ବିଲିଡିଙ୍ଗ ଠାରେ ଉଠା ଦୋକାନ ପକାଇ ଜୀବନ ଜୀବିକା ଅର୍ଜନ କରୁଥିବା ଦୃଷ୍ଟି ବାଧିତ ଦିବ୍ୟାଙ୍ଗମାନଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କୁ ସେଠାରୁ ତଡ଼ି ଦିଆଯାଇଥିଲା । ପ୍ରାୟ ୧ ବର୍ଷରୁ ଉର୍ଦ୍ଧ୍ୱ ଏହି ଦିବ୍ୟାଙ୍ଗମାନେ ଭୋକ ଉପାସରେ କାଳ କାଟୁଥିଲେ । ସେମାନେ ରୋଜଗାର ପାଇଁ ଭେଣ୍ଡି ଜୋନରେ ଦୋକାନ ପାଇବାକୁ ଉଭୟ ମହାନଗର ନିଗମ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ହେଲେ ରାଜ୍ୟ ସରକାର କି ମହାନଗର ନିଗମ କତୃପକ୍ଷ ଏମାନଙ୍କର କରୁଣ ଚିତ୍କାରକୁ କର୍ଣ୍ଣପାତ କରିନଥିଲେ । 

ଏହି ଆନ୍ଦୋଳନ ଅବସରରେ କଂଗ୍ରେସର ନେତୃବର୍ଗ ଏବଂ ଆନ୍ଦୋଳନରତ ଦିବ୍ୟାଙ୍ଗମାନେ ବିଏମସି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପରେ କିଛି ପ୍ରତିନିଧି ନିର୍ଦ୍ଦିଷ୍ଟ ଦାବି ସହ ଯାଇ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସହ  ଆଲୋଚନା କରିଥିଲେ । ଏହି ଦିବ୍ୟାଙ୍ଗ ମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ପଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ମୁଖପାତ୍ର ରଜନୀ ମହାନ୍ତି, ଗଣେଶ ଦାସ, ଆରତୀ ମାହାଲା, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପିଶ୍ରୀ ହରିଚନ୍ଦନ, ଶୁଭଦ୍ରା ମିଶ୍ର, ସିଦ୍ଧାର୍ଥ ରାଉତରାୟ, ପ୍ରସନ୍ନ ନାୟକ, ଅଶୋକ ଦାସ, ସୁନିଲ ମାଟିଆ, ସୁରଜ ରାଉତ, ମୋହନ ଜେନା, ଶିଶିର ରାଉତରାୟ, ଅକ୍ଷୟ କୁମାର ଦାସ, ଦେବରାଜ ମିଶ୍ର, ମାନସ ରଞ୍ଜନ ସେଠୀ, ବ୍ରହ୍ମାନନ୍ଦ ସାହୁ ଉପସ୍ଥିତ ଥିଲେ । 

 





Advertisment

You Might Also Like