+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ବିଜେଡି ଓ ବିଜେପି ର ମଧ୍ୟସ୍ଥି ସାଜି ପାଣ୍ଡିଆନ ଉଭୟଙ୍କୁ ମିଶାଇଛନ୍ତି-ଡ଼ ଅଜୟ କୁମାର

03-Feb-2024



ଭୁବନେଶ୍ୱର-ତା. ୩/୨/୨୪:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପରେ  ସାଂଘାତିକ ଅଭିଯୋଗ ଆଣିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଡ଼  ଅଜୟ କୁମାର ।
      ସେ କହିଛନ୍ତି କି ଓଡିଶା ପାଇଁ ନୂଆ ଯୋଜନା ଆଣିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଓଡିଶାକୁ ନୂଆ କଣ ଦେଇଛନ୍ତି ମୋଦି କୁହନ୍ତୁ । ପାରାଦୀପ ପୋର୍ଟ ଠୁଁ ଆରମ୍ଭ କରି  ହୀରାକୁଦ, ନାଲକୋ ଓ ଅନ୍ୟ ଶିଳ୍ପ କଂଗ୍ରେସ ସମୟରେ ହୋଇଛି । ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ହରେକୃଷ୍ଣ ମହତାବ, ବସନ୍ତ ବିଶ୍ୱାଳ ଙ୍କ ସମୟରେ  ଓଡିଶା ପାଇଁ ଏହି ସବୁ କାର୍ଯ୍ୟ ହୋଇଛି । ମାଇନିଂ ମାଫିଆ ସହିତ ମିଶି ଓଡିଶାକୁ ଖାଲି କରିଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅମିତ ସାହା ଏବଂ  ନବୀନଙ୍କ ମଧ୍ୟସ୍ଥି ସାଜିଛନ୍ତି ଭିକେ ପାଣ୍ଡିଆନ । ବିଜେଡି ବର୍ତ୍ତମାନ ବିଜେପି ହୋଇ ସାରିଛି ।ସେଥିପାଇଁ ଡ଼ କୁମାର ଆହ୍ୱାନ ଦେଇ କହିଛନ୍ତି କି ବିଜେଡିରେ ଥିବା ନେତା ଦଳ ଛାଡ଼ନ୍ତୁ, କାରଣ ବିଜେଡି ଆଉ ବିଜେଡି ହୋଇନାହିଁ । ଆଗାମୀ ଦିନରେ ପାଣ୍ଡିଆନ ବିଜେଡିକୁ ବିଜେପି ସହିତ ମିଶେଇଦେବେ ।   ।ପ୍ରଧାନମନ୍ତ୍ରୀ ମାଇନିଂ ମାଫିଆ ସହିତ ମିଶି ଓଡିଶାକୁ ଖାଲି କରିଦେଇଛନ୍ତି । ଆଦିବାସୀଙ୍କୁ ବର୍ବାଦ କରିବା ସହ ଓଡିଶାକୁ ଲୁଟି ନେଇଛନ୍ତି । ତେଣୁ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପଦେ କହିଲେ ନାହିଁ । 
  ଡ଼ ଅଜୟ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ବିବାହ ହୋଇସାରିଛି ।ସେମାନେ ଦୀର୍ଘ ବର୍ଷ ପରେ ପ୍ରେମ ବିବାହ କରିଛନ୍ତି। ଏହା ପୁନର୍ବାର ଆଜି ପ୍ରମାଣିତ ହୋଇଛି । ଯେଉଁ ଦଳ ସହିତ ବିଜେପିର ବିବାହ ହୋଇସାରିଛି, ମୋଦି ସେ ଦଳ ବାବଦରେ କେମିତି କହିବେ ।କୌଣସି ସ୍ୱାମୀ ସ୍ତ୍ରୀ ବିରୁଦ୍ଧରେ କହିବ କି ? ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଗଠବନ୍ଧନ ହୋଇସାରିଛି । ସେଥିପାଇଁ ଜନସାଧାରଣ ବୁଝିବା ଦରକାର କି  ଏବେ  ବିଜେଡି ଓ ବିଜେପି ଏକ ଆଉ ଅଭିନ୍ନ।
ବି ମହାପାତ୍ର,ଭୁବନେଶ୍ୱର





Advertisment

You Might Also Like