+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ପଥପ୍ରାନ୍ତ ସଭା

16-Mar-2024



ଭୁବନେଶ୍ୱର, ୧୬.୩.୨୪(ଭାପ୍ର):- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ “ଛାତ୍ର ଆଣିବେ ପରିବର୍ତନ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସହିଦ ନଗର ଭବାନୀ ମହଲ, ସହିଦ ନଗର ହାଟ ସମ୍ମୁଖ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏବଂ ୩ ନମ୍ବର ମସଜିଦ କଲୋନୀ ଠାରେ ପଥପ୍ରାନ୍ତ ସଭା  କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ ଯେ ଓଡ଼ିଶାକୁ ୨୫ ବର୍ଷ ଧରି ଏବଂ 
ଭାରତକୁ ୧୦ ବର୍ଷ ଧରି ଶୋଷଣ କରୁଥିବା ବିଜେଡ଼ି-ବିଜେପି ସରକାରର ପରିବର୍ତନ ଏବେ ଛାତ୍ର ସମାଜର ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ । ଏହି ଦୁଇ ସରକାରର ଭିତିରି ବୁଝମଣାରେ ଓଡ଼ିଶା ତଳିତଳାନ୍ତ । ଏ ରାଜ୍ୟର ଯୁବକ ଦିଶାହୀନ । ଛାତ୍ର ଉପେକ୍ଷିତ । ମହିଳା ଅସୁରକ୍ଷିତ ଓ ନିର୍ଯ୍ୟାତିତ । କୃଷକ ଅବହେଳିତ । ଏଠି ଦୁର୍ନୀତି ସମସ୍ତ ସୀମା ଟପିଥିବାରୁ ଛାତ୍ର ସମାଜ ଏ ଦୁଇ ସରକାରର ପତନର ସୂତ୍ରଧର ହୁଅନ୍ତୁ ।

 
ନବୀନ ସରକାର ଅମଳରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ସରକାରୀ ସ୍କୁଲକୁ ବନ୍ଦ କରାଯାଇ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦିଆଯାଉଛି । ରୂପାନ୍ତରିକରଣ ନାମରେ ସ୍କୁଲ କାନ୍ଥରେ ରଙ୍ଗ ବୋଳି ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି । ସରକାରୀ କଲେଜ,ଡିଗ୍ରୀ କଲେଜ, ୟୁନିଭର୍ସିଟି ମାନଙ୍କରେ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଏ ହେଉଛି ନବୀନମାର୍କା ଶିକ୍ଷା ବ୍ୟବସ୍ଥା । ବର୍ତମାନ ପାଣ୍ଡିଆନ ଯୁବ ଭୋଟରଙ୍କୁ ହାତେଇବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ନୃତ୍ୟ, ଗୀତ, ଭୋଜି, ଭାତର ଆୟୋଜନ କଲେ । ଯାହା ଶୈକ୍ଷିକ ବାତାବରଣକୁ ନଷ୍ଟ କରେ । ଅନେକ ସ୍ଥାନରେ ଅଶ୍ଲିଳ ନୃତ୍ୟ ପରିବେଷଣ ହେଉଥିବାର ପରିଦୃଷ୍ଟ ହୋଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ହେଉଛି । ଉଚ୍ଚଶିକ୍ଷାନୁଷ୍ଠାନରେ ଏବଂ ସ୍କୁଲ ମାନଙ୍କରେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ତାହା ଅତି ନିମ୍ନମାନର । ଅନେକ ସ୍ଥାନରେ କାନ୍ଥ ଭୂଷୁଡ଼ି ପଡ଼ୁଛି । ଶିକ୍ଷାନୁଷ୍ଠାନ ମାନଙ୍କରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ଓ ସମର୍ଥକମାନେ ଆତଙ୍କରାଜ ଚଲାଇଛନ୍ତି । ଶିକ୍ଷାନୁଷ୍ଠାନ ଭିତରେ ସରକାରୀ ଯୋଜନାର ଠିକା ଏମାନଙ୍କୁ ହିଁ ଦିଆଯାଉଛି । 
ଏ ରାଜ୍ୟର ଅଧିକାଂଶ ଯୁବକ ଯୁବତୀ ମାନେ କର୍ମସଂସ୍ଥାନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ନବୀନ ସରକାର କିପରି ଭାରତରେ ଏକ ନମ୍ବର ସରକାର ହୋଇାପାରିଲେ । ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବା ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି ଏବଂ ୧୦ ଲକ୍ଷ ବେକାର ଯୁବକ ଯୁବତୀ ନାମ ପଞ୍ଜିକରଣ କରାଇ ନିଯୁକ୍ତି ପାଇଁ ଚାହିଁ ବସିଛନ୍ତି । ନବୀନ ସରକାର ପରୀକ୍ଷା ପୂର୍ବରୁ ସବୁ ସରକାରୀ ପଦବୀକୁ ନିଲାମ କରିଦିଅନ୍ତି । ଓଡ଼ିଶା ଷ୍ଟାଫ ସିଲେକସନ କମିଶନର ଚାକିରୀ ବିକ୍ରି ଘଟଣା କାହାକୁ ଅଛପା ନାହିଁ । 
ଏ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଥିଲା ବେଳେ ଏ ସରକାର ଏହାକୁ ସ୍ୱୀକାର କରିବାକୁ ଅମଙ୍ଗ । ଓଡ଼ିଶାର ଚାଷୀ 
ଦେଶର ସମସ୍ତ ରାଜ୍ୟର ଚାଷୀଙ୍କ ଠାରୁ ଗରିବ । ପ୍ରତି ବ୍ଲକର ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧାର ଘୋଷଣା କରାଗଲା 
ମାତ୍ର ୧୫ ବର୍ଷ ଭିତରେ ତାହା ସମ୍ଭବ ହୋଇପାରିଲା ନାହିଁ । ଓଡ଼ିଶାରେ ୧୩୨ ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥିରୁ ୯୨ଟି 
ଅଚଳ । 
ପ୍ରତିଦିନ ୯ଜଣ ମହିଳା ଗଣଦୁଷ୍କର୍ମରେ ଶିକାର ହେଉଥିବା ବେଳେ ରାଜ୍ୟର ସମସ୍ତ ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣାରେ 
ବିଜେଡ଼ି ଦଳର ନେତା, ମନ୍ତ୍ରୀ, ବିଧାୟକ ସଂପୃକ୍ତ । ମୋଦୀ ସରକାର ଏକ ଚାଷୀ ହତ୍ୟାକାରୀ ସରକାର ଭାବରେ ପରିଗଣିତ । ତିନୋଟି 
କଳା କୃଷି ଆଇନ କରି ଦେଶର ଚାଷୀଙ୍କର ସର୍ବସ୍ୱାନ୍ତ କରିବାପାଇଁ ଚ୍ରକାନ୍ତ କରିଥିଲେ । ଚାଷୀଙ୍କୁ ଗାଡି ଚଢ଼ାଇ ହତ୍ୟା କରାଗଲା । ମୋଦୀ 
ଦରଦାମ ହ୍ରାସର ପ୍ରତିଶ୍ରୁତି ଦେଇଥିଲେ । ଅଛାଦିନର ସ୍ୱପ୍ନ ଦେଖାଇଥିଲେ ହେଲେ ଆଜି ଡିଜେଲ, ପେଟ୍ରୋଲ, ଗ୍ୟାସ ଏବଂ ନିତ୍ୟ 
ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ଆକାଶ ଛୁଆଁ । ମହଙ୍ଗା ମାଡ଼ରେ ସାଧାରଣ ଜନତାର ଅଂଟା ଭାଙ୍ଗିପଡ଼ିଛି । ମୋଦୀ ଓ ନବୀନ ସରକାର ସବୁ 
ନୀତି ନିଷ୍ପତିରେ ଏକ । ଧର୍ମନାମରେ ଦେଶକୁ ବିଭାଜନ କରିବାପାଇଁ, ଭାତୃତ୍ୱକୁ ନଷ୍ଟ କରିବାପାଇଁ ଚକ୍ରାନ୍ତ ଚାଲିଛି । ନିର୍ବଚାନ 
ପ୍ରଚାରରେ ଧର୍ମକୁ ଅସ୍ତ୍ର କରାଯାଉଛି । ସୁତରାଂ ମୋଦୀ ଓ ନବୀନ ସରକାର ଦେଶ ଓ ରାଜ୍ୟପାଇଁ ବିପଦ । ଆଗାମୀ ୨୦୨୪
ନିର୍ବାଚନରେ ଏହି ଦୁଇ ରାଷ୍ଟ୍ର ବିରୋଧି ସରକାରର ପତନ ପାଇଁ ଛାତ୍ର ସମାଜ ଜନଜାଗରଣ ସୃଷ୍ଟି କରନ୍ତୁ । ଆଜିର କାର୍ଯ୍ୟକ୍ରମରେ 
ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମୁଖପାତ୍ର ରଜନୀ ମହାନ୍ତି, ଗଣେଶ ଦାସ, 
ଅଖିଳେଶ ଯାଦବ, ସୁଦିପ ସାମଲ, ସାଗର ପଟ୍ଟନାୟକ, ମହମ୍ମଦ ପରଭେଜ, ସୁନିଲ ମାଟିଆ, ଅହମ୍ମଦ ଖାନ, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ 
ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । 

 





Advertisment

You Might Also Like