+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ମନ୍ତ୍ରୀ ଢ଼ୋଲକିଆଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ

12-Mar-2024



ଭୁବନେଶ୍ୱର,୧୨,୩,୨୪ :- ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ  ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଜିଲ୍ଲାବାସୀଙ୍କ ଅକୁଣ୍ଠ ସମର୍ଥନ ଏହି ବନ୍ଦ ପଛରେ ରହିଛି । ଶ୍ରୀ ଢ଼ୋଲକିଆ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଆତ୍ମସାତରେ ଲିପ୍ତ । ସିମେଂଟ, ରଡ଼ ଇତ୍ୟାଦି ଚୋରାରେ ସେ ଏବଂ ତାଙ୍କ କର୍ମୀମାନେ ସଂଶ୍ଲିଷ୍ଟ । ସେଥିପାଇଁ ଏକଦା ନୂଆପଡ଼ା ବିଡ଼ିଓ ଥାନରେ ଏତଲା ଦେଇଥିଲେ । ତାଙ୍କ କର୍ମୀମାନଙ୍କୁ ପୋଲିସ ଗିରଫ କରିଥିବାବେଳେ ମନ୍ତ୍ରୀଙ୍କ  ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ।

ଏମ୍‌.ଏଲ.ଏ ଲ୍ୟାଡ଼, ଅନ୍ୱେଷା ଯୋଜନା, ବିଶ୍ୱସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସରକାରୀ ଚାକିରୀ ବିକ୍ରି କରିବା ଇତ୍ୟାଦି ଅଭିଯୋଗରେ ସେ ଅଭିଯୁକ୍ତ । ଖୋଦ୍  ବିଜେଡ଼ି ଦଳର ଜିଲ୍ଲା ସଭାପତି, ଯୁବ ବିଜେଡ଼ି ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ନେତାମାନେ ଏହି ଅଭିଯୋଗ ଆଣି ଆଜି ନୂଆପଡ଼ା ବନ୍ଦ ଡାକରା ଦେଇଥିଲେ । ଏହାକୁ ନୂଆପଡ଼ାବାସୀ ସମର୍ଥନ ଦେଖାଇଛନ୍ତି । ଏହାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ଭାବରେ ବିଚାର କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଅଭିଯୁକ୍ତ  ଢ଼ୋଲକିଆଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ । 

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ମନ୍ତ୍ରୀ ଢ଼ୋଲକିଆ ଯଦି ଇସ୍ତଫା ନ ଦିଅନ୍ତି ବା ତାଙ୍କୁ ଯଦି ବରଖାସ୍ତ କରାନଯାଏ ତେବେ କଂଗ୍ରେସ ଦଳ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ଅଭିଯୋଗ ଆଣିଥିଲା । ପଂଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି ।

● ବିଜେଡ଼ି ସରକାରର ଭ୍ରଷ୍ଟାଚାରର ପ୍ରତୀକ ଢ଼ୋଲକିଆ

● ଇସ୍ତଫା ନଦେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ କଂଗ୍ରେସ ଏହାର ପ୍ରମାଣ ଦେଉ । ଆଜି ଖୋଦ ବିଜେଡ଼ି ଦଳର ଜିଲ୍ଲା ସଭାପତି ଓ ଛାମୁଆଁ ନେତାମାନେ ବିଜେଡ଼ି ଦଳର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ପରେ ଆହୁରି ପ୍ରମାଣର ଆବଶ୍ୟକତା ଅଛି କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।

ନୂଆପଡ଼ାର ବିଜେଡ଼ି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲି ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସଚ୍ଚା ବିଜେଡ଼ି ନେତା ଓ କର୍ମୀମାନେ ଏହିଭଳି ପ୍ରତିବାଦ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ନୂଆପଡ଼ାବାସୀ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ବନ୍ଦ ଆନ୍ଦୋଲନରେ ସାମିଲ ହୋଇ ଏକ ନଜିର ସୃଷ୍ଟି କରିଛନ୍ତି । ଓଡ଼ିଶାର ଜନତା ଭ୍ରଷ୍ଟାଚାରୀ ବିଜେଡ଼ି ସରକାର ବିରୁଦ୍ଧରେ ଏହିଭଳି ପ୍ରତିବାଦ କରି ଦୁର୍ନୀତିଖୋର ବିଜେଡ଼ି ସରକାରକୁ ଉଚିତ୍ ଯବାବ ଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି । 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ  ଅମୀୟ ପାଣ୍ଡବ, ପିସିସି ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ । 





Advertisment

You Might Also Like